ସାରଜା: ୨୧ରୁ ଆରମ୍ଭ ହେବ ଟି-୧୦ ଲିଗ, ଜାହୀର-ପ୍ରବୀଣ-ଆରପି ସିଂହ ଖେଳିବେ
Khabar Odisha:T-10-league-begins-form-21-nov-in-sharjah-zaheer-munaf-and-praveen-kumar-will-pla

ନୂଆଦିଲ୍ଲୀ, ନଭେମ୍ବର ୦୭ (ଖବର ଓଡ଼ିଶା): ଦୁବାଇରେ ଭାରତର ପୂର୍ବତନ କ୍ରିକେଟରଙ୍କ ଅପୂର୍ବ ସମ୍ଭାର ହେବ । ଭାରତୀୟ ଦ୍ରୁତ ବୋଲିଂରେ ଏକଦା ଆକ୍ରମଣାତ୍ମକ ଅଂଶବିଶେଷ ଥିବା ଜାହୀର ଖାନ, ପ୍ରବୀଣ କୁମାର ଓ ଆରପି ସିଂହ ସେହି ଭାରତୀୟ କ୍ରିକେଟଙ୍କ ଟିମରେ ସାମିଲ ହୋଇଛନ୍ତି, ଯେଉଁ ଟିମ ୟୁଏଇରେ ହେବାକୁ ଥିବା ଟି-୧୦ ଲିଗର ବିଭିନ୍ନ ଫ୍ରାଞ୍ଚାଇଜ ଟିମ ପାଇଁ ଚୟନ ହୋଇଛନ୍ତି । ଟି-୧୦ ଲିଗ ଦୁବାଇର ସାରଜା କ୍ରିକେଟ ଷ୍ଟାଡିୟମରେ ଆଗାମୀ ନଭେମ୍ବର ୨୧ରୁ ଆରମ୍ଭ ହେବ । ଲିଗର ଫାଇନାଳ ମ୍ୟାଚ ଡିସେମ୍ବର ୨ରେ ଖେଳାଯିବ । 

ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବଙ୍ଗାଲ ଟାଇଗର୍ସ ଜାହୀର ଖାନକୁ ଚୟନ କରିଥିବା ବେଳେ ପଞ୍ଜାବ ଲିଜେଣ୍ଡସ ପ୍ରବୀଣ କୁମାରକୁ ନିଜ ଟିମରେ ସାମିଲ କରିଛି । ଟୁର୍ଣ୍ଣାମେଣ୍ଟରେ ୮ ଜଣ ପୂର୍ବତନ ଭାରତୀୟ ଖେଳାଳି ଖେଳୁଛନ୍ତି । ଏସ ବଦ୍ରୀନାଥ ମରାଠା ଓରେବିୟସରୁ ପ୍ରତିନିଧିତ୍ୱ କରିବେ । ସେହିଭଳି ଗତଥର ଚାମ୍ପିଅନ କେରଳ କିଙ୍ଗସ ନିଜର ବିଜୟ ଅଭିଯାନ ଜାରି ରଖିବାକୁ ରତିନ୍ଦର ସିଂହ ସୋଧିଙ୍କୁ ଟିମରେ ସାମିଲ କରିଛି । 

ପଖତୁନଓ ଟିମ ଆରପି ସିଂହଙ୍କୁ ନେଇଥିବା ବେଳେ ରାଜପୁତ ଟିମ ମୁନାଫ ପଟେଲଙ୍କୁ ସାମିଲ କରିଛି । ଟୁର୍ଣ୍ଣାମେଣ୍ଟର ନୂଆଁ ଟିମ କରାଚିୟନଓ ପ୍ରବୀଣ ତାମ୍ବେଙ୍କୁ ନେଇଥିବା ବେଳେ ନଦନର୍ସ ୱାରିୟସ ଅମିତୋଜ ସିଂହଙ୍କୁ ଟିମରେ ସାମିଲ କରିଛି । 

 

  • Tags:

Subscribe

National International State Sports Entertainment