ଯୁଜବେନ୍ଦ୍ର ଚହଳଙ୍କୁ ପରମର୍ଶ ଦେଇ ପୂର୍ବତନ ପ୍ରସିଦ୍ଧ କ୍ରିକେଟର କହିଲେ- ଏମିତି ଖେଳିବ
Khabar Odisha:Rahul-Dravid-prized-Yujavendra-Chahal

ନୂଆଦିଲ୍ଲୀ, ଅଗଷ୍ଟ ୦୯ (ଖବର ଓଡ଼ିଶା): ‘ଭାରତ-ଏ’ର କୋଚ ଓ ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡ କହିଛନ୍ତି, ସୀମିତ ଓଭର କ୍ରିକେଟରେ ଯୁଜବେନ୍ଦ୍ର ଚହଲଙ୍କ ପ୍ରଦର୍ଶନ ଭଲ ରହିଛି । ଟେଷ୍ଟ ମ୍ୟାଚରେ ଅଭିଜ୍ଞତା ହାସଲ କରିବା ପାଇଁ ତାଙ୍କୁ ଅଧିକ କ୍ରିକେଟ ଖେଳିବା ଦରକାର ଅଛି । ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ଦ୍ରାବିଡ କହିଛନ୍ତି, ଲେଗ ସ୍ପିନରଙ୍କ ନିକଟରେ କୌଶଳ ଅଛି ଓ ଏଥିପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ  ବର୍ତ୍ତମାନ ‘ଏ’ ଶୃଙ୍ଖଳାରେ ନିଜକୁ ପ୍ରମାଣିତ କରିବାର ସୁଯୋଗ ଆସିଛି ।

ଦ୍ରାବିଡ଼ କହିଛନ୍ତି, ଚହଲଙ୍କ ଉପରେ ଭାରତୀୟ ଚୟନକାରୀ ସଦସ୍ୟଙ୍କ ଭରସା ରହିଛି ଓ ସେମାନେ ଦେଖିବାକୁ ଚାହାନ୍ତି ଯେ ଚହଲ ଲାଲ ବଲରେ କ୍ରିକେଟ ଖେଳିବାରେ କେମିତି ପ୍ରଦର୍ଶନ କରୁଛନ୍ତି । କାରଣ  ସେ ଏଭଳି କ୍ରିକେଟ ବହୁତ କମ ଖେଳିଛନ୍ତି । ଏଥିପାଇଁ ତାଙ୍କୁ ସୁଯୋଗ ଦିଆଯିବା ଦରକାର । କାରଣ ସେ ଅଧିକ ମ୍ୟାଚ ଖେଳିଲେ ଭଲ ଅନୁଭବ ହାସଲ କରିବେ । ଚହଲଙ୍କ ପାଖରେ ପ୍ରତିଭା ଅଛି, ଏହା ସନ୍ଦେହ କରାଯାଇପାରିବ ନାହିଁ କିନ୍ତୁ ସେ ଅଧିକରୁ ଅଧିକ ମ୍ୟାଚ ଖେଳିବା ଦରକାର । ଲୋକପ୍ରିୟ କ୍ରିକେଟ ତାରକା ଦ୍ରାବିଡ ଭାରତ-ଏର ପ୍ରଦର୍ଶନ ଦକ୍ଷିଣ ଆଫ୍ରିକା-ଏ ବିରୋଧରେ ୩୦ ରନରେ ବିଜୟୀ ହୋଇଥିବା ନେଇ ମୟଙ୍କ ଅଗ୍ରୱାଲ ଓ ପୃଥ୍ୱୀ ସଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । 

ମ୍ୟାଚ ପରେ ସାମ୍ବାଦିକମାନଙ୍କୁ ଦ୍ରାବିଡ କହିଛନ୍ତି, ବିଗତ ଏକ ବର୍ଷ ହେବ ସେ ନିଜର ପ୍ରଦର୍ଶନ ବଳରେ ଦେଖାଇଛନ୍ତି ଯେ, ସେ ବହୁତ ଭଲ କ୍ରିକେଟ ଖେଳୁଛନ୍ତି । ସେ ଜଣେ ଭଲ ଖେଳାଳି ଭାବେ ଆଗକୁ ବଢ଼ିବାରେ ଅଗ୍ରସର ହୋଇଛନ୍ତି । ତାଙ୍କୁ ସୁଯୋଗ ମିଳିବ କି ନାହିଁ ତାହା ମୋର କାମ ନୁହେଁ କିନ୍ତୁ ବାସ୍ତବରେ ଚହଲ ଭଲ ଖେଳୁଛନ୍ତି ବୋଲି ଦ୍ରାବିଡ କହିଛନ୍ତି । 

 

  • Tags:

Subscribe

National International State Sports Entertainment