ବିଶନ ସିଂହ ବେଦୀଙ୍କ ରେକର୍ଡ ଅତିକ୍ରମ କଲେ ବିିହାରୀ ସ୍ୱିନର ଆଶୁତୋଷ ଅମନ
Khabar Odisha:Bihar-spinner-Ashutosh-Aman-breaks-record-of-Bishan-Singh-Bedi

ପାଟଣା, ଜାନୁଆରୀ ୧୦ (ଖବର ଓଡ଼ିଶା): ବିହାରର ଲେଫ୍ଟ ଆର୍ମ ସ୍ପିନର ଆଶୁତୋଷ ଅମନ ବୁଧବାର ଏଠାରେ ରଣଜୀ ଟ୍ରଫିର ଏକ ମ୍ୟାଚରେ ନିଜର ୬୫ତମ ୱିକେଟ ହାସଲ କରି ମହାନ କ୍ରିିକେଟର ବିଶନ ସିଂହ ବେଦୀଙ୍କ ରେକର୍ଡ ଅତିକ୍ରମ କରିଛନ୍ତି । ବିହାର ଏହି ମ୍ୟାଚରେ ମଣିପୁରକୁ ପରାସ୍ତ କରିଛି ।  

ବିହାରର ଏହି ୩୨ ବର୍ଷିଅ ବୋଲର ଅମନ ମଣିପୁରର ସଙ୍ଗତପମ ସିଂହଙ୍କୁ ଆଉଟ କରି ଏହି ଉପଲବ୍ଧ ହାସଲ କରିଛନ୍ତି । ଅମନଙ୍କ ଏହା ଥିଲା ୬୫ତମ ୱିକେଟ । ଏଭଳି ଭାବରେ ସେ ପୂବତନ ଭାରତୀୟ କ୍ରିକେଟ ଅଧିନାୟକ ବେଦୀଙ୍କ ରେକର୍ଡ ଅତିକ୍ରମ କରିଛନ୍ତି । ବେଦୀ ଦିଲ୍ଲୀ ତରଫରୁ ଖେଳି ୧୯୭୪-୭୫ରେ ୬୪ ୱିକେଟ ହାସଲ କରିଥିଲେ । ଭାରତୀୟ ବାୟୁସେନାର କର୍ମଚାରୀ ଅମନ ସଦ୍ୟତମ ରଣଜୀ ଟ୍ରଫିର ମ୍ୟାଚରେ ୭୧ ରନ ଦେଇ ୭ ୱିକେଟ ନେଇଛନ୍ତି । 

 

  • Tags:

Subscribe

National International State Sports Entertainment