ପାଣ୍ଡ୍ୟା ଓ ରାହୁଲଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ, ଦୁଇଟି ମ୍ୟାଚ ପାଇଁ ହୋଇପାରନ୍ତି ବାସନ୍ଦ
Khabar Odisha:Vinod-Rai-Recommends-Two-Odi-Ban-For-Hardik-Pandya-And-Kl-Rahul
ନୂଆଦିଲ୍ଲୀ,ଜାନୁଆରୀ ୧୦ (ଖବର ଓଡ଼ିଶା):

ନିକଟରେ ଏକ ଟିଭି ସୋରେ ମହିଳାଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିବା ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଓପନିଂ ବ୍ୟାଟ୍ସମ୍ୟାନ କେଏଲ ରାହୁଲଙ୍କ ପାଇଁ ଅଢୁଆ କମିବା ପରିବର୍ତ୍ତେ ବଢିବାରେ ଲାଗିଛି। ବିସିସିଆଇରେ ନିଯୁକ୍ତ ପ୍ରଶାସନିକ ସମିତି(ସିଓଏ)ର ପ୍ରମୁଖ ବିନୋଦ ରାୟ ଉଭୟ ଖେଳାଳିଙ୍କୁ ଦୁଇଟି ମ୍ୟାଚରୁ ବାସନ୍ଦ କରିବାକୁ ସୁପାରିଶ କରିଛି। ପ୍ରଶାସନିକ ସମିତିର ଅନ୍ୟ ସଦସ୍ୟ ଡାଏନା ଇଡୁଲଜୀ ଏହି ମାମଲାରେ ବିସିସିଅଇର ଲିଗାଲ  ସେଲ ପାଖକୁ ପଠାଯାଇଛି ।

ପାଣ୍ଡ୍ୟାଙ୍କ ଟିପ୍ପଣୀ ପରେ ସୋସିଆର ମିଡିଆରେ ଏହାର ଖୁବ ସମାଲୋଚନା ହୋଇଥିଲା । ଏହାପରେ ବୁଧବାର ଦିନ ପାଣ୍ଡ୍ୟ ଟ୍ୱିଟ କରି କ୍ଷମା ପାର୍ଥନା କରିଥିଲେ । ବିସିସିଆଇ ଦୁଇ ଖେଳାଳିଙ୍କୁ ଏହି ପ୍ରସଙ୍ଗରେ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଥିଲା । ଦୁଇ ଖେଳାଳିଙ୍କୁ ୨୪ ଘଣ୍ଟା ମଧ୍ୟରେ ଏହାର ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବଲିଓଡ ନିର୍ଦ୍ଦେଶକ କରଣ ଜୋହରଙ୍କ ସୋ 'କଫି ୱିଥ କରଣ'ରେ ପାଣ୍ଡ୍ୟା ଦେଇଥିବା ଟିପ୍ପଣୀର କଡା ସମାଲୋଚନା ହୋଇଥିଲା ।  ଦୁଇ ଖେଳାଳି ପ୍ରତି ଉତ୍ତରରେ ବୋର୍ଡ ଏବଂ ପ୍ରଶାସନିକ ସମିତିକୁ କ୍ଷମା ମାଗିଥିଲେ । ଖେଳାଳି ମାନଙ୍କର ଜବାବ ଉପରେ ପ୍ରତିକ୍ରିୟା ଦେଇ ବିନୋଦ ରାୟ କହିଛନ୍ତି ଯେ ପାଣ୍ଡ୍ୟା ଦେଇଥିବା ସ୍ପଷ୍ଟିକରଣ ଉପରେ ସହ ମୁଁ ସହମତ ନୁହେଁ, ଏହା ସହ ଦୁଇ ଖେଳାଳିଙ୍କ ଉପରେ ଦୁଇଟି ମ୍ୟାଚ ବାସନ୍ଦ କରିବାକୁ ବୋର୍ଡକୁ ନିବେଦନ କରିଛି । ଏଥିରେ ଅନ୍ୟ ଜଣେ ସଦସ୍ୟ ଡାଏନାଙ୍କ ସହମତି ପରେ ହିଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିବ । ସୂଚନାଯୋଗ୍ୟ ଯେ ଆସନ୍ତା ଶନିବାରଠାରୁ ଭାରତ ଅଷ୍ଟ୍ରେଲିଆରେ ୩ ମ୍ୟାଚ ବିଶିଷ୍ଟ ଏକଦିବସୀୟ ଶୃଙ୍ଖଳା ଖେଳିବାକୁ ଯାଉଛି । ଏହି ଦୁଇ ଖେଳାଳି ଟିମରେ ସାମିଲ ମଧ୍ୟ ଅଛନ୍ତି । 

Subscribe

National International State Sports Entertainment