ଏସିଆ କପ୍ ୨୦୧୮: ସେପ୍ଟେମ୍ବର ୧୮ରେ ଭାରତ ଖେଳିବ ପ୍ରଥମ ମ୍ୟାଚ୍, ଜାଣନ୍ତୁ କିଛି ରୋଚକ କଥା
Khabar Odisha:all-you-need-to-know-about-asia-cup-2018
ନୂଆଦିଲ୍ଲୀ,ସେପ୍ଟେମ୍ବର୧୩(ଖବର ଓଡ଼ିଶା):

ଏସିଆ କପ-୨୦୧୮ର ରୋମାଞ୍ଚ  ସେପ୍ଟେମ୍ବର ୧୫ରେ ଆରମ୍ଭ ହେଉଛି। ଏହି ଟୂର୍ଣ୍ଣାମେଣ୍ଟରେ ଭାରତ ସହିତ ମୋଟ୍ ୬ ଟି ଦଳ ଭାଗ ନେଉଛନ୍ତି।  ଭାରତ ବ୍ୟତୀତ ଆଫଗାନିସ୍ତାନ, ଶ୍ରୀଲଙ୍କା, ପାକିସ୍ତାନ,  ବାଂଲାଦେଶ ଓ ହଂକ କଂଗ ଏଥିରେ ସାମିଲ ହୋଇଛନ୍ତି। ଟୂର୍ଣ୍ଣାମେଣ୍ଟରେ ଭାରତ ନିଜର ପ୍ରଥମ ମୁକାବିଲା ସେପ୍ଟେମ୍ବର ୧୮ରେ ହଂକ କଂଗ ବିପକ୍ଷରେ ଖେଳିବ। ଏହା ପରେ ତାର ପରଦିନ ଅର୍ଥାତ ସେପ୍ଟେମ୍ବର ୧୯ରେ ଦଳ ପାରମ୍ପରିକ ପ୍ରତିଦ୍ଵନ୍ଦୀ ପାକିସ୍ତାନକୁ ଭେଟିବ। 

ଏହି ମ୍ୟାଚକୁ ନେଇ କ୍ରିକେଟ୍ ପ୍ରଶଂସକ ଚାତକ ଭଳି ଚାହିଁ ରହିଛନ୍ତି। ଏହି ପରି ଏସିଆ କପର ଫାଇନାୋଲ ମୁକାବିଲା ସେପ୍ଟେମ୍ବର ୨୮ରେ ଖେଳାଯିବ। ୨୦୧୬ରେ ଆୟୋଜିତ ଏସିଆ କପରେ ଭାରତ ଚମ୍ପିଆନ ହୋଇଥିଲା। ଏଥର ଟିମ୍ ଇଣ୍ଡିଆ ରୋହିତ ଶର୍ମାଙ୍କ ଅଧିନାୟକତ୍ଵରେ ଟାଇଟଲ ବଜାୟ ରଖିବା ପାଇଁ ମଇଦାନକୁ ଓହ୍ଲାଇବ। ଆସନ୍ତୁ ଜାଣିବା ଏସିଆ କପ ସହ ଜଡ଼ିତ କିଛି ରୋଚକ ତଥ୍ୟ ...

ସଂସ୍କରଣ- ଏଥର ୧୪ ମ ସଂସ୍କରଣ ଖେଳାଯିବ।

୨୦୧୮ର ଫର୍ମାଟ- ଦିନିକିଆ

ସବୁଠୁ ସଫଳ ଦଳ- ଭାରତ(୫ଟି ଦିନିକିଆ ଟାଇଟଲ ଓ ଗୋଟିଏ ଟି-୨୦ ଟାଇଟଲ)

ଡିଫେଣ୍ଡିଂ ଚମ୍ପିଆନ- ଭାରତ

ସବୁଠୁ ସଫଳ ବ୍ୟାଟସମ୍ୟାନ- ଶ୍ରୀଲଙ୍କାର ସନଥ ଜୟସୁରିଆ(୧୨୨୦ ଦିନିକିଆ ରନ)

ସବୁଠୁ ସଫଳ ବୋଲର- ଶ୍ରୀଲଙ୍କାର ମୁଥୈୟା ମୁରଲୀଧରଣ(୩୦ ଦିନିକିଆ ଓ୍ଵିକେଟ୍)

କିଏ କେବେ ହେଲେ ଚମ୍ପିଆନ

୧୯୮୪(ଶାରଜାହା)ବିଜେତା- ଭାରତ

୧୯୮୬(ଶ୍ରୀଲଙ୍କା) ବିଜେତା- ଶ୍ରୀଲଙ୍କା

୧୯୮୮(ବାଂଲାଦେଶ)ବିଜେତା- ଭାରତ

୧୯୯୦-୯୧(ଭାରତ) ବିଜେତା- ଭାରତ

୧୯୯୫(ୟୁଏଇ) ବିଜେତା- ଭାରତ

୧୯୯୭(ଶ୍ରୀଲଙ୍କା)  ବିଜେତା- ଶ୍ରୀଲଙ୍କା

୨୦୦୦(ବାଂଲାଦେଶ) ବିଜେତା- ପାକିସ୍ତାନ

୨୦୦୪(ଶ୍ରୀଲଙ୍କା) ବିଜେତା- ଶ୍ରୀଲଙ୍କା

୨୦୦୮(ପାକିସ୍ତାନ) ବିଜେତା- ଶ୍ରୀଲଙ୍କା

୨୦୧୦(ଶ୍ରୀଲଙ୍କା)  ବିଜେତା- ଭାରତ

୨୦୧୨(ବାଂଲାଦେଶ) ବିଜେତା- ପାକିସ୍ତାନ

୨୦୧୪(ବାଂଲାଦେଶ)  ବିଜେତା- ଶ୍ରୀଲଙ୍କା

୨୦୧୬(ବାଂଲାଦେଶ) ବିଜେତା- ଭାରତ 

  • Tags:

Subscribe

National International State Sports Entertainment