ଇତିହାସରେ ଘଟିଲା ପ୍ରଥମ ଥର, ଆଉଟ୍ ବ୍ୟାଟସମ୍ୟାନଙ୍କୁ ଡ୍ରେସିଂ ରୁମରୁ ଡକାଇ କରାଗଲା ବ୍ୟାଟିଂ
Khabar Odisha:Sports-cricket-Odisha-cricketer-recalled-from-dressing-room-after-getting-out-on-no-ball
ନୂଆଦିଲ୍ଲୀ, ଫେବୃଆରୀ ୧୧(ଖବର ଓଡ଼ିଶା):

 ମ୍ୟାଚ୍ ସମୟରେ କ୍ରିକେଟ୍ ପଡ଼ିଆରେ ଏମିତି ଅନେକ ଘଟଣା ଦେଖିବାକୁ ମିଳିଥାଏ ଯାହାକୁ ଆମେ କେବେ ଆଶା ମଧ୍ୟ କରିନଥିବା। ମାତ୍ର ଓ୍ଵେଷ୍ଟଇଣ୍ଡିଜ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ଏମିତି ଘଟଣା ଘଟିଛି ଯାହା କ୍ରିକେଟ୍ ଇତିହାସରେ  ବୋଧହୁଏ ପ୍ରଥମ ଥର ଦେଖିବାକୁ ମିଳିଛି।  ଏହି ମ୍ୟାଚରେ ଅମ୍ପାୟର ଆଉଟ୍ ଦେବା ପରେ ବ୍ୟାଟସମ୍ୟାନ ପାଭିଲିୟନ ଫେରିଗଲେ। ମାତ୍ର ତାଙ୍କୁ ଡ୍ରେସିଂ ରୁମରୁ ପୁର୍ନବାର ବ୍ୟାଟିଂ ପାଇଁ ଡକାଯାଇଥିଲା। ଏହି ଘଟଣା ବେନ ଷ୍ଟୋକ୍ସଙ୍କ ସହିତ ଘଟିଛି। 

ଓ୍ଵେଷ୍ଟଇଣ୍ଡିଜର ଅଲଜାରୀ ଯୋଶେଫ ୭୦ମ  ଓଭର ଦେଉଥିଲେ। ଯୋଶେଫଙ୍କ ଓଭରର  ଶେଷ ବଲଟି ବେନ ଷ୍ଟୋକ୍ସଙ୍କ ହାତରେ ଯାଇ ଲାଖି ରହିଥିଲା। ଏହା ପରେ ନିରାଶ ହୋଇ ଷ୍ଟୋକ୍ସ ଡ୍ରେସିଂ ଅଭିମୁଖେ ଚାଲି ଯାଇଥିଲେ। ମାତ୍ର ଷ୍ଟୋକ୍ସ ଡ୍ରେସିଂ ରୁମରେ ପହଞ୍ଚିବା ମାତ୍ରେ  ଥାର୍ଡ ଅମ୍ପାୟର ବଲ ଯାଞ୍ଚ କରିବାରୁ ତାହା ନୋ ବଲ ଥିଲା, ଯାହା ପରେ ଷ୍ଟୋକ୍ସଙ୍କୁ ବ୍ୟାଟିଂ ପାଇଁ ଡ୍ରେସିଂରୁ ଡକାଯାଇଥିଲା। 

ଷ୍ଟୋକ୍ସ ଏହାର ଫାଇଦା ଉଠାଇ ଦିନର ଖେଳ ଶେଷ ସୁଦ୍ଧା ୬୨ ରନ କରି ଅପରାଜିତ ଅଛନ୍ତି। ସେ ପଞ୍ଚମ ଓ୍ଵିକେଟ୍ ପାଇଁ ଜୋଶ ବଟଲରଙ୍କ ସହ ୧୨୪ ରନର ଯୋଡି ସାରିଲେଣି। ବଟଲର ୬୭ ରନ କରି ଅପରାଜିତ ଅଛନ୍ତି।

କେଉଁ କାରଣ ପାଇଁ ମିଳିଲା ଖେଳିବାକୁ ଅନୁମତି

୨୦୧୭ ଏପ୍ରିଲରେ ମେରିଲବନ କ୍ରିକେଟ୍ କ୍ଲବ କ୍ରିକେଟ୍ ଆଚାର ସଂହିତାର ଧାରା ୩୧.୭(ଭୁଲବଶତଃ ଓ୍ଵିକେଟ୍ ଛାଡ଼ି ଦେବା)ରେ ସଂଶୋଧନ କରିଥିଲା। ଯାହାକୁ  ୨୦୧୭ରେ ଲାଗୁ କରାଯାଇଥିଲା। ଏହି କାରଣରୁ ବେନ ଷ୍ଟୋକ୍ସଙ୍କୁ ଡ୍ରେସିଂ ରୁମରୁ ଡକାଯାଇ ଖେଳିବାକୁ ଅନୁମତି ଦିଆଯାଇଥିଲା। 

  • Tags:

Subscribe

National International State Sports Entertainment