ବିଶ୍ୱକପ ଦୌଡ଼ରେ ଭାରତର ଏ ତିନି ଖେଳାଳି, ଚୟନ କମିଟି ଦେଲା ସବୁଜ ସଂକେତ
Khabar Odisha:Sports-cricket-Chief-Selector-MSK-Prasad-Kays-ihese-ihree-Rricketer-õn-ace-Zor-Icc-World-Cup

ନୂଆଦିଲ୍ଲୀ, ଫେବୃୟାରୀ ୧୨ (ଖବର ଓଡ଼ିଶା): ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ଦିନିକିଆ ଜିତିଥିବା ଭାରତକୁ ବିଶ୍ୱକପରେ ଟ୍ରଫିର ଦାବିଦାର କୁହାଯାଉଛି । ଉଭୟ ଶୃଙ୍ଖଳାରେ ଟିମ ପରିଚାଳନା ବିଶ୍ୱକପ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରଣନୀତି କରୁଛି । କ୍ରିକେଟ ବିଶ୍ୱକପ ଆଉ ୪ ମାସ ବାକି ଅଛି ଏବଂ ଚୟନ କମିଟି ୧୫ ଜଣିଆ ଟିମକୁ କେମିତି ଚୟନ କରିବେ ସେ ନେଇ ନଜର ରଖିଛନ୍ତି । 

ଏକ କ୍ରିକେଟ ୱେବସାଇଟ ରିପୋର୍ଟ ଅନୁସାରେ ଚୟନ କମିଟି ପ୍ରମୁଖ ଏମଏସକେ ପ୍ରସାଦ ସଂକେତ ଦେଇଛନ୍ତି ଯେ, ଟିମ ପାଖାପାଖି ନିର୍ଦ୍ଧାରିତ ହୋଇଛି କିନ୍ତୁ ଗୋଟିଏ ସ୍ଥାନ ପାଇଁ ଏହା ବାକି ଅଛି । ଅଭିଜ୍ଞ ୱିକେଟକିପର ମହେନ୍ଦ୍ର ସିଂହ ଧୋନୀ ବିଶ୍ୱକପ ଲାଗି ଗୁରୁତ୍ୱପୂର୍ଣ୍ଣ ଅଟନ୍ତି । ସେହିଭଳି ଋଷଭ ପନ୍ତ, ବିଜୟ ଶଙ୍କର ଏବଂ ଆଜିଙ୍କ୍ୟ ରାହାଣେଙ୍କ ପାଇଁ ବିଶ୍ୱକପର ରାସ୍ତା ଖୋଲା ଅଛି । 

ଆଇସିସି କ୍ରିକେଟ ବିଶ୍ୱକପ ଏଥର ଇଂଲଣ୍ଡ ଏବଂ ୱେଲ୍ସରେ ଅନୁଷ୍ଠିତ ହେବ । ପ୍ରସାଦ କହିଛନ୍ତି ଯେ, ଗୋଟିଏ ବର୍ଷ ପୂର୍ବରୁ ଆମେ ଅନେକ ଜନିଷ ନିର୍ଦ୍ଧାରିତ କରିବାର ଥିଲୁ । ଆମେ କିଛି ଖେଳାଳିଙ୍କୁ ଦେଇଛୁ ଏବଂ ସେମାନେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । ଆମେ ଅଭିଜ୍ଞ ଏବଂ ଯୁବ ଖେଳାଳିଙ୍କ ମଧ୍ୟରେ ସନ୍ତୁଳନ କରିବାକୁ ଚାହୁଁଛୁ । ଚୟନ କମିଟି ପ୍ରମୁଖଙ୍କ କହିବା ଅନୁସାରେ ପନ୍ତଙ୍କ ଭଲ ପ୍ରଦର୍ଶନ ଚୟନକର୍ତ୍ତାଙ୍କ ଅଡୁଆ ବଢ଼ାଇ ପରେ । ବିଜୟଙ୍କ ବ୍ୟାଟଂ ବିଶ୍ୱକପ ଲାଗି ଭଲ ହୋଇପାରିବ । ଗତ ଏକ ବର୍ଷରେ ଖେଳାଯାଇଥିବା ସମସ୍ତ ଫର୍ମାଟରେ ପନ୍ତ ଭଲ ପ୍ରଦର୍ଶନ କରିଛନ୍ତି । ଆମର ବିଶ୍ୱସ ଯେ, ସେ ଆହୁରି ଶକ୍ତିଶାଳୀ ହେବା ଦରକାର । ଏଥିପାଇଁ ତାଙ୍କୁ ଇଣ୍ଡିଆ-ଏରେ ଯଥା ସମ୍ଭବ ଶୃଙ୍ଖଳାରେ ସାମିଲ କରିଥିଲୁ । 

ଅଲରାଉଣ୍ଡର ବିଜୟଶଙ୍କର ନ୍ୟୁଜିଲାଣ୍ଡ ବିରୋଧରେ ହୋଇଥିବା ଟି-୨୦ ଶୃଙ୍ଖଳାରେ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ୩ ନମ୍ବରରେ ବ୍ୟାଟିଂ କରି ଭଲ ପ୍ରଦର୍ଶନ କରିଛନ୍ତି ଏବଂ ନିଜକୁ ପ୍ରମାଣିତ କରିପାରିଛନ୍ତି । ପ୍ରସାଦ କହିଛନ୍ତି, ବିଜୟଙ୍କ ନିକଟରେ ଏଭଳି ସ୍ତରରେ ଖେଳିବାର କ୍ଷମତା ରହିଛି । 

 

  • Tags:

Subscribe

National International State Sports Entertainment