ବଲ ଟାମ୍ପରିଂ ପରେ ଅଷ୍ଟ୍ରେଲିଆ ଟେଷ୍ଟ ଦଳରେ ନୂତନ ପ୍ରୟୋଗ, ସାମିଲ ହେଲେ ୫ ନୂତନ ଖେଳାଳି
Khabar Odisha:five-australia-test-debutants-in-new-era-after-tampering-scandal
ସିଡନୀ, ସେପ୍ଟେମ୍ବର୧୧(ଖବର ଓଡ଼ିଶା):

 ଚଳିତ ବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ସମୟରେ ହୋଇଥିବା ବଲ ଟାମ୍ପରିଂ ମାମଲା ପରେ ଅଷ୍ଟ୍ରେଲିଆ ନୂତନ ଯୁଗର ଆରମ୍ଭ କରି ପ୍ରଥମ ଥର ଚୟନ ହୋଇଥିବା ଟେଷ୍ଟ ଦଳରେ ଏମିତି ପାଞ୍ଚ ଜଣ ଖେଳାଳିଙ୍କୁ ସାମିଲ କରିଛି ଯେଉଁମାନେ  କେବେ ବି ଟେଷ୍ଟ ମ୍ୟାଚ୍ ଖେଳି ନାହାନ୍ତି। ବଲ ଟାମ୍ପରିଂ ମାମଲାରେ ଷ୍ଟିଭ ସ୍ମିଥ୍, ଡେଭିଡ ଓ୍ଵାର୍ଣ୍ଣର ଓ କ୍ୟାମରନ ବେନକ୍ରାଫ୍ଟଙ୍କ ନିଲମ୍ବନ ପରେ ଚୟନକର୍ତ୍ତା ପ୍ରଥମ ଥର ଟେଷ୍ଟ ଦଳ ଚୟନ କରିଛନ୍ତି। 

ଏହା ବ୍ୟତୀତ ଦ୍ରୁତ ବୋଲିଂ ବିଭାଗରେ  ଜୋସ ହେଜଲଉଡ଼ ଓ ପ୍ୟାଟ୍ କମିନ୍ସ ମଧ୍ୟ ୟୁଏଇରେ ପାକିସ୍ତାନ ବିପକ୍ଷ ଦୁଇଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଖେଳିବେ ନାହିଁ। ଯାହା ଫଳରେ ଗତ ଅନେକ ବର୍ଷ ପରେ ଏହା ଅଷ୍ଟ୍ରେଲିଆର ସବୁଠୁ ଦୁର୍ବଳ ଦଳ ହେବ। ଅଷ୍ଟ୍ରେଲିଆ ଦଳରେ ଯେଉଁ ୫ ଖେଳାଳି ପ୍ରଥମ ଥର ଟେଷ୍ଟ ଦଳରେ ସାମିଲ ହୋଇଛନ୍ତି ସେମାନଙ୍କ ମଧ୍ୟରେ ମାଇକଲ ନେସେର, ବ୍ରେଣ୍ଡନ ଗୋଗେଟ ଓ ମାର୍ନସ ଲାବୁସେନଙ୍କ ବ୍ୟତୀତ ଟ୍ରେଭିସ ହେଡ୍ ଓ ଆରୋନ ଫିଞ୍ଚ ଅଛନ୍ତି। ଟିମ ପେନଙ୍କୁ ଦଳର ଅଧିନାୟକ ଦାୟିତ୍ଵ ଦିଆଯାଇଛି। ପାକିସ୍ତାନ ବିପକ୍ଷରେ ପ୍ରଥମ ଟେଷ୍ଟ ଅକ୍ଟୋବର ୭ରେ ଦୁବାଇରେ ଖେଳାଯିବ। ଦ୍ଵିତୀୟ ଟେଷ୍ଟ ଅକ୍ଟୋବର ୧୬ରେ ଆବୁଧାବିରେ ଖେଳାଯିବ। 

ଏହି ପ୍ରକାର ରହିଛି ଦଳ

ଟିମ୍ ପେନ(ଅଧିନାୟକ), ଏଗର, ବ୍ରେଣ୍ଡନ ଡୋଗେଟ୍, ଆରୋନ ଫିଞ୍ଚ, ଟ୍ରେଭିସ ହେଡ, ଜନ ହଲାଣ୍ଡ, ଉସମାନ ଖ୍ଵାଜା, ମାର୍ନସ ଲାବୁସେନ, ନାଥନ ଲିଓନ, ମିଚେଲ ମାର୍ଶ, ମାଇକେଲ ନେସେର, ମ୍ୟାଥ୍ୟୁ ରେନସା, ପିଟର ସିଡଲ ଓ ମିଚେଲ ଷ୍ଟାର୍କ। 

  • Tags:

Subscribe

National International State Sports Entertainment