ପତ୍ନୀ ଏବଂ ଗର୍ଲଫ୍ରେଣ୍ଡ ସହ ଜଡିତ ବିସିସିଆଇର ଏହି ନିୟମରେ ପରିବର୍ତନ ଚାହୁଁଛନ୍ତି ବିରାଟ କୋହଲି
Khabar Odisha:no-immediate-decision-on-virat-kohlis-request-to-allow-wives-on-whole-overseas-tours
ନୂଆଦିଲ୍ଲୀ, ଅକ୍ଟୋବର ୦୭ (ଖବର ଓଡିଶା) :

ବିସିସିଆଇର ବିଦେଶ ଗସ୍ତ ସମୟରେ କ୍ରିକେଟରଙ୍କ ସମ୍ପୂର୍ଣ୍ଣ ସମୟ ପତ୍ନୀଙ୍କ ସହ କଟୁ ବୋଲି ଭାରତର କ୍ରିକେଟ କପ୍ତାନ ବିରାଟ କୋହଲି ଚାହୁଁଛନ୍ତି । ଏଥିପାଇଁ ସେ ବିସିସିଆଇ ଠାରୁ ଅନୁମତି ମଧ୍ୟ ମାଗି ସାରିଛନ୍ତି । ଏହି ବିଷୟରେ କମିଟି ଅଫ୍ ଆଡମିଷ୍ଟ୍ରେଟର୍ସ ଏଏନଆଇକୁ ଅବଗତ କରାଇଛନ୍ତି । ତେବେ ପ୍ରଶାସକ ସମିତି ଏନେଇ କୌଣସି ନିଷ୍ପତି ନେଇ ନଥିବା କଥା ଗଣମାଧ୍ୟମକୁ ଜଣାଇଛନ୍ତି । 

ଏଏନଆଇ କହିବା ମୁତାବକ, ଏହାର ନିଷ୍ପତି ବିସିସିଆଇର ନୂତନ ପଦାଧୀକାରୀମାନେ କରିବେ । କଣ ନିଷ୍ପତି ନିଆଯିବ ତାହା ସେମାନଙ୍କ ଉପରେ ନିର୍ଭର କରୁଛି । ବିରାଟ କୋହଲି ଏହି ବିଷୟରେ ବୋର୍ଡର ଜଣେ ଅଧିକାରୀଙ୍କ ସହ କଥା ହୋଇଥିଲେ । ଫଳରେ ସେହି ଅଧିକାରୀ ଜଣକ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ବିନୋଦ ରାୟ ଏବଂ ଡାଏନାଙ୍କ ଅଧ୍ୟକ୍ଷତାରେ ହେଉଥିବା ପ୍ରଶାସକ ସମିତିକୁ ଜଣାଇଛନ୍ତି । 

ତେବେ ବିରାଟଙ୍କର ଏହି ଦାବୀ ପଛରେ ଅନୁଷ୍କା ଶର୍ମାଙ୍କର ବଡ ଭୂମିକା ରହିଛି । ସିଓ ଟିମ ଇଣ୍ଡିଆର ମ୍ୟାନେଜର ସୁନୀଲ ସୁଭ୍ରମଣ୍ୟମଙ୍କୁ ଲିଖିତ ଦରଖାସ୍ତ କରିବାକୁ କହିଛନ୍ତି ।  

Subscribe

National International State Sports Entertainment