ଅସୁବିଧାରେ ପଡିଲା ପାକିସ୍ତାନ ଟିମ୍, ଜିମ୍ବାୱେ ବୋର୍ଡ୍ ପାଖରେ ନାହିଁ ହୋଟେଲ୍ ବୁକିଂ ପାଇଁ ଅର୍ଥ
Khabar Odisha:financial-crunch-for-zimbabwe-pakistan-cricket-team-travel-delayed
ନୂଆଦିଲ୍ଲୀ, ଜୁଲାଇ ୧୧(ଖବର ଓଡିଶା):

ପାକିସ୍ତାନ କ୍ରିକେଟ୍ ଟିମ୍ ଏକ ବଡ ଅସୁବିଧାରେ ଫସି ଯାଇଛି । ଜିମ୍ବାୱେରେ ତ୍ରିକୋଣୀୟ ଟି-୨୦ ସିରିଜ୍ ଜିତି ସାରିବା ପରେ ଦଳ  ପାଇଁ ଅସୁବିଧା ସୃଷ୍ଟି ହୋଇଛି । ଏହାର କାରଣ ହେଉଛି କି, ଜିମ୍ବାୱେ କ୍ରିକେଟ୍ ବୋର୍ଡର ଦେବାଳିଆ ସ୍ଥିତି । ଟି-୨୦ ସିରିଜ୍ ଜିତିବା ପରେ ପାକ୍ ଟିମ୍ ଦିନିକିଆ ଶୃଙ୍ଖଳା ଖେଳିବା ପାଇଁ ବୁଲବାୟୋ ଯିବାନେଇ ସ୍ଥିର ହୋଇଥିଲା । କିନ୍ତୁ ଜିମ୍ବାୱେ ବୋର୍ଡ୍ ପାକ୍ ଖେଳାଳିଙ୍କୁ ରଖିବା ପାଇଁ ହୋଟେଲର ବ୍ୟବସ୍ଥା କରି ପାରିନାହିଁ । 

ଇଏସପିଏନ୍ ଏବଂ କ୍ରିକଇନଫୋ ୱେବସାଇଟ୍ ର ତଥ୍ୟାନୁସାରେ, ରବିବାର ଦିନ ପାକ୍ ଟିମ୍ ଅଷ୍ଟ୍ରେଲିଆକୁ ହରାଇବା ପରେ ବୁଲବାଓ ଯିବା ନେଇ କାର୍ଯ୍ୟସୂଚୀ ରହିଥିଲା । କିନ୍ତୁ ଦଳକୁ ନିଜ କାର୍ଯ୍ୟକ୍ରମରେ ପରିବର୍ତନ କରିବାକୁ ପଡିଛି କାରଣ ଯେଉଁ ହୋଟେଲରେ ଖେଳାଳିଙ୍କ ରହିବାନେଇ ବ୍ୟବସ୍ଥା ହୋଇଥିଲା ସେହି ହୋଟେଲର ବିଲ୍ ଦେବା ପାଇଁ ସକ୍ଷମ ନଥିଲା ଜିମ୍ବାୱେ ବୋର୍ଡ୍ । ହୋଟେଲ ମାଗିଥିବା ଅର୍ଥକୁ ଦେବା ପାଇଁ ଜିମ୍ବାୱେ ବୋର୍ଡ୍ ପ୍ରସ୍ତୁତ ନଥିଲା । 

ସୂଚନାନୁଯାୟୀ, ଜିମ୍ବାୱେ ବୋର୍ଡ୍ ଦୀର୍ଘ ସମୟ ଧରି ଖରାପ ଆର୍ଥିକ ପରିସ୍ଥିତିର ସାମ୍ନା କରିଆସୁଛି । ପରିସ୍ଥିତି ଏତେ ମାତ୍ରାରେ ଖରାପ ଅଛି କି, ଖେଳାଳି ଏବଂ କର୍ମଚାରୀମାନେ ମଧ୍ୟ ସଠିକ୍ ଭାବେ ଦରମା ପାଉନାହାନ୍ତି । ଏହି ଘଟଣାରେ ଆଇସିସି ବୋର୍ଡକୁ ସାହାଯ୍ୟ କରିବ ବୋଲି ଆଶ୍ୱାସନା ଦେଇଛି ।  

  • Tags:

Subscribe

National International State Sports Entertainment