ଭାରତୀୟ ଦଳର କମାଲ, ଟି-୨୦ ଅନ୍ତରାଷ୍ଟ୍ରୀୟରେ କ୍ରମାଗତ ଷଷ୍ଠ ସିରିଜ୍ ବିଜୟ
Khabar Odisha:india-vs-england-3rd-t20-international-bristol-england-vs-india-6th-consecutive-series-win-in-t20
ବ୍ରିଷ୍ଟଲ,ଜୁଲାଇ୦୮(ଖବର ଓଡ଼ିଶା):

ବ୍ରିଷ୍ଟଲର କାଉଣ୍ଟି କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ତିନି ଟିକିଆ ଟ୍ଵେଣ୍ଟି ୨୦ ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ  ମ୍ୟାଚରେ ଭାରତ ଇଂଲଣ୍ଡକୁ ଧୂଳି ଚଟାଇ ସିରିଜକୁ ୨-୧ରେ ଜିତି ନେଇଛି। ଏହା ସହିତ ଭାରତୀୟ ଦଳ କ୍ରମାଗତ ୬ଟି ଟି-୨୦ ସିରିଜ୍ ଜିତିବାର ରେକର୍ଡ ମଧ୍ୟ ନିଜ ନାମରେ କରିଛି। 

କ୍ରମାଗତ ସର୍ବାଧିକ ଥର ଟି-୨୦ ସିରିଜ୍ ଜତିବା ମାମଲାରେ ଭାରତ ଦ୍ଵିତୀୟ ସ୍ଥାନରେ ରହିଛି। କ୍ରମାଗତ ୯ଥର ଟି-୨୦ ସିରିଜ୍ ଜିତିବାର ରେକର୍ଡ ପାକିସ୍ତାନ ନାମରେ ରହିଛି। 

କ୍ରମାଗତ ସିରିଜ୍ ଜିତିବାର ରେକର୍ଡ

୯ ଥର- ପାକିସ୍ତାନ

୬- ଭାରତ 

ନ୍ୟୁଜିଲାଣ୍ଡ ବିପକ୍ଷରେ ଆରମ୍ଭ ହେଲା ବିଜୟ ଅଭିଯାନ

ଭାରତୀୟ ଦଳ କ୍ରମାଗତ ୬ଟି ଟି-୨୦ ସିରିଜ ଜିତିବାର ଅଭିଯାନ ୨୦୧୭ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ଆରମ୍ଭ ହୋଇଥିଲା। ଏହି ସମୟରେ ଭାରତ ନ୍ୟୁଜିଲାଣ୍ଡ(୨୦୧୭), ଶ୍ରୀଲଙ୍କା(୨୦୧୭), ଦକ୍ଷିଣ ଆଫ୍ରିକା(୨୦୧୮), ନିଦହାସ ଟି-୨୦ ଟ୍ରାଇ ସିରିଜ(୨୦୧୮), ଆୟରଲାଣ୍ଡ(୨୦୧୮), ଇଂଲଣ୍ଡ(୨୦୧୮) ସିରିଜ୍ ଜିତି ଏହି ଉପଲବ୍ଧି ହାସଲ କରିଛି। 

ଟି-୨୦ ସିରିଜରେ ଭାରତୀୟ ଦଳର ବିଜୟ ରଥ

୧ ନ୍ୟୁଜିଲାଣ୍ଡର ଭାରତ ଗସ୍ତ- ୩ଟିକିଆ ଟି ୨୦ ସିରିଜ୍ ୨୦୧୭- ଭାରତ ୨-୧ରେ ବିଜୟୀ 

୨ ଶ୍ରୀଲଙ୍କାର ଭାରତ ଗସ୍ତ- ୩ଟିକିଆ ଟି ୨୦ ସିରିଜ୍ ୨୦୧୭- ଭାରତ ୩-୦ରେ ବିଜୟୀ

୩ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ-୩ଟିକିଆ ଟି ୨୦ ସିରିଜ୍ ୨୦୧୮- ଭାରତ ୨-୧ରେ ବିଜୟୀ 

୪ ନିଦହାସ ଟି-୨୦ ତ୍ରିକୋଣୀୟ ସିରିଜ୍- ଭାରତ ଚମ୍ପିଆନ

୫ ଭାରତର ଆୟରଲାଣ୍ଡ ଗସ୍ତ- ୨ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ୨୦୧୮- ଭାରତ ୨-୦ରେ ବିଜୟୀ

୬ ଭାରତର ଇଂଲଣ୍ଡ ଗସ୍ତ- ୩ଟିକିଆ ଟି ୨୦ ସିରିଜ୍ ୨୦୧୮- ଭାରତ ୨-୧ରେ ବିଜୟୀ 

  • Tags:

Subscribe

National International State Sports Entertainment