ଥାଇଲାଣ୍ଡ: ସୁରକ୍ଷିତ ବାହାରିଲେ ଗୁମ୍ଫାରେ ଫସିଥିବା ସମସ୍ତ ଖେଳାଳି, ଚିକିତ୍ସା ପାଇଁ ପଠାଗଲା ହସ୍ପିଟାଲ
Khabar Odisha:all-thailand-football-player-rescued-from-caves
ନୂଆଦିଲ୍ଲୀ, ଜୁଲାଇ ୧୦(ଖବର ଓଡିଶା) :

ଥାଇଲାଣ୍ଡର ଥାମ୍ ଲୁଗାଙ୍ଗ ଗୁମ୍ଫାରେ ଗତ ଦୁଇ ସପ୍ତାହ ଧରି ଫସି ରହିଥିବା ସମସ୍ତ ୧୩ଜଣ ଫୁଟୁବଲ ଖେଳାଳିଙ୍କୁ ଉଦ୍ଧାର କରାଯାଇଛି । ନିଜ କୋଚଙ୍କ ସହ ଫସିଥିବା ଫୁଟୁବଲ ଟିମର ସମସ୍ତ ଖେଳାଳିକୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଏମାନଙ୍କୁ ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କରାଯାଇଥିବା ଜଣାପଡିଛି । ଏହା ପୂର୍ବରୁ ରବିବାର ଏବଂ ସୋମବାର ଦିନ ୮ଜଣ ଖେଳାଳିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା  । ତେବେ ଆଜି ଫସି ଥିବା ବାକି ୫ଜଣ ଖେଳାଳିଙ୍କୁ ଉଦ୍ଧାର କରାଯାଇଛି । 

ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଅଧିକାରୀଙ୍କ କହିବାନୁସାରେ, ଖେଳାଳିଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଯାଇଛି । ଅନେକ ଉଦ୍ଧାର ପ୍ରକ୍ରିୟା ବିଫଳ ହେବା ପରେ ପାଣି ବୁଡାଳିଙ୍କୁ ଉଦ୍ଧାର କାର୍ୟ୍ୟରେ ନିୟୋଜିତ କରାଯାଇଛି । 

ସୂଚନାଯୋଗ୍ୟ କି, ଥାଇଲାଣ୍ଡର ଏକ ଫୁଟୁବଲ୍ ଟିମର ଖେଳାଳି ଏବଂ କୋଚ୍ ଗତ ୨୩ ତାରିଖରେ ଏକ ଗୁମ୍ଫା ମଧ୍ୟରେ ଫସି ଯାଇଥିଲେ । ପରେ ଭୀଷଣ ବର୍ଷା ଦ୍ୱାରା ଗୁମ୍ଫା ମଧ୍ୟରେ ପାଣି ପଶିଯିବା ସହ ରାସ୍ତା ମଧ୍ୟ ବନ୍ଦ ହୋଇ ଯାଇଥିଲା ।

  • Tags:

Subscribe

National International State Sports Entertainment