ଗୋଆ ବିପକ୍ଷ ରଣଜୀ ମ୍ୟାଚରେ ଓଡିଶାର ଦମଦାର ବିଜୟ
Khabar Odisha:Ranji-match-odisha-beat-goa-by-276-runs
ଭୁବନେଶ୍ୱର, ଜାନୁଆରୀ ୦୯ (ଖବର ଓଡିଶା)

ଗୋଆ ବିପକ୍ଷ ରଣଜୀ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଓଡିଶା । ଗୋଆକୁ ୨୭୬ ରନରେ ହରାଇ ଏକ ଦମଦାର ବିଜୟ ହାସଲ କରିଛି । ପ୍ରଥମ ପାଳିରେ ୩୫୨/୧୦ରନ କରିଥିବା ଓଡିଶା ଦ୍ୱିତୀୟ ପାଳିରେ ୧୫୧/୧୦ କରିଥିଲା । ଗୋଆ ପ୍ରଥମ ପାଳି ୧୧୬/୧୦  ଦ୍ୱିତୀୟ ପାଳିରେ ୧୧୧/୧୦ ରନ କରିଛି । ମ୍ୟାଚରେ ଅଲରାଉଣ୍ଡର ପ୍ରଦର୍ଶନ କରିଥିବା ଓଡିଶାର ସୂର୍ଯ୍ୟକାନ୍ତ ପ୍ରଧାନ  ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି । ଏହି ବିଜୟ ସହ ଓଡିଶାକୁ ୬ ପଏଣ୍ଟ ମିଳିଛି । 

ଗ୍ରୁପ ସି ରହିଥିବା ଓଡିଶା ବର୍ତ୍ତମାନ ସୁଦ୍ଧା ୯ ଟି ମ୍ୟାଚ ଖେଳିଛି । ଯେଉଁଥିରୁ ୪ରେ ବଜୟୀ ହୋଇଥିବା ବେଳେ ୩ରି ପରଜାୟ ହୋଇଛି ଏବଂ ଦୁଇଟି ମ୍ୟାଚ ଡ୍ର ରହିଛି । ୨୬ ପଏଣ୍ଟ ସହ ଓଡିଶା ଗ୍ରୁପର ଚତୁର୍ଥ ସ୍ଥାନରେ ରହିଛି । 

କଟକରେ ଖେଳାଯାଇଥିବା ଓଡିଶା-ଗୋଆ ମଧ୍ୟରେ ରଣଜୀ ମ୍ୟାଚରେ ଟସ ଜିତି ଗୋଆ ଘରୋଇ ଦଳ ଓଡିଶାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଓଡିଶା ପ୍ରଥମ ପାଳିରେ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏହାପରେ ଓପନର ସନ୍ଦିପ ପଟ୍ଟନାୟକ ଓ ସାନ୍ତୁନ ମିଶ୍ର ସ୍ଥିତିକୁ ସମ୍ଭାଳି ଟିମ ଦୃଢ ସ୍ଥିତିରେ ପହଞ୍ଚାଇଥିଲେ । ସନ୍ଦିପ ଚମତ୍କାର ବ୍ୟାଟିଂ କରି ଶତକୀୟ ପାଳି ଖେଳିଥିଲେ । ବ୍ୟକ୍ତିଗତ ୧୦୦ରନ କରି ପାଭେଲିୟନ ଫେରିଥିଲେ । ପ୍ରଥମ ପାଳିରେ ଓଡିଶା ପକ୍ଷରୁ ସନ୍ଦିପଙ୍କ ଶତକ ସହ ସାନ୍ତୁନୁ ମିଶ୍ର ୫୯ , ସୂର୍ଯ୍ୟକାନ୍ତ ପ୍ରଧାନ ୬୫ ରନ କରିଥିଲେ । ଗୋଆ ପକ୍ଷରୁ ପ୍ରଥମ ପାଳିରେ ଲକ୍ଷ୍ୟ ଜାର୍ଗ ଓ ଅମୋଗ ସୁନିଲ ଦେସାଇ ସର୍ବାଧିକ ୩-୩ ଟି ୱିକେଟ ନେଇଥିବା ବେଳେ କ୍ରଷ୍ଣା ଦାସଙ୍କୁ ୨ ଟି ୱିକେଟ ନେଇଥିଲେ । 

ପ୍ରଥମ ଇନିଂରେ ଗୋୟାର ବ୍ୟାଟ୍ସମେନ ମାନେ ଓଡିଶାର ବୋଲିଂ ଆଟାକ୍ସର ସାମ୍ନ କରିପାରିନଥିଲେ । ଗୋଆର ପୁରା ଟିମ କେବଳ ୧୧୬ରନ କରିବାରେ ସକ୍ଷମ ହୋଇଥିଲା । ଗୋଆ ପକ୍ଷରୁ ଅଧିନାୟକ ସଗୁନ କାମାଥ ସର୍ବାଧିକ ୪୦ ରନ ସଂଗ୍ରହ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କ୍ଲିକ କରିପାରିନଥିଲେ । ଓଡିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ସର୍ବାଧିକ ୫  ୱିକେଟ ହାସଲ କରଥିବା ବେଳେ ରଜେଶ ମହାନ୍ତି ୩ ଟି ଏବଂ ବସନ୍ତ ମହାନ୍ତି ୨ ଟି ୱିକେଟ ହାସଲ କରିଥିଲେ । 

୨୩୬ ରନର ଅଗ୍ରଣୀ ସହ ଦ୍ୱିତୀୟ ଇନିଂର ବ୍ୟାଟିଂ ଆରମ୍ଭ କରିଥିଲା ଓଡିଶା । ତେବେ ୨୭୩ ରନ ଅଗ୍ରଣୀରୁ ତୃତୀୟ ଦିନର ଖେଳ ଆରମ୍ଭ କରିଥିଲା । ଦ୍ୱିତୀୟ ଇନିଂରେ ଓଡିଶା ୧୫୧ ରନ କରିଥିଲା । ୩୮୮ ରନର ବିଜୟ ଲକ୍ଷ୍ୟର ପିଛା କରି ଗ୍ରାଉଣ୍ଡକୁ ଓହ୍ଲାଇଥିଲା ଗୋଆ ଟିମ । ତେବେ ଦ୍ୱିତୀୟ ପାଳିରେ ମଧ୍ୟ ଗୋଆର ବ୍ୟାଟ୍ସମ୍ୟାନେ ଓଡିଶାର ବୋଲିଂ ଆଟାକର ସାମ୍ନା କରି ପାରିନଥିଲେ । ପୁରା ଟିମ କେବଳ ୧୧୧ ରନରେ ସୀମିତ ହୋଇଯାଇଥିଲା । ଦ୍ୱିତୀୟ ପାଳିରେ ଓଡିଶା ପକ୍ଷରୁ ରାଜେଶ ମହାନ୍ତି ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ ବସନ୍ତ ମହାନ୍ତି ୪ ୱିକେଟ ନେଇଥିଲେ । 

Subscribe

National International State Sports Entertainment