ସିଡନୀ ଦିନିକିଆ: ଟସ ଜିଣି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି, ଭୁବିଙ୍କ ଶିକାର ହେଲେ ଫିଂଚ
Khabar Odisha:Sydney-ODI-Australia-win-toll-and-option-to-bat-first

ସିଡନୀ, ଜାନୁଆରୀ ୧୨ (ଖବର ଓଡ଼ିଶା): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା ଶନିବାର ସିଡନୀ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି । ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଫଳରେ ଭାରତ ବୋଲିଂ ଜାରି ରଖିଛି । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ପ୍ରଥମ ଓଭର ବୋଲିଂ କରି କେବଳ ଗୋଟିଏ ରନ ଦେଇଛନ୍ତି । ସେହିଭଳି ଭୁବନେଶ୍ୱର କୁମାର ନିଜର ୨ୟ ଓଭର ବୋଲି କରୁଥିବା ବେଳେ୨ୟ ବଲରେ ଅଷ୍ଟ୍ରେଲିଆର ଓପନର ତଥା  ଓପନର ଆରୋନ ଫିଂଚଙ୍କୁ ବୋଲ୍ଡ କରିଛନ୍ତି । ଆରେନ ୧୧ଟି ବଲ ଖେଳି ୬ ରନ କରି ପାଭଲିଅନ ଫେରିଛନ୍ତି । ତାଙ୍କ ସ୍ଥାନରେ ଉସମାନ ଖାୱଜା କ୍ରିଜକୁ ଆସିଛନ୍ତି । ଦ୍ୱିତୀୟ ଓଭର ବୋଲିଂ କରି ଖଲିଲ ଅହମଦ ୨ ରନ ଖର୍ଚ୍ଚ କରିଛନ୍ତି । ଅଷ୍ଟ୍ରେଲିଆ ୫ ଓଭରରେ ଗୋଟିଏ ୱିକେଟ ହରାଇ ୨୪ ରନ କରିଛି । 

ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଂଚ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଟିମ ଇଣ୍ଡିଆରେ ଦିନେଶ କାର୍ତ୍ତିକ, କୁଲଦୀପ ଯାଦବ, ରବୀନ୍ଦ୍ର ଜାଦେଜାଙ୍କୁ ସାମିଲ କରାଯାଇଛି । ଦ୍ରୁତ ବୋଲର ଭୁବନେଶ୍ୱର କୁମାର, ଖଲିଲ ଅହମଦ ଓ ମହମ୍ମଦ ସାମି ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସାମିଲ ଅଛନ୍ତି । 

ଭାରତୀୟ ଟିମ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), ଶିଖର ଧାୱନ, ଅମ୍ବାତି ରାୟଡୁ, ଦିନେଶ କାର୍ତ୍ତିକ, ମହେନ୍ଦ୍ର ସିଂହ ଧୋନୀ (ୱିକେଟକିପର), କୁଲଦୀପ ଯାଦବ, ରବୀନ୍ଦ୍ର ଜାଦେଜା, ଭୁବନେଶ୍ୱର କୁମାର, ଖଲିଲ ଅହମଦ ଓ ମହମ୍ମଦ ସାମି । 

ଅଷ୍ଟ୍ରେଲିଆ ଟିମ: ଆରୋନ ଫିଚ (ଅଧିନାୟକ), ଉସମାନ ଖୱାଜା, ସନ ମାର୍ଶ, ପିଟର ହେଣ୍ଡସକମ, ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋନିସ, ଆଲେକ୍ସ କୋରେ (ୱିକେଟକିପର), ଝାଏ ରିଚାର୍ଡସନ, ଜେହନ ବେହେରନଡୋର୍ଫ, ପୀଟର ସିଡଲ, ନାଥାନ ଲାୟନ । 

 

  • Tags:

Subscribe

National International State Sports Entertainment