ହକି ବିଶ୍ଵ କପ୍ ପାଇଁ ଭାରତୀୟ ଦଳ ଘୋଷଣା: ମନପ୍ରୀତ ସିଂହ ଅଧିନାୟକ, ଓଡ଼ିଶାରୁ ଦୁଇ ଜଣ ସାମିଲ
Khabar Odisha:hockey-india-announced-mens-hockey-team-for-the-odisha-world-cup-201-8
ନୂଆଦିଲ୍ଲୀ,ନଭେମ୍ବର୦୮(ଖବର ଓଡ଼ିଶା):

ଭୁବନେଶ୍ଵରରେ ହେବାକୁ  ଥିବା ପୁରୁଷ ହକି  ବିଶ୍ଵ କପ ପାଇଁ  ହକି ଇଣ୍ଡିଆ  ଗୁରୁବାର ୧୮ ଜଣିଆ ଭାରତୀୟ  ଦଳ ଘୋଷଣା କରିଛି। ନଭେମ୍ବର ୨୮ରୁ ଆରମ୍ଭ ହେବାକୁ ଥିବା ଏହି ପ୍ରତିଯୋଗିତା ପାଇଁ ବରିଷ୍ଠ ମିଡ୍ ଫିଲଡର ମନପ୍ରୀତ ସିଂହଙ୍କୁ ଦଳର ଅଧିନାୟକ କରାଯାଇଛି। ଉପ ଅଧିନାୟକ ଦାୟିତ୍ଵ ଚିଙ୍ଗଲସେନା ସିଂହଙ୍କୁ ଦିଆଯାଇଛି।  ଓଡ଼ିଶାରୁ ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ  ବିଶ୍ଵ କପ ଦଳରେ ସ୍ଥାନ ପାଇଛନ୍ତି। 

ଭାରତୀୟ ଦଳରେ ଏସବି ସୁନିଲ, ରୁପିନ୍ଦର ସିଂହ ଓ  ରମନଦୀପ ସିଂହଙ୍କ ପରି ବରିଷ୍ଠ ସାମିଲ କରାଯାଇ ନାହିଁ। ଏସିଆନ ଚମ୍ପିଆନ୍ସ ଟ୍ରଫି  ପୂର୍ବରୁ ଆୟୋଜିତ ରାଷ୍ଟ୍ରୀୟ ଶିବିର ସମୟରେ ଆଣ୍ଠୁରେ ଆଘାତ ଲାଗିବା କାରଣରୁ ସୁନିଲଙ୍କୁ ଦଳକୁ ବାଦ୍ ଦିଆଯାଇଛି। ଏହି ପରି ଚଳିତ ବର୍ଷ ବ୍ରେଡାରେ ଅନୁଷ୍ଠିତ ଚମ୍ପିଆନ୍ସ ଟ୍ରଫି ସମୟରେ ରମନଦୀପ ସିଂହଙ୍କୁ ପାଦରେ ଆଘାତ ଲାଗିଥିଲା। ଅାଘାତଜନିତ ସସସ୍ୟା ସେ ଏ ପର୍ଯ୍ୟନ୍ତ ମୁକୁଳି ପାରି ନାହାନ୍ତି। ଅନ୍ୟ ପଟେ ଖରାପ ଫର୍ମ କାରଣରୁ ରୁପିନ୍ଦର ପାଲ ସିଂହଙ୍କୁ ଦଳରେ ସାମିଲ କରାଯାଇ ନଥିବା କୁହାଯାଉଛି।

ଅନୁଭବୀ ବୀରେନ୍ଦ୍ର ଲାକ୍ରାଙ୍କୁ ୧୮ ସଦସ୍ୟ ଦଳରେ ସ୍ଥାନ ମିଳିଛି। ଡିଫେଣ୍ଡର୍ସରେ ହରମନପ୍ରୀତ ସିଂହଙ୍କ କାନ୍ଧରେ ବଡ଼ ଦାୟିତ୍ଵ ରହିଛି। ତାଙ୍କୁ ସହଯୋଗ କରିବେ  ବରୁଣ କୁମାର ଓ ଅମିତ୍ ରୋହିଦାସ। ସୁନିଲ ଓ ରମନଦୀପଙ୍କ ଅନୁସ୍ଥିତି ଯୋଗୁଁ ଭାରତୀୟ ଦଳକୁ ଫରଓ୍ଵାର୍ଡରେ କିଛିଟା ସମସ୍ୟା ରହିବ।

ଭାରତୀୟ ଦଳ ନିଜର ପ୍ରଥମ ମୁକାବିଲା ନଭେମ୍ବର ୨୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ।  ଭାରତୀୟ ଦଳକୁ ପୁଲ ସିରେ ବେଲଜିୟମ, କାନାଡା ଓ ଦକ୍ଷିଣ ଆଫ୍ରିକା ସହିତ ରଖାଯାଇଛି। ଟୂର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଡିସେମ୍ବର ୧୬ରେ  ଖେଳାଯିବ। 

ଭାରତୀୟ ଦଳ

ଗୋଲକିପର- 

ପିଶ୍ରୀଜେଶ, କୃଷ୍ଣ ବାହାଦୂର ପାଠକ

ଡିଫେଣ୍ଡର- 

ହରମନପ୍ରୀତ ସିଂହ, ବୀରେନ୍ଦ୍ର ଲାକ୍ରା, ବରୁଣ କୁମାର, କୋଥାଜିତ ସିଂହ, ସୁରେନ୍ଦ୍ର କୁମାର, ଅମିତ୍ ରୋହିଦାସ।

ମିଡ୍ ଫିଲଡର- 

ମନପ୍ରୀତ ସିଂହ(ଅଧିନାୟକ), ଚିଙ୍ଗଲସେନା ସିଂହ(ଉପ ଅଧିନାୟକ), ନିଲକାନ୍ତା ଶର୍ମା, ସୁମିତ।

ଫରଓ୍ଵାର୍ଡ-

ଅକ୍ଷଦୀପ ସିଂହ, ମନ୍ଦୀପ ସିଂହ, ଦୀଲପ୍ରିତ ସିଂହ, ଲଳିତ କୁମାର ଉପାଧ୍ୟାୟ, ସିମରନଜିତ ସିଂହ।

Subscribe

National International State Sports Entertainment