ନିଜର ତୃତୀୟ ଟେଷ୍ଟରେ ମହେନ୍ଦ୍ର ସିଂହ ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ଋଷଭ ପନ୍ତ
Khabar Odisha:Rishabh-Pant-becomes-the-first-Indian-wicketkeepar-to-score-test-century-in-England

ଲଣ୍ଡନ, ସେପ୍ଟେମ୍ବର୧୨(ଖବର ଓଡ଼ିଶା):  ଇଂଲଣ୍ଡ ବିପକ୍ଷରେ ସିରିଜର ପଞ୍ଚମ ତଥା ଶେଷ  ଟେଷ୍ଟ ମ୍ୟାଚରେ ଭାରତର ସଂଘର୍ଷ ଜାରି ରହିଛି। କେଏଲ ରାହୁଲଙ୍କ ଶତକଙ୍କ ପରେ ଋଷଭ ପନ୍ତ ଲଣ୍ଡନର କେନିଙ୍ଗଟନ ଓଭାଲ ମଇଦାନରେ ଦମଦାର ଶତକ ପୂରଣ କରିଛନ୍ତି। ସେ ଇଂଲଣ୍ଡରେ ଶତକ ଲଗାଇବାରେ ପ୍ରଥମ ଭାରତୀୟ ଓ୍ଵିକେଟ୍ କିପର ହେବାର ଉପଲବ୍ଧି  ହାସଲ କରିଛନ୍ତି। ନିଜର ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳୁଥିବା ପନ୍ତ ଲେଗ୍ ସ୍ପିନର ଆଦିଲ ରସିଦଙ୍କ ବଲରେ ଛକା ଲଗାଇ ୧୧୭ ବଲରେ ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ପୂରଣ କରିଛନ୍ତି। ଏହା ସହିତ ଚତୁର୍ଥ ପାଳିରେ କୌଣସି ଭାରତୀୟ ଓ୍ଵିକେଟ୍ କିପର ଦ୍ଵାରା ଏହା ହେଉଛି ସର୍ବାଧିକ ସ୍କୋର। ପନ୍ତ ନିଜର ଏହି ପାଳିରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ପଛରେ ପକାଇଛନ୍ତି।

ଏହା ପୂର୍ବରୁ ଇଂଲଣ୍ଡ ମାଟିରେ ଓ୍ଵିକେଟ୍ କିପର  ରୂପେ ଚତୁର୍ଥ ପାଳିରେ ଧୋନୀଙ୍କ ନାମରେ ସର୍ବୋଚ୍ଚ ସ୍କୋର  ଥିଲା। ଧୋନୀ ୨୦୦୭ରେ ଇଂଲଣ୍ଡ ଗସ୍ତରେ ଲର୍ଡ୍ସରେ ୭୬ ରନ କରିଥିଲେ। ଧୋନୀଙ୍କ ଏହି ପାଳି ଦମରେ ଭାରତ ଉକ୍ତ ମ୍ୟାଚକୁ ଡ୍ର ରଖିବାରେ ସଫଳ ହୋଇଥିଲା।

ପନ୍ତ ନିଜର ଏହି ପାଳିରେ କେଏଲ ରାହୁଲଙ୍କ ସହ ଷଷ୍ଠ ଓ୍ଵିକେଟରେ ୨୦୪ ରନର ବିଶାଳ ଭାଗିଦାରୀ କରି ଭାରତର ସ୍ଥିତିକୁ ସୁଧାରିଥିଲେ। ପନ୍ତ ୧୪୬ଟି ବଲର ସମ୍ମୁଖୀନ ହୋଇ ୧୫ ଚୌକା ଓ ୪ ଛକା ବଳରେ ୧୧୪ ରନର ଦମଦାର ପାଳି ଖେଳିଥିଲେ।

ଏହି ପରି ବାମହାତୀ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ପାର୍ଥିବ ପଟେଲ ଇଂଲଣ୍ଡ ବିପକ୍ଷରେ ମୋହାଲି ଟେଷ୍ଟର ଦ୍ଵିତୀୟ ପାଳିର ୬୭ ରନର ଅପରାଜିତ ପାଳି ଖେଳିଥିଲେ। ଯାହା ଚତୁର୍ଥ ପାଳିରେ ଭାରତୀୟ ଓ୍ଵିକେଟ୍ କିପର ରୂପେ ତୃତୀୟ ସର୍ବୋଚ୍ଚ ସ୍କୋର ଅଟେ। ଭାରତ ଏହି ମ୍ୟାଚରେ ବିଜୟୀ ମଧ୍ୟ ହୋଇଥିଲା।

  • Tags:

Subscribe

National International State Sports Entertainment