ଜାତୀୟ ପତାକାକୁ ଏମିତି ସମ୍ମାନ ଦେଲେ ଧୋନୀ, ପଡ଼ିଆକୁ ପ୍ରବେଶ କରି ପାଦ ସଫା କଲେ ପ୍ରଶଂସକ
Khabar Odisha:Sports-cricket-Fan-breaches-security-authorities-and-touched-Dhoni-s-feet

ହାମିଲଟନ, ଫେବୃୟାରୀ ୧୧ (ଖବର ଓଡ଼ିଶା): ନ୍ୟୁଜିଲାଣ୍ଡ ବିରୋଧରେ ହାମିଲଟନରେ ଖେଳାଯାଇଥିବା ଶେଷ ତଥା ୩ୟ ଟି-୨୦ରେ ଭାରତ ଲକ୍ଷ୍ୟରୁ ଓହରିଛି । ଏହି ମୁକାବିଲାରେ ଟିମ ଇଣ୍ଡିଆ ୪ ରନରେ ପରାସ୍ତ ହେବା ସହିତ ଶୃଙ୍ଖଳାକୁ ବି ହରାଇଛି । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ୩୦୦ତମ ଟି-୨୦ ମ୍ୟାଚରେ ସ୍ମରଣୀୟ କାମ କରିଛନ୍ତି । ଧୋନୀ ଯେଉଁକାମ କରିଛନ୍ତି, ପ୍ରଶଂସକଙ୍କ ମନକୁ ଛୁଇଁଛି ଏବଂ ଭିଡିଓ ଭାଇରାଲ ହେଉଛି । 

୩୦୦ ଟି-୨୦ ମ୍ୟାଚ ଖେଳିବାରେ ଧୋନୀ ପ୍ରଥମ ଭାରତୀୟ

-ମହେନ୍ଦ୍ର ସିଂହ ଧୋନୀ: ୩୦୦ ମ୍ୟାଚ

-ରୋହିତ ଶର୍ମା: ୨୯୮ ମ୍ୟାଚ

-ସୁରେଶ ରାଇନା: ୨୯୬ ମ୍ୟାଚ

-ଦିନେଶ କାର୍ତ୍ତିକ: ୨୬୦ ମ୍ୟାଚ

-ଗୌତମ ଗମ୍ଭୀର, ହରଭଜନ ସିଂହ: ୨୫୧ ମ୍ୟାଚ

-ବିରାଟ କୋହଲି: ୨୫୦ ମ୍ୟାଚ

ନ୍ୟୁଜିଲାଣ୍ଡର ଇନିଂସ ଚାଲିଥିବା ବେଳେ ଜଣେ ଭାରତୀୟ ପ୍ରଶଂସକ ସୁରକ୍ଷା ଘେରା ଉଲଂଘନ କରି ପଡିଆକୁ ପ୍ରବେଶ କରି ଧୋନୀଙ୍କ ନିକଟକୁ ପହଂଚି ଥିଲେ । ଏହା ପରେ ପ୍ରଶଂସକ ଆଣ୍ଠୁମାଡ଼ି ଧୋନୀଙ୍କ ପାଦ ତଳେ ବସି ପଡ଼ିଥିଲେ । ସେ ସିଧା ସଳଖ ନିଜ ସାର୍ଟରେ ଧୋନୀଙ୍କ ଉଭୟ ଜୋତାକୁ ପୋଛିଥିଲେ । 

ମହେନ୍ଦ୍ର ସିଂହ ଧୋନୀଙ୍କ ୩୦୦ ଟି-୨୦ ମ୍ୟାଚ ଏମିତି

-୧୬୯ ମ୍ୟାଚ: ଚେନ୍ନାଇ ସୁପର କିଙ୍ଗ ତରଫରୁ (ଆଇପିଏଲ-୧୪୫, ଚାମ୍ପିଅନ ଲିଗ-୨୪)

-୯୬ ମ୍ୟାଚ: ଭାରତ ଲାଗି (ଟି-୨୦)

-୩୦ ମ୍ୟାଚ: ରାଇଜିଂ ପୁଣେ ସୁପରଜ୍ୟାଣ୍ଟ (ଆଇପିଏଲ)

-୪ ମ୍ୟାଚ: ଝାଡ଼ଖଣ୍ଡ ଲାଗି (ଟି-୨୦ ଟୁର୍ଣ୍ଣାମେଣ୍ଟ)

-ଗୋଟିଏ ମ୍ୟାଚ (ଇଂଲଣ୍ଡ ଗସ୍ତରେ ୨୦୧୧)

ଏହି ସମୟରେ ଧୋନୀଙ୍କ ନଜର ପ୍ରଶଂସକଙ୍କ ଆଡ଼କୁ ନଥିଲା ବରଂ ତ୍ରିରଙ୍ଗା ଉପରେ ଥିଲା । ପ୍ରଶଂସକ ତ୍ରିରଙ୍ଗା ନିଜ ହାତରେ ରଖି ଧୋନୀଙ୍କ ପାଦ ଛୁଇଁଥିଲେ । ଧୋନୀ ତ୍ରିରଙ୍ଗା କାଳେ ତଳେ ପଡ଼ିଯିବ ଭାବି ନିଜ ପାଖରେ ରଖି ନେଇଥିଲେ । ଏହା ପରେ ପ୍ରଶଂସକମାନେ ଭାବୁକ ହୋଇ ଯାଇଥିଲେ । ଧୋନୀଙ୍କ ଜୀବନରେ ଏହା ପ୍ରଥମ ଘଟଣା ନୁହେଁ ବରଂ ପୂର୍ବରୁ ମଧ୍ୟ ଏମିତି ବିରଳ ଘଟଣା ଅନେକ ଥର ଘଟିଛି । 

 

  • Tags:

Subscribe

National International State Sports Entertainment