ଭାରତୀୟ ପୁରୁଷ ହକି ଦଳର କୋଚ୍ ପଦରୁ ହରେନ୍ଦ୍ର ସିଂହଙ୍କ ବିଦାୟ
Khabar Odisha:harendra-singh-removed-from-indian-mens-hockey-team-coach-post
ନୂଆଦିଲ୍ଲୀ,ଜାନୁଆରୀ୦୯(ଖବର ଓଡିଶା):

ଭାରତୀୟ ପୁରୁଷ ହକି ଦଳର କୋଚ୍ ହରେନ୍ଦ୍ର ସିଂହଙ୍କୁ ୨୦୧୮ରେ ନିରାଶଜନକ ପ୍ରଦର୍ଶନ କାରଣରୁ  ବୁଧବାର କୋଚ୍ ପଦରୁ ବରଖାସ୍ତ କରାଯାଇଛି। ମାତ୍ର ରାଷ୍ଟ୍ରୀୟ ମହାସଙ୍ଘ ତାଙ୍କୁ  ଜୁନିୟର ଦଳର ଦାୟିତ୍ଵ ସମ୍ଭାଳିବାକୁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ଏଠାରେ କହି ରଖୁଛୁ ଯେ ଭାରତୀୟ ହକିରେ କୋଚ୍ ପରିବର୍ତ୍ତନ କମ୍ରାଗତ  ଜାରି ରହିଛି। ଏବେ ଗତ ବର୍ଷ ମେରେ କୋଚ୍ ପଦରେ ନିଯୁକ୍ତ ପାଇଥିବା ହରେନ୍ଦ୍ର ଏବେ ଏହାର ଶିକାର ହୋଇଛନ୍ତି।

ହକି ଇଣ୍ଡିଆ ହରେନ୍ଦ୍ରଙ୍କୁ ବରଖାସ୍ତ କରିବାର କାରଣ ବିଷୟରେ କହିଛି ଯେ ୨୦୧୮ ଭାରତୀୟ ପୁରୁଷ ହକି ଦଳ ପାଇଁ ନିରାଶଜନକ ରହିଛି। ପରିଣାମ ଆଶା ମୁତାବକ ଆସିନାହିଁ। ଏଥିପାଇଁ  ହକି ଇଣ୍ଡିଆ ଅନୁଭବ କରୁଛି ଯେ ଜୁନିୟର ଦଳ ଉପରେ ଧ୍ୟାନ ଦେଲେ ଦଳକୁ ଲମ୍ବା ଅବଧିର ଫାଇଦା ମିଳିବ। ଜୁନିୟର ବିଶ୍ଵ କପ ବିଜେତା ଦଳର କୋଚ୍ ହରେନ୍ଦ୍ର ରାଜ୍ୟଗୋଷ୍ଠୀ କ୍ରୀଡାରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ  କୋଚ୍ ପଦ ଦାୟିତ୍ଵ ସମ୍ଭାଳିଥିଲେ। ମାତ୍ର ସେ ମଧ୍ୟ ଦଳର ଭାଗ୍ୟ ପରିବର୍ତ୍ତନ କରିପାରିଲେ ନାହିଁ।

ଡିଫେଣ୍ଡିଂ ଚମ୍ପିଆନ ଭାରତ ଇଣ୍ଡୋନେସିଆ  ଏସୀୟ କ୍ରୀଡାରେ ମଧ୍ୟ ଖରାପ ପ୍ରଦର୍ଶନ କରି  ବ୍ରୋଞ୍ଚ ପଦରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା। ଏହା ପରେ ଭୁବନେଶ୍ଵରରେ ଆୟୋଜିତ ବିଶ୍ଵ କପରେ ଭାରତୀୟ ଦଳ କ୍ଵାର୍ଟର ଫାଇନାଲ ଆଗକୁ ବଢି ପାରିନଥିଲା। 

ବୟାନରେ କୁହାଯାଇଛି ଯେ  ହକି ଇଣ୍ଡିଆ ଶୀଘ୍ର ବିଜ୍ଞାପନ ଦେଇ ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ କୋଚ୍ ପଦ ପାଇଁ ଆବେଦନ ଆମନ୍ତ୍ରିତ କରିବ।  ଭାରତୀୟ ଦଳ ୨୦୧୯ ମାର୍ଚ୍ଚ  ୨୩ରୁ ଆରମ୍ଭ ହେବାକୁ ଥିବା ସୁଲତାନ ଆଜଲାନଶାହ କପ ପାଇଁ ଫେବୃଆରୀରେ ଅଭ୍ୟାସ ଶିବିରରେ ଭାଗ ନେବ। ହକି ଇଣ୍ଡିଆର ହାଇ ପରଫାରମାନ୍ସ ନିର୍ଦ୍ଦେଶଖ ଡେଭିଡ୍ ଜନ ଓ ବର୍ତ୍ତମାନର ସମୀକ୍ଷା କୋଚ୍ କ୍ରିସ ସିରିଲୋ ଅନ୍ତରୀଣ ଭାବେ ଦଳର ଦାୟିତ୍ଵ ସମ୍ଭାଳିବେ। 

Subscribe

National International State Sports Entertainment