ଦୀପା କର୍ମକାର ଜିତିଲେ ସ୍ୱର୍ଣ୍ଣ ପଦକ
Khabar Odisha:Dipa-Karmakar-wins-gold-in-gymnastics-world-challenge-cup

ନୂଆଦିଲ୍ଲୀ, ଜୁଲାଇ ୦୯ (ଖବର ଓଡ଼ିଶା): ପାଖାପାଖି ୨ ବର୍ଷ ପରେ ଖେଳକୁ ଫେରିଥିବା ଭାରତର ଦୀପା କର୍ମକାର ଏଫଆଇଜି ଆର୍ଟିଷ୍ଟିକ ଜିମ୍ନାଷ୍ଟିକ ୱାଲ୍ଡ ଚ୍ୟାଲେଞ୍ଜ କପରେ ରବିବାର ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ତୁର୍କୀର ମର୍ସିନ ସହରରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପ୍ରତିଯୋଗିତାର ୱାଲ୍ଟ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରି ଦେଶର ଗୌରବ ବଢ଼ାଇଛନ୍ତି । 

ତ୍ରିପୁରାର ୨୪ ବର୍ଷିଅ ଝିଅ ଜିମ୍ନାଷ୍ଟ ୨୦୧୬ ରିଓ ଅଲମ୍ପିକ ପରେ ୱାଲ୍ଟ ଇଭେଣ୍ଟରେ ୪ର୍ଥ ସ୍ଥାନ ହାସଲ କରିଥିଲେ । ସେ ରବିବାର ୧୪.୧୫୦ ସ୍କୋର ହାସଲ କରିବା ସହିତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଯୋଗ୍ୟତା ପର୍ଯ୍ୟାୟରେ ତାଙ୍କୁ ୧୩.୪୦୦ ସ୍କୋର ମିଳିଥିଲା । ୱାଲ୍ଡ ଚ୍ୟାଲେଞ୍ଜ କପରେ ଦୀପାଙ୍କ ଏହା ହେଉଛି ପ୍ରଥମ ପଦକ ବିଜୟିନୀ । ଦୀପାଙ୍କ କୋଚ ବିଶେଶ୍ୱର ନନ୍ଦୀ ତାଙ୍କ ସାଥୀରେ ଥିଲେ । ଦୀପା ବେଲେନ୍ସ ଟିମ ଫାଇନାଲରେ ମଧ୍ୟ ସ୍ଥାନ ପାଇଥିଲେ କିନ୍ତୁ ଯୋଗ୍ୟତା ପର୍ଯ୍ୟାୟରେ ସେ ୧୧.୮୫୦ ସ୍କୋର କରିବା ସହିତ ୩ୟ ସ୍ଥାନକୁ ଖସି ଯାଇଥିଲେ । 

ରିଓ ଅଲମ୍ପିକ ପରେ ଆଘାତ ଯୋଗୁଁ ଦୀପା ବିଶ୍ରାମ ନେଇଥିଲେ । ତାଙ୍କର ସର୍ଜରି ହୋଇଥିଲା । ଫଳରେ ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟ ଠାରେ ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବାକୁ ବଂଚିତ ହୋଇଥିଲେ । ଅଗଷ୍ଟରେ ହେବାକୁ ଥିବା ଏସୀୟ କ୍ରୀଡ଼ାରେ ଦୀପାଙ୍କୁ ୧୦ ଜଣିଆ ସଦସ୍ୟ ଟିମରେ ସ୍ଥାନ ମିଳିଛି । 

ଦୀପାଙ୍କ ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି । ମୋଦି ଟୁଇଟରରେ ଲେଖିଛନ୍ତ, ଭାରତକୁ ଦୀପା କର୍ମକାର ପାଇଁ ଗର୍ବ ଅନୁଭବ ହୋଇଛି । ତାଙ୍କୁ ତୁର୍କୀର ମର୍ସିନରେ ଆୟୋଜିତ ହୋଇଥିବାଏଫଆଇଜି ୱାଲ୍ଡ ଚ୍ୟାଲେଞ୍ଜ କପର ୱାଲ୍ଟ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଅଭିନନ୍ଦନ ଜଣାଉଛି । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର ମଧ୍ୟ ଦୀପାଙ୍କୁ ୨ ବର୍ଷ ପରେ ସଫଳତାର ସହିତ ଫେରିଥିବାରୁ ଶୁଭକାମନା ଜଣାଇଛନ୍ତି । ରାଠୋର ଟୁଇଟରରେ ଲେଖିଛନ୍ତି-ଦୀପା ୨ ବର୍ଷ ପରେ ଫେରି ଭଳ ପ୍ରଦର୍ଶନ କରିଛନ୍ତି । ଦୀପା ହେଉଛନ୍ତି ଜଣେ ଚମ୍ପିଅନ । ଆଘାତ ଯୋଗୁଁ ୨ ବର୍ଷ ଖେଳି ପାରି ନଥିବା ଦୀପା ସଫଳତାର ସହିତ ଫେରିଛନ୍ତି । 

 

  • Tags:

Subscribe

National International State Sports Entertainment