ରବି ଶାସ୍ତ୍ରୀଙ୍କୁ ସିଓଏର ତାଗିଦ୍, ଏହି ଦଳ ଶ୍ରେଷ୍ଠ ନା ନୁହଁ, ଲୋକଙ୍କୁ ନିଷ୍ପତ୍ତି କରିବାକୁ ଦିଅନ୍ତୁ
Khabar Odisha:committee-of-administrators-to-ravi-shastri-let-people-judge-whether-this-is-best-travelling-team-or-not
ନୂଆଦିଲ୍ଲୀ,ନଭେମ୍ବର୦୮(ଖବର ଓଡ଼ିଶା):

 ଇଂଲଣ୍ଡରେ ଭାରତୀୟ ଦଳର ଖରାପ ପ୍ରଦର୍ଶନ ପରେ ଦେଇଥିବା ବୟାନକୁ ନେଇ ପ୍ରଶାସକ ସମିତି(ସିଓଏ) କୋଚ୍ ରବି ଶାସ୍ତ୍ରୀଙ୍କୁ ତାଗିଦ୍ କରିଛନ୍ତି। ଗସ୍ତ ପରେ ରବି ଶାସ୍ତ୍ରୀ ଦୃଢତାର ସହ କହିଥିଲେ ଯେ ବିଦେଶରେ ଭଲ ପ୍ରଦର୍ଶନ କରିବା ମାମଲାରେ ଗତ ୧୫ ବର୍ଷ ମଧ୍ୟରେ ଖେଳିଥିବା ଦଳଙ୍କ ମଧ୍ୟରୁ କୋହଲିଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ସବୁଠୁ ଶ୍ରେଷ୍ଠ ଦଳ। ବିସିସିଆଇ ଅଧିକାରୀଙ୍କ ମୁତାବକ ସିଓଏର ବୈଠକ ସମୟରେ ଶାସ୍ତ୍ରୀ ଏହି କଥା ଦୋହରାଇଥିଲେ, ଯାହାକୁ ନେଇ ତାଙ୍କୁ ସିଓଏ ତାଦିଗ୍ କରିଛନ୍ତି।

ହାଇଦ୍ରାବାଦରେ ନିକଟରେ ଅନୁଷ୍ଠିତ ଦଳ ପ୍ରବନ୍ଧନ ଓ ସିଓଏ ବୈଠକରେ ରବି ଶାସ୍ତ୍ରୀ ପୁଣି ଥରେ ନିଜର ଏହି କଥାକୁ ଦୋହରାଇ କହିଥିଲେ ଯେ ଗତ ୧୫ ବର୍ଷ ମଧ୍ୟରେ ବିଦେଶରେ ଖେଳିଥିବା ଦଳଙ୍କ ମଧ୍ୟରୁ କୋହଲିଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ସବୁଠୁ ଶ୍ରେଷ୍ଠ ଦଳ। ଯାହାକୁ ନେଇ  ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର ଓ ସୌରଭ ଗାଙ୍ଗୁଲି ଶାସ୍ତ୍ରୀଙ୍କୁ କଡ଼ା ପ୍ରତିକ୍ରିୟା ଦେଇଥିଲେ। ବୈଠକରେ ଉପସ୍ଥିତ ଥିବା ଜଣେ ଅଧିକାରୀ କହିଛନ୍ତି ଯେ  ଭାରତୀୟ ମିଡିଆ ସର୍ବଦା ନିଜର ଖେଳାଳିଙ୍କ ସମାଲୋଚନା କରିଥାଏ ବୋଲି ଶାସ୍ତ୍ରୀ  କହିଥିଲେ। 

ଇଂଲଣ୍ଡରେ ଟେଷ୍ଟ ଶୃଙ୍ଖଳାରେ ୩-୧ରେ ପରାଜିତ ହେବା ପରେ କୋହଲି ସାମ୍ବାଦିକଙ୍କ ପ୍ରଶ୍ନରେ କ୍ରୋଧିତ ହୋଇଥିଲେ। ଏହା ଉପରେ ନିଜର ମନ୍ତବ୍ୟ ରଖି ରବି ଶାସ୍ତ୍ରୀ ଉପରୋକ୍ତ ବୟାନ ଦେଇଥିଲେ। ବିସିସିଆଇ ଅଧିକାରୀଙ୍କ ମୁତାବକ ସିଓଏ ସଦସ୍ୟ ଶାସ୍ତ୍ରୀଙ୍କୁ କହିଛନ୍ତି ଯେ ଏହି ବୈଠକରେ ଆଲୋଚ୍ୟ ବିଷୟକୁ ଫେରନ୍ତୁ ଏବଂ ଆଗାମୀ ଅଷ୍ଟ୍ରେଲିଆ ଗସ୍ତର ନୀତି ଉପରେ ଆଲୋଚନା କରନ୍ତୁ। ଆପଣ ଏହି ନିଷ୍ପତ୍ତି ନେଇ ପାରିବେ ନାହିଁ ଯେ ବିଦେଶରେ ପ୍ରଦର୍ଶନ କରିବା ମାମଲାରେ ଏହି ଦଳ ସର୍ବଶ୍ରେଷ୍ଠ କି ନୁହେଁ। କେଉଁ ଦଳ ସର୍ବଶ୍ରେଷ୍ଠ ଏହା  ଲୋକଙ୍କୁ ନିଷ୍ପତ୍ତି କରିବାକୁ ଦିଅନ୍ତୁ। ସିଓଏ ବୈଠକରେ ଶାସ୍ତ୍ରୀ ଓ କୋହଲିଙ୍କୁ କୁହାଯାଇଛି ଯେ ଭାରତୀୟ ଦଳକୁକ ଜରୁରୀ ସୁବିଧା ଦିଆଯାଇଛି। ତେଣୁ ପଡିଆରେ ଦଳ ଅନୁରୂପ ପ୍ରଦର୍ଶନ କରିବା ଉଚିତ୍। 

ଏହି ବୈଠକରେ ସିଓଏ ଅଧ୍ୟକ୍ଷ ବିନୋଦ ରାୟ, ଡାଏନା ଏଡୁଲଜି, ସିଇଓ ରାହୁଲ ଜୋହରୀ, ଆଇପିଏଲ ସିଇଓ ହେମାଙ୍ଗ ଅମିନ, ମହାପ୍ରବନ୍ଧକ(କ୍ରିକେଟ୍ ସଂଚାଳକ) ସବା କରିମ, ବିରାଟ କୋହଲି, ରବି ଶାସ୍ତ୍ରୀ, ରୋହିତ ଶର୍ମା, ଆଜିଙ୍କ୍ୟ ରାହାଣେ ଓ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ଉପସ୍ଥିତ ଥିଲେ। 

Subscribe

National International State Sports Entertainment