ଟି-୨୦: ଭାଙ୍ଗିଲା କୋହଲିଙ୍କ ରେକର୍ଡ, ରୋହିତ ହେଲେ ଏକ ନମ୍ବର ଭାରତୀୟ
Khabar Odisha:ind-vs-wi-2nd-t20i-rohit-sharma-overtake-virat-kohli-for-most-runs-in-t20is
ଲକ୍ଷ୍ନୌ,ନଭେମ୍ବର୦୬(ଖବର ଓଡ଼ିଶା):

ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଲକ୍ଷ୍ନୌରେ ଖେଳାଯାଉଥିବା ଟି-୨୦ ମୁକାବିଲାରେ ଏକ ଉପଲବ୍ଧି ହାସଲ କରିଛନ୍ତି। ସେ ଟି-୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଭାରତୀୟ ଖେଳାଳି ଭାବେ ସବୁଠୁ ଅଧିକ ରନ କରିଛନ୍ତି। ସେ ନିୟମିତ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। ବିରାଟ ଟି-୨୦ ଅନ୍ତରାଷ୍ଟ୍ରୀୟରେ ୬୨ଟି ମ୍ୟାଚରୁ ୪୮.୮୮ ହାରରେ ୨୧୦୨ ରନ କରିଛନ୍ତି। ଏହି ମ୍ୟାଚ୍ ପୂର୍ବରୁ ରୋହିତ ଶର୍ମା ୮୫ଟି ମ୍ୟାଚରୁ ୨୦୯୧ ରନ କରିଥିଲେ ଓ ବିରାଟଙ୍କଠୁ ୧୦ ରନ ପଛରେ ଥିଲେ। 

ଇନିଂସରେ ନିଜର ୧୦ ରନ ନେବା ମାତ୍ରେ ରୋହିତ କୋହଲିଙ୍କ ସମକକ୍ଷ ହୋଇଥିଲେ ଏବଂ ୧୧ ମ ରନ ନେଇ ଟି-୨୦ରେ ଭାରତୀୟ ଖେଳାଳି ଭାବେ ଅଧିକ ରନ କରିବାର ରେକର୍ଡ କରିଛନ୍ତି। ଉଲ୍ଲେଖଯୋଗ୍ୟ ଏହି ସିରିଜରେ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି।

ସୂଚନାଯୋଗ୍ୟ ଟି-୨୦ରେ ସବୁଠୁ ଅଧିକ ରନ କରିବାର ରେକର୍ଡ ନ୍ୟୁଜିଲାଣ୍ଡର ମାର୍ଟିନ ଗୁପଟିଲଙ୍କ ନାମରେ ରହିଛି। ସେ ୭୫ଟି ମ୍ୟାଚରୁ ୩୪.୪୦ ହାରରେ ୨୨୭୧ ରନ କରିଛନ୍ତି। ତାଲିକାର ଦ୍ଵିତୀୟରେ ଅଛନ୍ତି ପାକିସ୍ତାନର ସୋଏବ ମଲିକ। ସେ ୧୦୬ଟି ମ୍ୟାଚରୁ ୩୧.୩୧ ହାରରେ ୨୧୬୧ ରନ କରିଛନ୍ତି। ତୃତୀୟରେ ଅଛନ୍ତି ନ୍ୟୁଜିଲାଣ୍ଡର ବ୍ରେଣ୍ଡନ ମ୍ୟାକକୁଲମ। ସେ ୭୧ଟି ମ୍ୟାଚରୁ ୨୧୪୦ ରନ କରିଛନ୍ତି।  ଏବେ ରୋହିତ ତୃତୀୟରେ ଏବଂ କୋହଲି ପଞ୍ଚମ ସ୍ଥାନରେ ଅଛନ୍ତି। 

Subscribe

National International State Sports Entertainment