ଇଂଲଣ୍ଡରେ ଶୃଙ୍ଖଳା ସହିତ ଓଭାଲ ଟେଷ୍ଟ ହାରିଲା ଭାରତ, ଏହା ଥିଲା ବଡ଼ କାରଣ
Khabar Odisha:India-lost-5-test-series-in-England

ଇଂଲଣ୍ଡ, ସେପ୍ଟେମ୍ବର ୧୨ (ଖବର ଓଡ଼ିଶା): ଓଭାଲ ଟେଷ୍ଟରେ ଇଂଲଣ୍ଡ ନିକଟରେ ଭାରତୀୟ ଟିମ ଆତ୍ମସମର୍ପଣ କରିଛି । ଏଥି ସହିତ ଇଂଲଣ୍ଡ ୫ ଟେଷ୍ଟ ମ୍ୟାଚ ଶୃଙ୍ଖଳାକୁ ୪-୧ରେ ବିଜୟଲାଭ କରିଛି । ଏହି ଶୃଙ୍ଖଳାରେ ଭାରତ ନିକଟରେ ଅନେକ ଗୁଡ଼ିଏ ସୁଯୋଗ ଥିଲା, ଯାହାକି ଭାରତ ଫଳାଫଳକୁ ନିଜ ସପକ୍ଷରେ କରି ପାରିଥାନ୍ତା । ଭାରତ ଅନେକ ଭୁଲ କରିଛି, ଯାହା ଫଳରେ ଇଂଲଣ୍ଡ ଶୃଙ୍ଖଳାକୁ ସହଜରେ ଜିତି ପାରିଛି । ଶୃଙ୍ଖଳାରେ ଭାରତ ୪ ଟି ଟେଷ୍ଟ ମ୍ୟାଚ ହାରିଛି । କ୍ରିକେଟ ଏକ ଦଳଗତ ଖେଳ । କୌଣସି ଜଣେ ବା ୨ ଜଣ ଖେଳାଳି ଭଲ ଖେଳି ଦେଲେ ମ୍ୟାଚ ଜିତି ହେବ ନାହିଁ । ବିରାଟ କୋହଲି ଏହି ଟେଷ୍ଟ ଶୃଙ୍ଖଳାରେ ୫୯୩ ରନ ସଂଗ୍ରହ କରିଛନ୍ତି କିନ୍ତୁ ଏହା ପରେ ମଧ୍ୟ ଭାରତ ଶୃଙ୍ଖଳାକୁ ଜିତି ପାରି ନାହିଁ । 

ଇଂଲଣ୍ଡର କୌଣସି ବ୍ୟାଟ୍ସମ୍ୟାନ କୋହଲିଙ୍କ ଭଳି ବିରାଟ ସ୍କୋର କରି ନାହାନ୍ତି ତଥାପି ଦଳ ଶୃଙ୍ଖଳାକୁ ନିଜ ଅଧିନକୁ ନେଇ ପାରିଛି । ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ବଡ ବଡ଼ କଥା କୁହାଯାଉଥିଲା କିନ୍ତୁ ଟେଷ୍ଟ ମ୍ୟାଚରେ ୧ ନମ୍ବର ଟିମ ନିଜକୁ ଠିକ ବୋଲି ପ୍ରମାଣିତ କରି ପାରିନାହିଁ । ବ୍ୟାଟିଂରେ ଅବହେଳା ପ୍ରଦର୍ଶନ ଠାରୁ ଆରମ୍ଭ କରି ବୋଲିଂରେ ଖରାପ ପ୍ରଦର୍ଶନ ହୋଇଥିଲା । ଯେଉଁ ସମୟରେ ସୁଯୋଗ ଥିଲା ଭାରତୀୟ ବୋଲରମାନେ ୱିକେଟ ନେଇ ପାରି ନଥିଲେ । ଇଂଲଣ୍ଡ ମାଟିରେ ଜିତିବା ସୁଯୋଗ ଭାରତ ହରାଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ଯେଉଁ ମ୍ୟାଚରେ ଭାରତୀୟ ଖେଳାଳିମାନେ ଭଲ ପ୍ରଦର୍ଶନ କରିଥାନ୍ତି, ସେଥିରେ ଇଂଲଣ୍ଡର ଖେଳାଳିମାନେ ବିଜୟ ଲାଭ କରିଛନ୍ତି । 

ବର୍ମିଂହାମ ଟେଷ୍ଟରେ ସାମ କୁରେନ ଟିମ ଇଣ୍ଡିଆ ପାଇଁ ଦାଉ ସାଜିଥିଲେ । ଲଡର୍ସରେ କ୍ରିସ ୱକସ ୭ମ ୱିକେଟରେ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେହିଭଳି ସାଉଥମ୍ପଟନରେ ପୁଣି ଥରେ ସାମ କୁରେନ ବର୍ମିଂହାମ ଭଳି ଇତିହାର ରଚିଥିଲେ । ଆଶା ଥିଲା ଯେ, ଭାରତୀୟ ଟିମ ଓଭାଲରେ ବିଜୟ ହାସଲ କରିବ ଓ ଦେଶର ଇଜ୍ଜତ ରଖିବ । ପ୍ରଥମ ଇନିଂସରେ ଇଂଲଣ୍ଡ ୭ ୱିକେଟ ହରାଇ ୧୮୧ ରନ ସଂଗ୍ରହ କରିଥିଲା । ଏହା ପରେ ବି ପରବର୍ତ୍ତୀ ୩ଟି ୱିକେଟ ବଳରେ ସ୍କୋର ୩୩୨ ରନ ପହଞ୍ଚିଥିଲା । ରବୀନ୍ଦ୍ର ଜାଦେଜାଙ୍କ ଶତକ ବଳରେ ଭାରତ ୨୯୨ ରନ ସଂଗ୍ରହ କରିଥିଲା । ଦ୍ୱିତୀୟ ଇଂନିସରେ ଇଂଲଣ୍ଡର ଆଲିଷ୍ଟର କୁକଙ୍କ ସହିତ ଅଧିନାୟକ ଜୋଏ ରୁଟଙ୍କ ସହିତ ୨୫୯ ରନ ଭାଗିଦାରୀ ହୋଇ ପାରିଥିଲେ । ଇଂଲଣ୍ଡ ୮ ୱିକେଟ ହରାଇ ୪୨୩ ରନରେ ପାଳି ଘୋଷଣା କରିଥିଲା । ଦ୍ୱିତୀୟ ଇନିଂସରେ ଭାରତର କେଏଲ ରାହୁଲ ଓ ଋଷଭ ପନ୍ତ ଶତକ ହାସଲ କରିଥିଲେ ବି ଭାରତ ଜିତିପାରି ନାହିଁ । ଭାରତ ଦ୍ୱିତୀୟ ଇନିଂସରେ ୩୪୫ ରନ ସଂଗ୍ରହ କରିଥିବାରୁ ୧୧୮ ରନରେ ମ୍ୟାଚ ହାରିଛି

 

  • Tags:

Subscribe

National International State Sports Entertainment