ରୋହିତଙ୍କ ଦୀପାବଳି ଧମାକା, ଇଣ୍ଡିଜକୁ ୭୧ ରନରେ ହରାଇ ସିରିଜ୍ ଜିତିଲା ଭାରତ
Khabar Odisha:india-vs-west-indies-2nd-t20-at-lucknow-live-cricket-score
ଲକ୍ଷ୍ନୌ,ନଭେମ୍ବର୦୬(ଖବର ଓଡ଼ିଶା):

 ଦୀପାବଳିର ପୂର୍ବ ସନ୍ଧ୍ୟାରେ ଭାରତୀୟ ଦଳ ଇଣ୍ଡିଜକୁ ସହଜରେ ପରାସ୍ତ କରି ଦେଶବାସୀଙ୍କୁ ଦେଇଛନ୍ତି ଦୀପାବଳି ଭେଟି। ରୋହିତ ଶର୍ମାଙ୍କ ବିସ୍ଫୋରକ ଅପରାଜିତ ଶତକ(୧୧୧) ବଳରେ ଭାରତ ଲକ୍ଷ୍ନୌର ନବ ନିର୍ମିତ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଇଣ୍ଡିଜକୁ ୭୧ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ବିଜୟୀ ହୋଇଛି। ଦଳ ସିରିଜରେ ଏବେ ୨-୦ରେ ଆଗୁଆ ରହିଛି। ଶତକୀୟ ପାଳି ଖେଳିଥିବା ଅଧିନାୟକ ରୋହିତ ଶର୍ମା ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ନଭେମ୍ବର ୧୧ରେ ଚେନ୍ନାଇରେ ଶୃଙ୍ଖଳାର ଅନ୍ତିମ ମ୍ୟାଚ୍ ଖେଳାଯିବ।  

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ରୋହିତ ଶର୍ମାଙ୍କ ଅପରାଜିତ ଶତକ ୧୧୧ ରନ ଓ ଶିଖର ଧାଓ୍ଵନଙ୍କ ୪୩ ରନ ଜରିଆରେ ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ଵିକେଟ୍ ହରାଇ ବିଶାଳ ୧୯୫ ରନ କରିଥିଲା। ଜବାବରେ ଭ୍ରମଣକାରୀ ଇଣ୍ଡିଜ ଭାରତୀୟ ବୋଲରଙ୍କ ଲକ୍ଷ୍ୟପୂର୍ଣ୍ଣ ବୋଲିଂର ମୁକାବିଲା କରିନପାରି ୨୦ ଓଭରରେ ୯ ଓ୍ଵିକେଟ୍ ହରାଇ ୧୨୪ ରନରେ ଅଲଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ସଫଳ ବୋଲର ଭାବେ ଭୁବନେଶ୍ଵର କୁମାର. ଯଶପ୍ରୀତ ବୁମରା, ଖଲିଲ ଅହମ୍ମଦ ଓ କୃଣାଲ ପାଣ୍ଡ୍ୟା ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

୧୯୫ ରନର ବିଶାଳ ଲକ୍ଷ୍ୟକୁ ପିଛା କରିଥିବା ଓ୍ଵେଷ୍ଟଇଣ୍ଡିଜର ୭ ରନ ସ୍କୋରେ ସାଇ ହୋପ(୬ରନ)ଙ୍କ ଓ୍ଵିକେଟ୍ ହରାଇଥିଲା। ଏହା ପରେ ୩୩ ରନ ସ୍କୋରରେ ସିମରନ ହେଟମାୟର(୧୫) କରି ଆଉଟ୍ ହୋଇଥିଲେ। ଉଭୟ ଓପନରଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ ଖଲିଲ ଅହମ୍ମଦ। ଏହା ପରେ ଦଳ ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରିନପାରି  ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା।

ଏହି କ୍ରମରେ ୪୮ ରନ ସ୍କୋରରେ କ୍ରିଜରେ ଜମି ଆସୁଥିବା ଡାରେନ ବ୍ରାଭୋ କୁଲଦୀପଙ୍କ ବଲରେ ଆଉଟ୍ ହୋଇଥିଲେ। ସେ ୧୮ ବଲରୁ ୪ ଚୌକା ଜରିଆରେ ୨୩ ରନ କରିଥିଲେ। ୫୨ ରନ ସ୍କୋରରେ ଇଣ୍ଡିଜ ନିକୋଲାସ ପୁରନଙ୍କ ରୂପେ ଚତୁର୍ଥ ଓ୍ଵିକେଟ୍ ହରାଇଥିଲ। ଏହି ପରି ଅନୁଭବୀ କିରଣ ପୋଲାର୍ଡ(୬) ବୁମରାଙ୍କ ଶିକାର ହୋଇଥିଲେ। ଷଷ୍ଠ ଓ୍ଵିକେଟ୍ ରୂପେ ଦିନେଶ ରାମଦିନ(୧୦) ଓ ଫାବିଆନ ଆଲେନ(୦)ଙ୍କ ରୂପେ ସପ୍ତମ ଓ୍ଵିକେଟ୍ ହରାଇଥିଲା ଶେଷ ଆଡ଼କୁ କିରଣ ପଲ ୨୦ ରନ କରି ନବମ ବ୍ୟାଟସମ୍ୟାନ ରୂପେ ଆଉଟ୍ ହୋଇଥିଲେ। ଅଧିନାୟକ କାର୍ଲୋସ ବ୍ରେଥ ଓ୍ଵେଟ୍ ୧୫ ରନରେ ଅପରାଜିତ ଥିଲେ। ଶେଷରେ ଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ଵିକେଟ୍ ବିନିମୟରେ ୧୨୪ ରନ କରିଥିଲା।

ଭାରତ ପକ୍ଷରୁ ସଫଳ ବୋଲର ଭାବେ ଭୁବନେଶ୍ଵର କୁମାର. ଯଶପ୍ରୀତ ବୁମରା, ଖଲିଲ ଅହମ୍ମଦ ଓ କୃଣାଲ ପାଣ୍ଡ୍ୟା ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ଭାରତୀୟ ପାଳି

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳକୁ ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଓ ଶିଖର ଧାଓ୍ଵନ ଦମଦାର ଆରମ୍ଭ ଦେଇଥିଲେ। ଉଭୟ ବ୍ୟାଟସମ୍ୟାନ ପ୍ରଥମ ତିନି ଓଭରରେ  ଜଗି ରଖି ଖେଳିବା ପରେ ଚତୁର୍ଥ ଓଭରରୁ ଆରମ୍ଭ କରିଥିଲେ ଆକ୍ରମଣାତ୍ମକ ବ୍ୟାଟିଂ। ଦୁଇ ବ୍ୟାଟସମ୍ୟାନ ଇଣ୍ଡିଜ ବୋଲରଙ୍କୁ କୌଣସି ସୁଯୋଗ ନଦେଇ ଦ୍ରୁତ ବ୍ୟାଟିଂ କରି ପ୍ରଥମ ଓ୍ଵିକେଟରେ ୧୩.୬ ଓଭରରେ ୧୨୩ ରନ ଯୋଡ଼ିଥିଲେ। ଏହା ମଧ୍ୟରେ ରୋହିତ ଶର୍ମା ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ଏହି ସ୍କୋରରେ ଭାରତ ଶିଖରଙ୍କ ରୂପେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଶିଖର ୪୧ ବଲରୁ ୩ ଚୌକା ଜରିଆରେ ୪୩ ରନର ଉପଯୋଗୀ ପାଳି ଖେଳିଥିଲେ।  ଏହା ପରେ ୧୩୩ ରନ ସ୍କୋରରେ ପନ୍ତ(୫) ଆଉଟ୍ ହୋଇଥିଲେ। ଅନ୍ୟ ପଟେ ରୋହିତ ନିଜର ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ। 

ପନ୍ତଙ୍କ ପରେ କ୍ରିଜକୁ ଆସିବା ମାତ୍ରେ ଲୋକେଶ ରାହୁଲ ବିସ୍ଫୋରକ ବ୍ୟାଟିଂ କରିଥିଲେ। ରୋହିତ ଓ ରାହୁଲ ଅବିଭାଜିତ ୩ୟ ଓ୍ଵିକେଟରେ ୬୨ ରନ ଯୋଡ଼ି ଦଳର ସ୍କୋରକୁ ୧୯୫ରେ ପହଞ୍ଚାଇଥିଲେ। ଏହି ମ୍ୟାଚରେ ରୋହିତ ଟି-୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୫୮ଟି ବଲରୁ ଚତୁର୍ଥ ଶତକ ହାସଲ କରିଥିଲେ। ସେ ମାତ୍ର ୬୧ଟି ବଲରୁ ୮ ଚୌକା ଓ ୭ ଛକା ଜରିଆରେ ୧୧୧ ରନର ଅପରାଜିତ ପାଳି ଖେଳିଥିଲେ। ଅନ୍ୟ ପଟେ ରାହୁଲ କେବଳ ୧୪ଟି ବଲରୁ ୨ ଚୌକା ଓ ୧ ଛକା ବଳରେ ୨୫ରନରେ ଅପରାଜିତ ଥିଲେ। 

Subscribe

National International State Sports Entertainment