୨୦୧୯ ଆଇପିଏଲରୁ ବାଦ ପଡିପାରନ୍ତି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଖେଳାଳି- ରିପୋର୍ଟ
Khabar Odisha:australia-and-england-cricketers-will-not-play-ipl-after-1st-may-reports
ନୂଆଦିଲ୍ଲୀ, ନଭେମ୍ବର ୦୬(ଖବର ଓଡିଶା):

କ୍ରିକେଟ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ୱେଲସ୍ କ୍ରିକେଟ ବୋର୍ଡ ବିସିସିଆଇକୁ ସେମାନଙ୍କ ଖେଳାଳି ୨୦୧୯ ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲରେ ମେ ୧ ପରେ ଅଂଶ ଗ୍ରହଣ କରିପାରିବେ ନାହିଁ ବୋଲି ସୂଚନା ଦେଇଛି । 

ଏହି ତଥ୍ୟ ଯଦି ସତ ହୋଇଥାଏ ତେବେ ଏହି ଦୁଇ ଦଳ ମେ ୩୦ରୁ ଆରମ୍ଭ ହେବାକୁ ଥିବା ୨୦୧୯ କ୍ରିକେଟ ବିଶ୍ୱକପ ପ୍ରସ୍ତୁତିରେ ଲାଗିପଡିବେ । ଆଇପିଏଲ ମଧ୍ୟ ଚଳିତ ବର୍ଷ ବହୁତ ଶୀଘ୍ର ଆରମ୍ଭ ହେବ । ଆଶା କରାଯାଉଛି କି ଆଇପିଏଲ ମାର୍ଚ୍ଚ ୨୯ରୁ ଆରମ୍ଭ ହୋଇ ମେ ୧୯ରେ ଶେଷ ହେବ । ଅର୍ଥାତ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଖେଳାଳି ଆଇପିଏଲ ଟୁର୍ଣ୍ଣାମେଂଟର ଶେଷ ୧୮ ଦିନ ଖେଳିବେ ନାହିଁ । 

ବିସିସିଆଇ କିମ୍ବା ଆଇପିଏଲ ବୋର୍ଡ ଏନେଇ ବିଧିବଦ୍ଧ ଭାବେ କିଛି ଘୋଷଣା କରିନାହାନ୍ତି । କିନ୍ତୁ ମୁମ୍ବାଇ ମିରରରେ ଦିଆ ଯାଇଥିବା ଏକ ରିପୋର୍ଟରେ ଫ୍ରାଂଚାଇଜମାନଙ୍କୁ ଏହା ବାବଦରେ ଅନଔପଚାରିକ ଭାବେ ଖବର ଦିଆଯାଇଛି । 

ରିପୋର୍ଟରେ କୁହାଯାଇଛି କି ଅନ୍ୟ ଦେଶର ଖେଳାଳିଙ୍କ ଉପଲବ୍ଧିକୁ ନେଇ କିଛି ଅପଡେଟ୍ ମିଳିନାହିଁ । କିନ୍ତୁ ଦକ୍ଷିଣ ଆଫ୍ରିକା ଖେଳାଳି ମେ ୧୨ ପରେ ସ୍ୱଦେଶ ଫେରିଯିବେ । ଫଳରେ ବିଭିନ୍ନ ବିଦେଶୀ ଖେଳାଳି ଆଇପିଏଲର ପ୍ଲେ-ଅଫ ଏବଂ ଫାଇନାଲରେ ଉପସ୍ଥିତ ରହିପାରିବେ ନାହିଁ । ଏପରି କି ଭାରତରେ ସାଧାରଣ ନିର୍ବାଚନ ପାଇଁ ଆଇପିଏଲ ଦକ୍ଷିଣ ଆଫ୍ରିକାରେ ଖେଳାଯିବା ନେଇ ମଧ୍ୟ ସମ୍ଭାବନା ରହିଛି ।  ସମସ୍ତ କ୍ରିକେଟ ବୋର୍ଡର ଖେଳାଳିଙ୍କ ଉପଲବ୍ଧି ସମ୍ବନ୍ଧରେ ଡିସେମ୍ବର ମାସରେ ଜଣାପଡିବ । ଖେଳାଳିଙ୍କ ନିଲାମ ୧୭ ଏବଂ ୧୮ ଡିସେମ୍ବରରେ ହେବା ନେଇ ସୂଚନା ମିଳିଛି । 

  • Tags:

Subscribe

National International State Sports Entertainment