ଲର୍ଡସ୍ ଟେଷ୍ଟ୍: ଆଗାମୀ ୪ଦିନ କିପରି ରହିବ ପାଣିପାଗ ?
Khabar Odisha:england-vs-india-2nd-test-here-s-the-london-weather-forecast-for-next-4-days
ଇଂଲଣ୍ଡ, ଅଗଷ୍ଟ ୧୦(ଖବର ଓଡିଶା ):

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲର୍ଡସ୍ ଗ୍ରାଉଣ୍ଡରେ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚର ପ୍ରଥମ ଦିନ ବର୍ଷା ପାଇଁ ଧୋଇ ଯାଇଛି । ଦିନ ସାରା ଗୋଟିଏ ହେଲେ ବଲ୍ ମ୍ୟାଚରେ ପଡି ନାହିଁ । ସକାଳୁ ଲଗାତାର ଭାବେ ବର୍ଷା ହେବା ଫଳରେ ଟସ୍ ମଧ୍ୟ ପକାଯାଇ ନାହିଁ । 

ନଷ୍ଟ ହୋଇଥିବା ସମୟକୁ ନଜରରେ ରଖି ଆଗାମୀ ୪ଦିନ ଯାଏଁ ପ୍ରତ୍ୟେକ ଦିନ ୯୬ ଓଭରର ଖେଳ ହେବ ବୋଲି ସୂଚନା ମିଳିଛି । ମ୍ୟାଚ ସମୟରେ ବର୍ଷା ଯୋଗୁଁ ନିୟମିତ ଭାବେ ବିରତି ମଧ୍ୟ ଦେଖିବାକୁ ମିଳିପାରେ । 

ଆସନ୍ତୁ ଜାଣିବା ଆସନ୍ତା ୪ଦିନ କଣ ରହିବ ଲର୍ଡସ୍ ପାଣିପାଗ

ଭାରତୀୟ ସମୟାନୁସାରେ ଟେଷ୍ଟ୍ ମ୍ୟାଚ ଦିନ ୩.୩୦ରେ ଆରମ୍ଭ ହେବାକୁ ଥିବା ବେଳେ ଇଂଲଣ୍ଡ ସମୟାନୁସାରେ ଏହା ଦିନ ୧୧ଟାରେ ଆରମ୍ଭ ହେବ । ଆଜି ଇଂଲଣ୍ଡ ସମୟାନୁରେ ସକାଳେ ପାଗ ଶୁଖିଲା ରହିବ । କିନ୍ତୁ ଦିନ ୧୨ଟାରୁ ୩ଟା ଯାଏଁ ଝିପିଝିପି ବର୍ଷା ହେବାର ସମ୍ଭାବନା ରହିଛି । ସଂଧ୍ୟା ୬ଟା ପରେ ବର୍ଷାର ପରିମାଣ ବଢିପାରେ ବୋଲି ଅନୁମାନ କରାଯାଉଛି । ତେବେ ୭ଟା ପରେ ପାଗ ଶୁଖିଲା ରହିବ । 

ଗତକାଲି ଅର୍ଥାତ ଶନିବାର ଦିନ ଆକାଶ ଶୁଖିଲା ରହିବ । କିନ୍ତୁ ସ୍ଥାନୀୟ ସମୟ ଅନୁସାରେ ସଂଧ୍ୟା ୬ଟା ପରେ ବର୍ଷା ହେବାର ସମ୍ଭାବନା ରହିଛି  ।

ଋବିବାର ଦିନ ଆକାଶ ମେଘୁଆ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାବ ବିଭାଗ । କିନ୍ତୁ ଟେଷ୍ଟର ଶେଷ ଦିନ ଅର୍ଥାତ ସୋମବାର ଦିନ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି ।

  • Tags:

Subscribe

National International State Sports Entertainment