ବିଶ୍ୱକପ୍ ପାଇଁ ରିହରସାଲ୍, ରାହୁଲଙ୍କ ପରେ ଚତୁର୍ଥ ସ୍ଥାନରେ ଖେଳିବେ କୋହଲି
Khabar Odisha:india-england-odi-series-virat-kohli-
ନୂଆଦିଲ୍ଲୀ, ଜୁଲାଇ ୧୧(ଖବର ଓଡିଶା):

ଟିମ୍ ଇଣ୍ଡିଆ ଇଂଲଣ୍ଡ ବିରୋଧରେ ଗୁରୁବାର ଦିନ ଆରମ୍ଭ ହେବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ବିଜୟ ଧାରା ଅବ୍ୟାହତି ରଖିବା ନେଇ ଚେଷ୍ଟା କରିବ । ଯାହା ଦଳ ପାଇଁ ଆଗାମୀ ବର୍ଷ ହେବାକୁ ଥିବା ବିଶ୍ୱକପ ପୂର୍ବରୁ ଆତ୍ମବିଶ୍ୱାସ ସୃଷ୍ଟି କରିବା ସହ ୱାର୍ମଅଫର ସୁଯୋଗ ଦେବ । ନାଟିଙ୍ଘାମରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍ ଭାରତୀୟ ସମୟାନୁସାରେ ସନ୍ଧ୍ୟା ୫ଟାରେ ଆରମ୍ଭ ହେବ । 

ଆଗାମୀ ବିଶ୍ୱକପ ବ୍ରିଟେନରେ ୨୦୧୯ରେ ଅନୁଷ୍ଠିତ ହେବ । ଚଳିତ ଇଂଲଣ୍ଡ ଗସ୍ତ ବିରାଟ ବାହିନୀ ପାଇଁ ନିଜର ଶକ୍ତିକୁ ପରଖିବାରେ ସହାୟକ ହେବ । ଆସନ୍ତା ବର୍ଷ ଏହି ସମୟରେ ବିଶ୍ୱକପ୍ ଅନୁଷ୍ଠିତ ହେବ । 

ଭାରତୀୟ ଟିମ୍ ବିଶ୍ୱକପ୍ ପୂର୍ବରୁ ଟିମ୍ ଏବଂ ବ୍ୟାଟିଂ ଅର୍ଡରରେ ଅନେକ ପରିବର୍ତନ କରିବା ନେଇ ଚିନ୍ତା କରୁଛି । କେଏଲ୍ ରାହୁଲ ଫର୍ମରେ ଥିଲେ ମଧ୍ୟ ଚତୁର୍ଥ ସ୍ଥାନରେ ବିରାଟ କୋହଲି କ୍ରିଜକୁ ଓହ୍ଲାଇବେ । ରାହୁଲ ଆୟାରଲାଣ୍ଡ ବିରୋଧରେ ୭୦ ଏବଂ ଟି-୨୦ଇଂଲଣ୍ଡ ବିରୋଧରେ ୧୦୧ ରନ୍ ସ୍କୋର୍ କରିଥିଲେ । 

ଶିଖର ଧାୱନ ଏବଂ ରୋହିତ୍ ଶର୍ମା ଓପନିଙ୍ଗ୍ ଯୋଡି ସମ୍ଭାଳିବେ । ତେବେ ତୃତୀୟ ସ୍ଥାନରେ ରାହୁଲ ବ୍ୟାଟିଂ କରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେହି ପରି ଅନ୍ୟ ବ୍ୟାଟିଂ କ୍ରମରେ କୋହଲିଙ୍କ ପରେ ପଂଚମ ସ୍ଥାନରେ ରାଇନା, ସହେନ୍ଦ୍ର ସିଂ ଧୋନୀ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ ବୋଲି ଚିନ୍ତା କରୁଛି ବିସିସିଆଇ  ।

  • Tags:

Subscribe

National International State Sports Entertainment