ବିସିସିଆଇ ବିରୋଧରେ ଦୁଇ ଷ୍ଟାର୍ ଖେଳାଳିଙ୍କ ଅଭିଯୋଗ, ହୋଇପାରେ କାର୍ଯ୍ୟାନୁଷ୍ଠାନ
Khabar Odisha:murli-vijay-karun-nayar-bcci-selection-committee-team-india-msk-prasad-virat-kohli-
ନୂଆଦିଲ୍ଲୀ, ଅକ୍ଟୋବର ୦୭(ଖବର ଓଡିଶା):

ଭାରତୀୟ କ୍ରିକେଟ ଟିମରୁ ବାହାରେ ଥିବା କରୁଣ ନାୟାର ଏବଂ ମୁରଲି ବିଜୟ ନିକଟରେ ଏମଏସକେ ପ୍ରସାଦଙ୍କ ତତ୍ୱାବଧାନରେ ଚୟନ କମିଟି ଉପରେ ଚକିତ କଲା ଭଳି ଅଭିଯୋଗ ଲଗାଇଛନ୍ତିା ଯାହାକୁ ନେଇ ବିସିସିଆଇ ଏବଂ ଚୟନ କମିଟି ଅସନ୍ତୁଷ୍ଟ ଅଛନ୍ତି । 

ମୁରଲି ବିଜୟ କହିଛନ୍ତି କି, ଯେବେଠାରୁ ସେ ଟିମରୁ ବାହାରେ ରହିଛନ୍ତି ସେବେଠାରୁ ତାଙ୍କ ସହ କେହି ଚୟନକର୍ତା କଥା ହୋଇ ନାହାନ୍ତି । ଟିମ୍ ମ୍ୟାନେଜମେଂଟ ମଧ୍ୟ ସେମାନଙ୍କ ସହ ସମ୍ପର୍କ ରଖି ନାହାନ୍ତି । ଫଳରେ ଜଣେ ଖେଳାଳିର ମନୋବଳ ହ୍ରାସ ପାଇବ । ଖେଳାଳିମାନେ ଜାଣିବା ଉଚିତ କି ସେମାନେ କେଉଁ କାରଣ ପାଇଁ ଦଳରୁ ବାହାରେ ରହିଛନ୍ତି । ଯଦି ଖେଳାଳିମାନେ ଜାଣିବେ ତେବେ ବିସିସିଆଇର ଯୋଜନା ସମ୍ବନ୍ଧରେ ଜଣାପଡିବ । ଖେଳାଳିମାନେ ନିଜ ଭୁଲ ଜାଣିପାରିବେ ।

ଅନ୍ୟପକ୍ଷେ କରୁଣ ନାୟାର ସିଲେକ୍ସନ କମିଟି ଉପରେ ଏକ ବଡ ଖୁଲାସା କରିଛନ୍ତି । ଲଗାତାର ଭାବେ ତାଙ୍କୁ ୬ଟି ଟେଷ୍ଟ୍ ମ୍ୟାଚରୁ ବାହାର ରଖାଯିବା ପରେ  କୋଚ ରବି ଶାସ୍ତ୍ରୀ ଏବଂ ଅଧିନାୟକ ବିରାଟ କୋହଲି ମଧ୍ୟ ତାଙ୍କ ସହ କଥା ହୋଇ ନଥିବା ସେ ଅଭିଯୋଗ କରିଛନ୍ତି । 

ଏହି ଦୁଇ ଖେଳାଳିଙ୍କ ମନ୍ତବ୍ୟ ପରେ ବିସିସିଆଇ ଏବଂ ଚୟନ ସମିତି ଅସନ୍ତୋଷ ପ୍ରକାଶ କରିଛି । ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ବିଜୟ ଏବଂ କରୁଣ ସମିତି ଉପରେ ମନ୍ତବ୍ୟ ଦେବା ଠିକ ହୋଇ ନାହିଁ ବୋଲି କହିଛନ୍ତି । ଏହା କେନ୍ଦ୍ରୀୟ ଚୁକ୍ତିର ଉଲଙ୍ଘନ । ହାଇଦରାବାଦରେ ଆସନ୍ତା ୧୧ତାରିଖରେ ସିଆଇଏ ବୈଠକରେ ଏହି ପ୍ରସଙ୍ଗ ଉଠାଯିବ ବୋଲି ସେ କହିଛନ୍ତି  ।

ସୂଚନାଯୋଗ୍ୟ କି, କରୁଣଙ୍କୁ ଇଂଲଣ୍ଡ ଗସ୍ତରେ ସୁଯୋଗ ଦିଆ ଯାଇ ନଥିଲା । ସେହିପରି ମୁରଲି ବିଜୟଙ୍କୁ ତିନୋଟି ଟେଷ୍ଟ ପରେ ବାହାର କରି ଦିଆଯାଇଥିଲା ।

Subscribe

National International State Sports Entertainment