ଭାରତ ବନ୍ଦ ପାଳନ ବେଳେ ପତ୍ନୀଙ୍କ ସହିତ ଧାରଣାରେ ବସିଥିଲେ ମହେନ୍ଦ୍ର ସିଂହ ଧୋନି!
Khabar Odisha:MS-Dhoni-participates-in-Bharat-band

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୧ (ଖବର ଓଡ଼ିଶା): କଂଗ୍ରେସ ପେଟ୍ରୋଲ-ଡିଜେଲର ବଢ଼ିବା ବର୍ଦ୍ଧିତ ଦର ବିରୋଧରେ ସୋମବାର ଧାରଣା ଦେଇଛିା । ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନି ନିଜର ପତ୍ନୀ ସାକ୍ଷୀ ଧୋନିଙ୍କ ସହିତ ଆନ୍ଦୋଳନରେ ସାମିଲ ଥିବା ନେଇ ସୋସିଆଲ ମିଡିଆରେ ଫଟୋ ଭାଇରାଲ ହୋଇଛି । ଏମଏସ ଧୋନି ପତ୍ନୀଙ୍କ ସହିତ କିଛି ଲୋକଙ୍କ ସହିତ ଏକ ପେଟ୍ରୋଲ ପମ୍ପରେ ବସିଛନ୍ତି । ଏହି ଫଟୋକୁ ନେଇ ସୋସିଆଲ ମିଡିଆରେ ଦାବି କରାଯାଇଛି ଯେ, ଭାରତ ବନ୍ଦରେ ଧୋନି ଅଂଶଗ୍ରହଣ କରିଛନ୍ତି । ଏଥି ପାଇଁ ପେଟ୍ରୋଲ ପମ୍ପରେ ଲୋକମାନଙ୍କର ପ୍ରବଳ ଭିଡ ଦେଖାଯାଇଛି । 

ଫଟୋକୁ ଟୁଇଟର ୟୁଜର ଅରୁଣ ଠାକୁର ଅପଲୋଡ କରିଛନ୍ତି କିନ୍ତୁ କିଛି ସମୟ ପରେ ସେ ଏହି ଟୁଇଟକୁ ଡିଲିଟ କରି ଦେଇଛନ୍ତି । ଅରୁଣଙ୍କ ଟୁଇଟର ପ୍ରୋଫାଇଲ ମୁତାବକ ସେ ସିମଲା ନିବାସୀ ଅଟନ୍ତି ଓ ହିମାଚଳ ପ୍ରଦେଶ କଂଗ୍ରେସ କମିଟିର ସୋସିଆଲ ମିଡିଆ ଟିମ ସହିତ ଜଡ଼ିତ । 

ଫଟୋକୁ ପ୍ରଥମେ ଦେଖି କୁହାଯାଇ ପାରିବ ଯେ, ଭାରତ ବନ୍ଦ ସମୟରେ ଏହି ଫଟୋ ନିଆଯାଇ ନାହିଁ । ଏହାକୁ ରାତିରେ ନିଆଯାଇଛି । କାରଣ ଭାରତ ବନ୍ଦ ସମୟରେ ପ୍ରଦର୍ଶନ ସୋମବାର ସକାଳୁ ଆରମ୍ଭ ହୋଇ ଯାଇଥିଲା । ଇଣ୍ଟରନେଟରେ ମଧ୍ୟ କରାଯିବାରେ ଏଭଳି କୌଣସି ଖବର ଆସି ନାହିଁ । ଶେଷରେ ଜଣାପଡ଼ିଛି ଯେ, ଏହି ଫଟୋ ଅଗଷ୍ଟରେ ନିଆଯାଇଥିଲା । ନିକଟରେ ଧୋନି ପରିବାର ସହିତ ଏକ ବିଜ୍ଞାପନ ସୁଟିଂ ପାଇଁ ସିମଲା ଯାଇଥିଲେ । ରାସ୍ତାରେ କିଛି ସମୟ ଏକ ପେଟ୍ରୋଲ ପମ୍ପରେ ଅଟକି ଥିଲେ । ଏହି ପେଟ୍ରୋଲ ପମ୍ପ ସିମଲାର ବିକାଶ ନଗରରେ ଅଛି । 

 

  • Tags:

Subscribe

National International State Sports Entertainment