‘ପାକିସ୍ତାନୀ ବିରାଟ କୋହଲି’ଙ୍କ ଉପରେ ପିସିବି ଲଗାଇଲା ୪ ମାସର କଟକଣା
Khabar Odisha:Pakistan-batsman-Ahmed-Shehzad-banned-for-four-months-for-positive-test

ଇସଲାମାବାଦ, ଅକ୍ଟୋବର ୦୭ (ଖବର ଓଡ଼ିଶା): ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବ) ଡୋପିଙ୍ଗ ନିୟମ ଉଲଂଘନ କରିବା ମାମଲାରେ ବ୍ୟାଟ୍ସମ୍ୟାନ୍‌ ଅହମଦ୍‌ ଶହଜାଦଙ୍କ ଉପରେ ୪ ମାସ କଟକଣା ଲଗାଇଛି। ଇଏସ୍‌ପିଏନ୍‌ ରିପୋର୍ଟ ଅନୁସାରେ, ଶହଜାଦ୍‌ ଉପରେ ଏହି କଟକଣା ଗତ ଜୁଲାଇ ୧୦ରୁ ଲାଗୁ କରି ଦିଆଯାଇଛି। ବୋର୍ଡ ପାକିସ୍ତାନ କପ୍‌ ସମୟରେ ଡୋପ୍‌ ଟେଷ୍ଟରେ ଫେଲ ହେବା ପରେ ଶହଜାଦଙ୍କୁ ଅସ୍ଥାୟୀ ରୂପରେ ନିଲମ୍ବିତ କରିଛି। ଶହଜାଦ ଉପରେ ଲଗାଯାଇଥିବା ଏହି ପ୍ରତିବନ୍ଧକ ଆଗାମୀ ନଭେମ୍ବର ୧୦ରେ ଶେଷ ହେବ। 

ପାକିସ୍ତାନ ପାଇଁ ୧୩ଟି ଟେଷ୍ଟ, ୮୧ଟି ଦିନିକିଆ ଓ ୫୭ଟି ଟି-୨୦ ମ୍ୟାଚ୍‌ ଖେଳିଥିବା ଶହଜାଦ ପିସିବି ଦ୍ୱାରା ଲଗାଯାଇଥିବା ଅଭିଯୋଗକୁ ସ୍ୱୀକାର କରିଥିଲେ। ଏଥି ସହିତ ସେ କହିଥିଲେ, ଶାରୀରିକ ଶକ୍ତି ବଢ଼ାଇବା ତାଙ୍କର କୌଣସି ଉଦ୍ଦେଶ୍ୟ ନଥିଲା। ପିସିବି ଚେୟାରମ୍ୟାନ ଏହସାସ ମନି କହିଛନ୍ତି, କ୍ରିକେଟରେ ଡୋପିଙ୍ଗକୁ ନେଇ ପିସିବିର ନୀତି ଜିରୋ ଟୋଲେରେନ୍ସ। ଆଶା କରାଯାଉଛି ଯେ, କ୍ରିକେଟରେ ଖେଳାଳିମାନେ ଏହି ପଦାର୍ଥକୁ ନେଇ ସାବଧାନ ରହିବା ଦରକାର। 

ଅହମଦ ଶହଜାଦଙ୍କୁ ପାକିସ୍ତାନର ଜଣେ ଭଲ ବ୍ୟାଟ୍ସମ୍ୟାନ ଭାବରେ ଗଣତି କରାଯାଇଥାଏ କିନ୍ତୁ ଖରାପ ଫର୍ମ ଯୋଗୁଁ ସେ ଟିମ୍‌ରେ ସ୍ଥାନ ପାଇପାରୁ ନାହାନ୍ତି। ଶହଜାଦ ଯେତେବେଳେ ନିଜର କ୍ୟାରିୟର ଆରମ୍ଭ କରୁଥିଲେ, ସେହି ସମୟରେ ତାଙ୍କୁ ଭାରତର ଅଧିନାୟକ ବିରାଟ କୋହଲିଙ୍କ ସହିତ ତୁଳନା କରାଯାଉଥିଲା। ବିରାଟ ଓ ଶହଜାଦ ପାଖାପାଖି ଏକ ସମୟରେ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ। ପାକିସ୍ତାନର ପୂର୍ବତନ ଖେଳାଳିମାନେ କୋହଲିଙ୍କ ଠାରୁ ଶହଜାଦ ଭଲ ବୋଲି ମନ୍ତବ୍ୟ ଦେଉଥିଲେ। 

  • Tags:

Subscribe

National International State Sports Entertainment