ଲର୍ଡ୍ସ ଟେଷ୍ଟ ପୂର୍ବରୁ ଭାରତୀୟ ଦଳକୁ ଲାଗିଲା ଝଟକା, ବାଦ୍ ପଡ଼ିଲେ ଏହି ଖାସ୍ ଖେଳାଳି
Khabar Odisha:bouncer-japrit-bumrah-ruled-out-of-lords-test-against-england
ଲଣ୍ଡନ,ଅଗଷ୍ଟ୦୭(ଖବର ଓଡ଼ିଶା):

 ଭାରତ ଓ ଇଂଲଣ୍ଡ ମଧ୍ୟରେ ଅଗଷ୍ଟ ୯ରୁ ଦ୍ଵିତୀୟ ଟେଷ୍ଟ ଖେଳାଯିବ।  ଏହି ମହ୍ଵପୂର୍ଣ୍ଣ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ବଡ଼ ଝଟକା। ଭାରତୀୟ ଦଳର ଦ୍ରୁତ ବୋଲର ଯଶପ୍ରୀତ ବୁମରା ଲର୍ଡ୍ସରେ ଖେଳାଯିବାକୁ ଥିବା ଦ୍ଵିତୀୟ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି।  ଭାରତ ପୂର୍ବରୁ ଏହି ସିରିଜରେ ପଛୁଆ ରହିଛି  ଏବଂ ଏବେ ଏହି ଖେଳାଳି ଦ୍ଵିତୀୟ ଟେଷ୍ଟରେ ଖେଳି ନପାରିବା ଦଳ ପାଇଁ ବଡ଼ ଝଟକା ସାବ୍ୟସ୍ତ ହୋଇପାରେ। 

ବୁମରା ନିଜର ଆଙ୍ଗୁଳିରେ ଆହତଜନିତ ସମସ୍ୟା କାରଣରୁ ପ୍ରଥମ ଟେଷ୍ଟ ପାଇଁ ଚୟନ ହୋଇନଥିଲେ।  ଭାରତୀୟ ଦଳର ବୋଲିଂ କୋଚ୍ ଭରତ ଅରୁଣ କହିଛନ୍ତି ଯେ ବୁମରା ଏବେ ବୋଲିଂ ପାଇଁ ଫିଟ୍ ଏବଂ ସେ ଅଭ୍ୟାସ ସମୟରେ ବୋଲିଂ ମଧ୍ୟ କରୁଛନ୍ତି।  ମାତ୍ର ତାଙ୍କୁ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଆଉ କିଛି ଦିନ ଲାଗିବ। ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ତରବରିଆ ଭାେ ପଡିଆକୁ ଓହ୍ଲାଇବା ପାଇଁ ଚାହୁଁନାହାନ୍ତି।  ଭରତ ଅରୁଣଙ୍କ ଏହି ବୟାନରୁ ସ୍ପଷ୍ଟ ଯେ ବୁମରା ଇଂଲଣ୍ଡ ବିପକ୍ଷ  ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ଖେଳିବେ ନାହିଁ। 

ଆୟରଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ବୁମରାଙ୍କ ବାମ ହାତରେ ଆଘାତ ଲାଗିଥିଲା। ଏହି କାରଣରୁ ସେ ଇଂଲଣ୍ଡ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜରୁ ବାଦ୍ ପଡିଥିଲେ। ବର୍ମିଂଘମରେ ଖେଳାଯାଇଥିବା  ପ୍ରଥମ ମ୍ୟାଚରେ ମଧ୍ୟ ଆଘାତ କାରଣରୁ ବୁମରା ବାଦ୍ ପଡ଼ିଥିଲେ। 

ବୁମରାଙ୍କ ଟେଷ୍ଟ କ୍ୟାରିୟର

ବୁମରାଙ୍କୁ ଭାରତୀୟ ଟେଷ୍ଟରେ ଚଳିତ ବର୍ଷ ଖେଳିବାର ସୁଯୋଗ ମିଳିଥିଲା।  ଜାନୁଆରୀରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଟେଷ୍ଟରେ ପଦାର୍ପଣ  କରିଥିଲେ। ନିଜର ପ୍ରଥମ ଟେଷ୍ଟରେ ସେ ୪ଟି ଓ୍ଵିକେଟ୍ ନେଇଥିଲେ। ବୁମରା ଏ ପର୍ୟ୍ୟନ୍ତ ମୋଟ୍ ତିନୋଟି ଟେଷ୍ଟ ମ୍ୟାଚ୍ ଖେଳି ସାରିଛନ୍ତି। ଏଥିରୁ ସେ ମୋଟ୍ ୧୪ଟି ଓ୍ଵିକେଟ୍ ନେଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ଶେଷ ମ୍ୟାଚରେ ସେ ସାତୋଟି ଓ୍ଵିକେଟ୍ ନେଇଥିଲେ ଏବଂ ଏହା ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା। 

  • Tags:

Subscribe

National International State Sports Entertainment