ଭାରତ-ୱେଷ୍ଟଇଣ୍ଡିଜ: ଲଖନଉ ଟି-୨୦ରେ ଟିମ ଇଣ୍ଡିଆର ବିଜୟର ୫ ମୁଖ୍ୟ କାରଣ
Khabar Odisha:India-Vs-West-Indies-5-reasons-of-team-india-win-in-lucknow

ନୂଆଦିଲ୍ଲୀ, ନଭେମ୍ବର ୦୭ (ଖବର ଓଡ଼ିଶା): ଟିମ ଇଣ୍ଡିଆ ଟି-୨୦ ଶୃଙ୍ଖଳାର ୨ୟ ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ୭୧ ରନରେ ପରାସ୍ତ କରି ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ହାସଲ କରିଛି । ପ୍ରଥମ ଥର କୌଣସି ଅନ୍ତର୍ଜାତୀୟ ମ୍ୟାଚର ଆୟୋଜନ କରିଥିବା ଭାରତ ରତ୍ନ ଅଟଲ ବିହାରୀ ବାଜପେୟୀ କ୍ରିକେଟ ଷ୍ଟାଡିୟମରେ ଟସ ହାରି ଭାରତ ବ୍ୟାଟିଂ କରିଥିଲା । ଟିମ ନିର୍ଦ୍ଧାରିତ ୨୦ ଓଭରରେ ୨ଟି ୱିକେଟ ହରାଇ ୧୯୫ ରନ ସ୍କୋର କରିଥିଲା ଓ ୱେଷ୍ଟଇଣ୍ଡିଜକୁ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ନେଇ ୧୨୪ ରନରେ ଅଟକାଇ ଦେଇଥିଲା । 

ୱେଷ୍ଟଇଣ୍ଡିଜ ପାଇଁ ଡେରେନ ବ୍ରାଭୋ ସର୍ବାଧିକ ୨୩ ରନ, କିମୋ ପଲ ୨୦ ରନ, ଶିମରୋନ ହେଟମେର ୧୫ ରନ ଏବଂ କାର୍ଲୋସ ବ୍ରେଥୱେଟ ଅପରାଜିତ ୧୫ ରନ ଯୋଡ଼ିଥିଲେ । ପ୍ରଥମେ ବ୍ୟାଟିଂ କରି ଭାରତର ଅଧିନାୟକ ରୋହିତ ଶର୍ମାଙ୍କ ଅପରାଜିତ ୧୧୧ ରନ ବଳରେ ଭାରତ ୧୯୬ ରନ ଟାର୍ଗେଟ ଦେଇଥିଲା । ଶିଖର ଧାୱନଙ୍କ ରୋହିତ ଶର୍ମାଙ୍କୁ ଦେଇଥିବା ଶତକୀୟ ଭାଗିଦାରି ମଧ୍ୟ ଥିଲା ମ୍ୟାଚର ଅନ୍ୟତମ ମୁଖ୍ୟ ଅଂଶ । ଭାରତ ୫ ଟି ମୁଖ୍ୟ କାରଣ ଯୋଗୁଁ ୱେଷ୍ଟଇଣ୍ଡିଜକୁ ସହଜରେ ପରାସ୍ତ କରିଛି । 

୧) ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ: ରୋହିତ ଶର୍ମା ୬୧ଟି ବଲ ଖେଳି ଅପରାଜିତ ବିସ୍ଫୋରକ ଶତକ ହାସଲ କରିଥିଲେ । ଏଥିରେ ୮ ଚୌକା ଏବଂ ୭ ଛକା ସାମିଲ ଥିଲା । ସେ ଟି-୨୦ରେ ସର୍ବାଧିକ ଶତକ ହାସଲ କରିବାରେ ବିଶ୍ୱର ୧ ନମ୍ବର ବ୍ୟାଟ୍ସମ୍ୟାନ ହୋଇଛନ୍ତି । ସେହିପରି ଟି-୨୦ରେ ସର୍ବାଧିକ ରନ ହାସଲ କରିବାରେ ୧ ନମ୍ବର ଭାରତୀୟ ହୋଇ ପାରିଛନ୍ତି । ତାଙ୍କ ଇନିଂସ ଯୋଗୁଁ ଭାରତ ୧୯୫ ରନ କରିପାରିଥିଲା ।

୨) ରୋହିତ-ଧାୱନଙ୍କ ଶତକୀୟ ଭାଗିଦାରୀ: ରୋହିତ ଓ ଧାୱନ(୪୩ ରନ) ୧୪ ଓଭରରେ ୧୨୩ ରନ ଯୋଡ଼ିଥିଲେ । ଭାରତ ପାଇଁ ଏହା ହେଉଛି ବଡ଼ ଭାଗିଦାରୀ । ଏହି ଭାଗିଦାରୀ ଯୋଗୁଁ ରୋହିତ ଓ ଶେଷରେ କେଏଳ ରାହୁଲଙ୍କ ସହ ଦ୍ରୁତ ଗତିରେ ସ୍କୋର ବଢ଼ାଇଥିଲେ । ଶେଷ ୫ ଓଭରରେ ୬୬ ରନ ସଂଗ୍ରହ ହୋଇଥିଲା । 

୩) ରାହୁଲଙ୍କ ଭଲ ପ୍ରଦର୍ଶନ: କେଏଲ ରାହୁଲ ଯେତେବେଳେ କ୍ରିଜକୁ ପ୍ରବେଶ କରିଥିଲେ, ସେତେବେଳେ ଭାରତର ସ୍କୋର ୧୫.୨ ଓଭରରେ ୧୩୩ ରନ ଥିଲା । ଭାରତର ୨ଟି ୱିକେଟ ଯାଇଥିଲା । ରାହୁଲ ୧୪ଟି ବଲ ଖେଳି ୨ ଚୌକା ଓ ଗୋଟିଏ ଛକା ବଳରେ ୨୬ ରନ ଯୋଡ଼ିଥିଲେ । 

୪) ଭାରତୀୟ ବୋଲରଙ୍କ ଭଲ ବୋଲିଂ: ଟିମ ଇଣ୍ଡିଆର ବୋଲରମାନେ ଭଲ ବୋଲିଂ କରିଥିଲେ । ଦ୍ୱିତୀୟ ଓଭରରେ ୬ ମାରିଥିବା ସାଇ ହୋପଙ୍କୁ ଆୟୋଜକ ଟିମ ଅତି ସହଜରେ ପାଭଲିଅନ ପଠାଇ ଦେଇଥିଲା । ଅଷ୍ଟମ ଓଭରରେ ଡେରେନ ବ୍ରାଭୋ ଏବଂ ନିକୋଲାସ ପୁରନଙ୍କୁ କୁଲଦୀପ ଆଉଟ କରି ୱେଷ୍ଟଇଣ୍ଡିଜକୁ ଦୁର୍ବଳ କରି ଦେଇଥିଲେ । ସେହିପରି ବୁମରା ୧୧ତମ ଓଭରରେ କିରନ ପୋଲାର୍ଡଙ୍କୁ ଆଉଟ କରିଥିଲେ । ଭାରତୀୟ ବୋଲରଙ୍କୁ ୱେଷ୍ଟଇଣ୍ଡି ବ୍ୟାଟ୍ସମ୍ୟାନମାନେ ସମ୍ମୁଖୀନ ହୋଇ ପାରୁ ନଥିଲେ । ଖଲିଲ ଅହମଦ, କୁଲଦୀପ ଯାବ, ଭୁବନେଶ୍ୱର କୁମାର ଏବଂ ଯଶପ୍ରୀତ ବୁମରା ୨-୨ ୱିକେଟ ନେଇଥିଲେ । 

୫) ଖଲିଲ-କୁଲଦୀପ ପକାଇଲେ ଚାପ: ଖଲିଲ ଅହମଦ ଓ କୁଲଦୀପ ଯାଦବ ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ । ୱେଷ୍ଟଇଣ୍ଡିଜର ସ୍କୋର ୮ ଓଭରରେ ୪ ୱିକେଟରେ ୫୪ ରନ ଥିଲା । 

 

  • Tags:

Subscribe

National International State Sports Entertainment