ପୁଣି ଜାକର୍ତାରେ ଚମକିଲେ ଓଡ଼ିଆ ଝିଅ, ଏସିଆନ ପାରା ଗେମ୍ସରେ ବ୍ରୋଞ୍ଜ ଜିତିଲେ ଜୟନ୍ତୀ
Khabar Odisha:Odia-girl-Jayanti-behera-clinches-bronze-in-Asian-Para-Games
ଜାକର୍ତା, ଅକ୍ଟୋବର ୯(ଖବର ଓଡ଼ିଶା):

ଇଣ୍ଡୋନେସିଆର ଜାକର୍ତାରେ ପୁଣି ଥରେ ଚମକିଛନ୍ତି ଓଡ଼ିଆ ଝିଅ । ଏଠାରେ ଚାଲିଥିବା ଏସିଆନ ପାରା ଗେମ୍ସରେ ଓଡିଆ ଝିଅ ଜୟନ୍ତୀ ବେହେରାଙ୍କୁ ବ୍ରୋଂଜ ପଦକ ମିଳିଛି । ସେ ୨୦୦ ମିଟର ଦୌଡରେ ବ୍ରୋଂଜ ପଦକ ହାସଲ କରି ଓଡିଶାକୁ ଗର୍ବିତ କରାଇଛନ୍ତି । 

ଆଜି ସକାଳେ ୨୦୦ ମିଟର ଦୌଡ ପ୍ରତିଯୋଗୀତାର ଫାଇନାଲ ରେସ ଅନୁଷ୍ଠିତ ହୋଇଥିଲା । ମହିଳା ୨୦୦ ମିଟର ବର୍ଗରେ ପ୍ରତିନିଧିତ୍ୱ କରିଥିବା ଜୟନ୍ତୀ ୨୭.୪୫ ସେକେଣ୍ଡରେ ଦୂରତା ଅତିକ୍ରମ କରିଥିଲେ । ସେହିପରି ଚାଇନାର ଲି ଲୁ ଓ ୱାଙ୍ଗ୍‌ ୟାନ୍‌ପିଙ୍ଗ୍‌ ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦ ହାସଲ କରିଛନ୍ତି । ଗତକାଲି ଜୟନ୍ତୀ ୨୭.୭୧ ସେକେଣ୍ଡରେ ଫିନିସ ଲାଇନ ପାରିକରି ଦ୍ୱିତୀୟ ସ୍ଥାନ ଅଳଂକୃତ କରି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ । 

ଏଠାରେ ଉଲ୍ଲେଖଯୋଗ୍ୟ, ଗତବର୍ଷ ଦୁବାଇରେ ଆୟୋଜିତ ଏସିଆନ୍‌ ୟୁଥ୍‌ ପାରା ଗେମ୍ସ-୨୦୧୭ରେ ୧୦୦ ମିଟର ଦୌଡ଼କୁଦ ପ୍ରତିଯୋଗିତାରେ ଜୟନ୍ତୀ ରୌପ୍ୟ ପଦକ ହାସଲ କରିଥିଲେ । ସେହିପରି ସୁଇଜରଲ୍ୟାଣ୍ଡରେ ଆୟୋଜିତ ବିଶ୍ୱ ଜୁନିୟର୍‌ ପାରା ଆଥଲେଟିକ୍ସ ଚାମ୍ପିୟନ୍‌ସିପ୍‌ରେ ୪୦୦ ମିଟର୍‌ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିଲେ । 

Subscribe

National International State Sports Entertainment