ଖୁଲାସା କଲେ ମହେନ୍ଦ୍ର ସିଂହ ଧୋନୀ , କଣ ପାଇଁ ଛାଡ଼ିଲେ ଅଧିନାୟକ ପଦ
Khabar Odisha:ms-dhoni-reveals-the-reason-behind-stepping-down-as-indian-cricket-team-captain
ରାଞ୍ଚି, ସେପ୍ଟେମ୍ବର୧୩(ଖବର ଓଡ଼ିଶା):

 ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିକଟରେ ନିଜର ଅଧିନାୟକ ପଦ ଛାଡିବା ଏବଂ ବିରାଟ କୋହଲିଙ୍କ ହାତରେ ଦାୟିତ୍ଵ ଦେବା କାରଣର ଖୁଲାସା କରିଛନ୍ତି। ଧୋନୀ ରାଞ୍ଚିର ବିର୍ସା ମୁଣ୍ଡା ଏୟାରପୋର୍ଟରେ କେନ୍ଦ୍ରୀୟ ପ୍ରଦ୍ୟୋଗିକି ସୁରକ୍ଷା ବଳ ଦ୍ଵାରା ଆୟୋଜିତ ଏକ ମୋଟିଭେସନାଲ କାର‌୍ୟ୍ୟକ୍ରମରେ ଏହାର ଖୁଲାସା କରିଛନ୍ତି। 

୩୭ ବର୍ଷୀୟ ଧୋନୀ କହିଛନ୍ତି ଯେ ମୁଁ ଅଧିନାକ ପଦ ଏଥିପାଇଁ ଛାଡିଲି କାରଣ ମୁଁ ନୂତନ ଅଧିନାୟକ ବିରାଟ କୋହଲିଙ୍କୁ ୨୦୧୯ରେ ହେବାକୁ ଥିବା ଆଇସିସି କ୍ରିକେଟ୍ ବିଶ୍ଵ କପ ପାଇଁ ଦଳ ପ୍ରସ୍ତୁତ କରିବା ହେତୁ ପର‌୍ୟ୍ୟାପ୍ତ ସମୟ ଦେବାକୁ ଚାହୁଁଥିଲି। ଧୋନୀ ଅଧିନାୟକ ପଦ ଛାଡ଼ିବାର ନିଷ୍ପତ୍ତିକୁ ଯଥାର୍ଥ ଦର୍ଶାଇବା ସହ ସଠିକ ସମୟରେ ନେଇଥିବା କହିଛନ୍ତି। 

ଭାରତକୁ ୨୦୧୧ ବିଶ୍ଵ କପ ବିଜେତା କରାଇଥିବା ଅଧିନାୟକ କହିଛନ୍ତି ଯେ ନୂତନ ଅଧିନାୟକଙ୍କୁ ବିନା ସମୟ ଦେଇ ଦଳ ଚୟନ କରିବା କଠିନ କାମ ଅଟେ। ମୋତେ ଲାଗୁଛି ଯେ ମୁଁ ଉପଯୁକ୍ତ ସମୟରେ ଅଧିନାୟକ ପଦ ଛାଡ଼ିବାର ନିଷ୍ପତ୍ତି ନେଇଛି। ଧୋନୀ ବର୍ତ୍ତମାନ ସୀମିତ ଓଭର କ୍ରିକେଟ୍ ଖେଳୁଛନ୍ତି। ୨୦୧୪ରେ ସେ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ। ଏହା ପରେ ୨୦୧୭ରେ ସେ ସୀମିତ ଓଭର କ୍ରିକେଟରୁ ଅଧିନାୟକ ପଦ ଛାଡ଼ିଥିଲେ। 

  • Tags:

Subscribe

National International State Sports Entertainment