ରୋହିତ ରଚିଲେ ଇତିହାସ, ଟି-୨୦ରେ ମାରିଲେ ଚତୁର୍ଥ ଶତକ
Khabar Odisha:ind-vs-wi-rohit-sharma-hits-world-record-fourth-ton-the-most-by-any-batsman-in-t20is
ଲକ୍ଷ୍ନୌ,ନଭେମ୍ବର୦୬(ଖବର ଓଡ଼ିଶା):

 ଭାରତୀୟ ଓପନର ରୋହିତ ଶର୍ମା(ଅପରାଜିତ ୧୧୧ରନ) ଲକ୍ଷ୍ନୌର ନବ ନର୍ମିତି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଇତିହାସ ରଚିଛନ୍ତି।  ସେ ଟି-୨୦ ଅନ୍ତରାଷ୍ଟ୍ରୀୟ କ୍ୟାରିୟରରେ ଚତୁର୍ଥ ଶତକ ଲଗାଇଛନ୍ତି। ଏହା ସହିତ ସେ ଟି-୨୦ରେ ସର୍ବାଧିକ ଶତକ କରିବାର ରେକର୍ଡ ନିଜ ନାମରେ କରିଛନ୍ତି। ଏହା ପୂର୍ବରୁ ରୋହିତ ଓ ନ୍ୟୁଜିଲାଣ୍ଡର କଲିନ ମୁନରୋଙ୍କ ନାମରେ ତିନୋଟି ଲେଖାଏଁ ଶତକ ଥିଲା। 

କେବଳ ଏତିକି ନୁହେଁ ରୋହିତ ଶର୍ମା ୧୧ମ ରନ  ପୂରଣ କରିବା ମାତ୍ରେ ଭାରତ ପକ୍ଷରୁ ଟି-୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସର୍ବାଧିନ ରନ କରିବାର ରେକର୍ଡ କରିଛନ୍ତି। ଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ଦଳର ଅଧିନାୟକ ଥିବା ରୋହିତ ନିୟମିତ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି।

ରନ ମାମଲାରେ ଦ୍ଵିତୀୟରେ ରୋହିତ

କୋହଲି ୬୨ଟି ମ୍ୟାଚର ୫୮ଟି ଇନିଂସରୁ ୨୧୦୨ ରନ କରିଥିବା ବେଳେ ରୋହିତ ୮୬ଟି ମ୍ୟାଚରୁ ୭୯ ଇନିଂସରେ ୨୨୦୩ ରନ କରିଛନ୍ତି। ଏହା ସହିତ ଟି-୨୦ ଅନ୍ତରାଷ୍ଟ୍ରୀୟରେ ସର୍ବାଧିକ ରନ କରିବା ତାଲିକାରେ ରୋହିତ ଦ୍ଵିତୀୟ ସ୍ଥାନରେ ପହଞ୍ଚିଛନ୍ତି। ତାଙ୍କ ଆଗରେ ଏବେ କେବଳ ନ୍ୟୁଜିଲାଣ୍ଡର ମାର୍ଟିନ ଗୁପଟିଲ ଅଛନ୍ତି। ଗୁପଟିଲ ଟି-୨୦ରେ ୨୨୭୧ ରନ କରିଛନ୍ତି। ରୋହିତ ଏବେ ଗୁପଟିଲଙ୍କଠୁ ୬୮ ରନ ପଛରେ ଅଛନ୍ତି। ଏହା ପରେ ତୃତୀୟରେ ସୋଏବ ମଲିକ(୨୧୯୦ ରନ) ଓ ଚତୁର୍ଥରେ ନ୍ୟୁଜିଲାଣ୍ଡର ବ୍ରେଣ୍ଡନ ମ୍ୟାକକୁଲମ(୨୧୪୦ ରନ) ଅଛନ୍ତି। 

ଏହା ମଧ୍ୟରେ ଶିଖର ଧାଓ୍ଵନ ଟି-୨୦ ଅନ୍ତରାଷ୍ଟ୍ରୀୟରେ ଷଷ୍ଠ ଭାରତୀୟ ବ୍ୟାଟସମ୍ୟାନ ଭାବେ ୧୦୦୦ ରନ ପୂରଣ କରିଛନ୍ତି। ଏହି ମ୍ୟାଚରେ ୨୦ ରନ ମାତ୍ରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। ଧଓ୍ଵନଙ୍କ ପୂର୍ବରୁ ରୋହିତ(୨୨୦୩), ବିରାଟ କୋହଲି(୨୧୦୨), ସୁରେଶ ରୈନା(୧୬୦୫), ମହେନ୍ଦ୍ର ସିଂହ ଧୋନୀ(୧୪୮୭), ଯୁବରାଜ ସିଂହ(୧୧୭୭) ଏହି ଉପଲବ୍ଧି ହାସଲ କରିଛନ୍ତି।

ଟି-୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ କାହା ନାମରେ ରହିଛି କେତେ ଶତକ

୧ ରୋହିତ ଶର୍ମା(ଭାରତ)- ୪

୨ କଲିନ ମୁନରୋ(ନ୍ୟୁଜିଲାଣ୍ଡ)- ୩

୩ କ୍ରିସ ଗେଲ(ଓ୍ଵେଷ୍ଟଇଣ୍ଡିଜ)- ୨

୪ ଏଭିନ ଲୁଇସ(ଓ୍ଵେଷ୍ଟଇଣ୍ଡିଜ)- ୨

୫ ବ୍ରେଣ୍ଡନ ମ୍ୟାକକୁଲମ(ନ୍ୟୁଜିଲାଣ୍ଡ)- ୨

୬ ଲୋକେଶ ରାହୁଲ(ଭାରତ)-୨ 

Subscribe

National International State Sports Entertainment