ଆଇସିସି ମାନ୍ୟତା: ଶୀର୍ଷ ୩ରେ କେଏଲ ରାହୁଲ, ଦ୍ଵିତୀୟ ସ୍ଥାନରେ ଟିମ୍ ଇଣ୍ଡିଆ
Khabar Odisha:icc-t20-international-rankings-kl-rahul-rises-to-3rd-spot
ଦୁବାଇ,ଜୁଲାଇ୦୯(ଖବର ଓଡ଼ିଶା):

ଶୀର୍ଷ କ୍ରମର ବ୍ୟାଟସମ୍ୟାନ କେଏଲ ରାହୁଲ ଇଂଲଣ୍ଡ ବିପକ୍ଷରେ ରବିବାର ସମାପ୍ତ ହୋଇଥିବା ଟି ୨୦ ସିରିଜରେ ନିଜର ଦମଦାର ପ୍ରଦର୍ଶନ ଦମରେ ୯ଟି ସ୍ଥାନ ଉପରକୁ ଉଠି ଆଇସିସି ଟି -୨୦ ବ୍ୟାଟସମ୍ୟାନ ତାଲିକାରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଭାରତୀୟ ଦଳର ମାନ୍ୟତାରେ ମଧ୍ୟ ସିରିଜ୍ ବିଜୟ ପ୍ରଭାବ ପଡିଛି। ଦଳ ଏବେ ତୃତୀୟରୁ ଦ୍ଵିତୀୟ ସ୍ଥାନରେ ପହଞ୍ଚିବାରେ ସଫଳ ହୋଇଛି। 

ଆଇସିସିତ ସଦ୍ୟତମ ମାନ୍ୟତା ଅନୁସାରେ ଅଷ୍ଟ୍ରେଲିଆର ଓପନର ଆରୋନ ଫିଞ୍ଚ ଟି-୨୦ ଅନ୍ତରାଷ୍ଟ୍ରୀୟରେ ୯୦୦ ଟେଟିଂ ହାସଲ କରିବାରେ ପ୍ରଥମ ବ୍ୟାଟସମ୍ୟାନ ହୋଇଛନ୍ତି। ସେ ତିନୋଟି ସ୍ଥାନ ଉପରକୁ ଉଠି ଟି-୨୦ ବ୍ୟାଟସମ୍ୟାନ ମାନ୍ୟତାର ଶୀର୍ଷରେ ପହଞ୍ଚିଛନ୍ତି। ଦ୍ଵିତୀୟରେ ଅଛନ୍ତି ପାକିସ୍ତାନର ଫକର ଜମାନ ଏବଂ ତୃତୀୟରେ କେଏଲ ରାହୁଲ। ଜମାନ ଏକା ଥରକେ ୪୪ ସ୍ଥାନ ଉପରକୁ ଉଠିଛନ୍ତି। 

ରାହୁଲ ଗତ ଚାରୋଟି ଟି-୨୦ରେ ୭୦, ୧୦୧ଞ୍ଚ, ୬ ଓ ୧୯ ରନର ପାଳି ଖେଳିଛନ୍ତି। ଏହି ପ୍ରଦର୍ଶନ ଦମରେ ସେ ୯ଟି ସ୍ଥାନ ଉପରକୁ ଉଠି କ୍ୟାରିୟରର ସର୍ବଶ୍ରେଷ୍ଠ ମାନ୍ୟତା ହାସଲ କରିଛନ୍ତି। ସେ ଏବେ ଏହି ଫର୍ମାଟରେ ଭାରତର ଏକ ନମ୍ବର ବ୍ୟାଟସମ୍ୟାନ ହୋଇଛନ୍ତି। ଭାରତୀୟ ଓପନର ରୋହିତ ଶର୍ମା ମାନ୍ୟତାର ୧୧ ତମ ସ୍ଥାନରେ ଅଛନ୍ତି। ରୋହିତ ବ୍ରିଷ୍ଟଲରେ ଆପରାଜିତ ୧୦୦ ରନର ଶତକୀୟ ପାଳି ଖେଳି ଭାରତକୁ ସିରିଜ୍ ବିଜୟୀ କରାଇଛନ୍ତି। 

ବୋଲିଂରେ ୟୁଜବେନ୍ଦ୍ର ଚହଲ ଗୋଟିଏ ସ୍ଥାନ ତଳକୁ ଖସି ଚତୁର୍ଥ ସ୍ଥାନରେ ଅଛନ୍ତି। ମାତ୍ର ତାଙ୍କର ସାଥୀ ସ୍ପିନର କୁଲଦୀପ ଯାଦବଙ୍କୁ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ୫ ଓ୍ଵିକେଟ୍ ନେବାର ଫାଇଦା ମିଳିଛି। ସେ ୪୧ଟି ସ୍ଥାନ ଉପରକୁ ଉଠି ୩୪ ତମ ସ୍ଥାନରେ ପହଞ୍ଚିଛନ୍ତି। ଗତକାଲି ମ୍ୟାଚରେ ୪ ଓ୍ଵିକେଟ୍ ନେଇଥିବା ହାର୍ଦ୍ଦିକଙ୍କ ବୋଲିଂ ମାନ୍ୟତାରେ ମଧ୍ୟ ସୁଧାର ଆସିଛି। ସେ ୫ଟି ସ୍ଥାନ ଉପରକୁ ଉଠି ୨୯ ତମ ସ୍ଥାନରେ ପହଞ୍ଚିଛନ୍ତି। ଅନ୍ୟ ପଟେ ଆଫଗାନିସ୍ତାନର ରାଶିଦ ଖାନ ଓ ସଦାବ ଖାନ ବୋଲିଂ ମାନ୍ୟତାର ପ୍ରଥମ ଓ ଦ୍ଵିତୀୟ ସ୍ଥାନରେ ଅଛନ୍ତି। 

  • Tags:

Subscribe

National International State Sports Entertainment