ସାଧାରଣ ନିର୍ବାଚନ କାରଣରୁ ସ୍ଥାନାନ୍ତର ହୋଇପାରେ ଆଇପିଏଲ ୨୦୧୯
Khabar Odisha:IPL-2019-can-move-out-of-India-due-to-General-Elections

ମୁମ୍ବାଇ, ସେପ୍ଟେମ୍ବର ୧୨(ଖବର ଓଡ଼ିଶା): କେବଳ ରାଜନୀତି ପାର୍ଟି ନୁହେଁ ବରଂ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ମଧ୍ୟ ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଚାହିଁ ରହିଛି। ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୧୯ ଆସନ୍ତା ବର୍ଷ ଏପ୍ରିଲ-ମେ ମଧ୍ୟରେ ଖେଳାଯିବ। ଗତ ଦୁଇଟି ସାଧାରଣ ନିର୍ବାଚନ ସମୟରେ ଆଇପିଏଲକୁ ଭାରତରୁ ସ୍ଥାନାନ୍ତର କରାଯାଇଥିଲା।

୨୦୦୯ ଲୋକସଭା ନିର୍ବାଚନ ସମୟରେ ଆଇପିଏଲକୁ ଦକ୍ଷିଣ ଆଫ୍ରିାକ ସ୍ଥାନାସ୍ତର କରାଯାଇଥିବା ବେଳେ ୨୦୧୪ରେ ଏହି ଟୂର୍ଣ୍ଣାମେଣ୍ଟର କିଛି ମ୍ୟାଚ୍ ୟୁଏଇରେ ଆୟୋଜନ କରାଯାଇଥିଲା। ବିସିସିଆଇ ଏବେଠୁ ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି  ଆଇପିଏଲର ଆୟୋଜନ ପାଇଁ ବିକଳ୍ପ ସ୍ଥାନ ଖୋଜିବା ଆରମ୍ଭ କରି ଦେଇଛି। ପ୍ରଶାସକ କମିଟି ଓ  ବିସିସିଆଇ ମ୍ୟାନେଜମେଣ୍ଟ ଆଇପିଏଲ ସିଓଓ ସହ ମିଶି ପ୍ଲାନ ଏ, ବି ଓ ସି ପ୍ରସ୍ତୁତ କରିଛନ୍ତି।

ମୁମ୍ବାଇ ମିରର ସୂତ୍ର ମୁତାବକ  ଯଦି ପୂରା ଆଇପିଏଲକୁ ଦେଶ ବାହାରେ ଆୟୋଜନ କରିବାର ପରିସ୍ଥିତି ଉପୁଜେ ତେବେ ଆୟୋଜନ ସ୍ଥଳ ଭାବେ ଦକ୍ଷିଣ ଆଫ୍ରିକାକୁ ପ୍ରାଥମିକତା ଦିଆଯାଇପାରେ। ଯଦି ଲିଗର କିଛି ମ୍ୟାଚ୍ ସ୍ଥାନାନ୍ତର ହୁଏ ତେବେ ଏହା ୟୁଏଇରେ ଆୟୋଜନ କରାଯିବା ଉପରେ ବିଚାର କରାଯାଇପାରେ। ଇଂଲଣ୍ଡ ନାମରେ ମଧ୍ୟ ବିଚାର କରାଯାଉଛି ମାତ୍ର ଅଧିକ ଅର୍ଥ ବ୍ୟୟ ହେବା ଦୃଷ୍ଟିରୁ ପ୍ରାଥମିକତା ତାଲିକାରେ ଏହା ତଳେ ରହିଛି।

ଭାରତୀୟର ଏକ ବହୁତ ବଡ଼ ଜନସଂଖ୍ୟା ୟୁଏଇରେ ଆଇପିଏଲ ଆୟୋଜନ କରାଯିବା ପକ୍ଷରେ ଅଛନ୍ତି। ମାତ୍ର ୟୁଏଇର ଆର୍ଥିକ ସମ୍ବଳ ଲିଗ୍ ହିସାବରେ ବହୁତ କମ। ୟୁଏଇରେ କେବଳ ତିନୋଟି ବଡ଼ ପଡିଆ ଦୁବାଇ, ସାରଜାହା ଓ ଆବୁଧାବି ରହିଛି। ଏହି ତିନୋଟି ଷ୍ଟାଡିୟମ ମିଶି ଲିଗର କିଛି ମ୍ୟାଚ୍ ଆୟୋଜନ କରି ପାରିବେ ମାତ୍ର ପୂରା ସିରିଜ୍ ଆୟୋଜନ କରିବା ସେମାନଙ୍କ ପକ୍ଷେ ମୁସ୍କିଲ। ଯଦି ପୂରା ଟୂର୍ଣ୍ଣାମେଣ୍ଟକୁ ସ୍ଥାନାନ୍ତର କରିବାର ସ୍ଥିତି ଉପୁଜେ ତେବେ ଦକ୍ଷିଣ ଆଫ୍ରିକାକୁ ପ୍ରଥମେ ପ୍ରାଥମିକତା ଦିଆଯାଇପାରେ।

ସବୁ ଟିମ୍ ଫ୍ରାଞ୍ଚାଇଜି ଓ ସମ୍ଭାବିତ ଆୟୋଜକ(ଦକ୍ଷିଣ ଆଫ୍ରିକା, ୟୁଏଇ ଓ ଇଂଲଣ୍ଡ) ଅନୌପଚାରିକ ରୂପେ ନିଜର ପକ୍ଷ ରଖି ସାରିଛନ୍ତି।

ରହିଛି ଚ୍ୟାଲେଞ୍ଜ

ନିର୍ବାଚନ ତାରିଖ ବ୍ୟତୀତ ବିସିସିଆଇ ସାମ୍ନାରେ ଅନେକ ଚ୍ୟାଲେଞ୍ଜ ମଧ୍ୟ ରହିଛି। ବିଶ୍ଵ କପର ଆରମ୍ଭ ୨୦୧୯ ମେ ୩୦ରୁ ଆରମ୍ଭ ହେଉଛି। ଏହା ହେଉଛି ସେହି ସମୟ ଯେଉଁ ସମୟରେ ଆଇପିଏଲ ସମାପ୍ତ ହୁଏ। ବିସିସିଆଇ ଏହି କାରଣରୁ ଲିଗକୁ କିଛି ଦିନ ପୂର୍ବରୁ ଆରମ୍ଭ କରିବାକୁ ଚାହୁଁଛି ମାତ୍ର ଏମିତି କରିବା ସମ୍ଭାବନା କମ ରହିଛି। କାରଣ ପୂର୍ବରୁ ନିର୍ଦ୍ଧାରିତ ଭବିଷ୍ୟତ ଖେଳସୂଚୀ ଉପରେ ନଜର ପକାଯାଏ ତେବେ ଲିଗର କାର୍ଯ୍ୟକ୍ରମକୁ ଅଧିକରୁ ଅଧିକ ଗୋଟିଏ ସପ୍ତାହ ପରିବର୍ତ୍ତନ କରାଯାଇ ପାରିବ।  ଅର୍ଥାତ ଲିଗର ଆରମ୍ଭ ଏପ୍ରିଲର ପ୍ରଥମ ସପ୍ତାହରୁ ନହୋଇ ମାର୍ଚ୍ଚର ଶେଷ ସପ୍ତାହରେ ଆରମ୍ଭ କରାଯାଇ ପାରିବ। ମାତ୍ର ଏସବୁ ନିର୍ବାଚନ ତାରିଖ ଉପରେ ନିର୍ଭର କରେ।

  • Tags:

Subscribe

National International State Sports Entertainment