ଏସୀୟ କ୍ରୀଡ଼ା: ଅମିତ, ବୀରେନ୍ଦ୍ର ସାମିଲ
Khabar Odisha:Jakarta-Asian-Games-Amit-Virendra-include-in-Indian-squad

ଭୁୁବନେଶ୍ୱର, ଜୁଲାଇ ୧୦ (ଖବର ଓଡ଼ିଶା): ଇଣ୍ଡୋନେସିଆର ଜାକର୍ତ୍ତା ଓ ପାଲେମବାଗ ଠାରେ ଆଗାମୀ ୧୮ରୁ ଆରମ୍ଭ ହେବାକୁ ଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶାର ଅମିତ ହୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ସ୍ଥାନ ମିଳିଛି । ପୂର୍ବରୁ ଭାରତୀୟ ମହିଳା ହକି ଟିମରେ ୪ଜଣ ଓଡ଼ିଆଙ୍କୁ ସ୍ଥାନ ମିଳିଥିବା ବେଳେ ଭାରତୀୟ ପୁରୁଷ ଦଳରେ ଅମିତ ଓ ବୀରେନ୍ଦ୍ରଙ୍କୁ ଜାଗା ମିଳିଥିବା ଜଣାପଡ଼ିଛି । ହକି ଇଣ୍ଡିଆ ପକ୍ଷରୁ ସୋମବାର ଘୋଷଣା କରାଯାଇଥିବା ୧୮ ଜଣିଆ ଟିମର ନେତୃତ୍ୱ ନେବେ ଗୋଲକିପର ପିଆର ଶ୍ରୀଜେଶ । ସେହିପରି ଗସ୍ତ ପାଇଁ କଙ୍ଗୁଜମଙ୍କୁ ଉପଅଧିନାୟ ମନୋନୀତ କରାଯାଇଛି । 

ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂହ, ମନପ୍ରୀତ ସିଂହ, ସିମ୍ରଜଜିତ ସିଂହ, ବିବେକ ସାଗର ପ୍ରସାଦ, ଏସଭି ସୁନୀଲ, ମନଦୀପ ସିଂହ, ଲଳିତ ଉପାଧ୍ୟାୟ, ଦିଲପ୍ରୀତ ସିଂହ, ରୂପିନ୍ଦର ପାଲ ସିଂହ, ହରମନପ୍ରୀତ ସିଂହ, ବରୁଣ କୁମାର, ଅମିତ ରୋହିତ ଦାସ, ବୀରେନ୍ଦ୍ର ଲାକ୍ରା ଏବଂ ସୁରେନ୍ଦର କୁମାରଙ୍କୁ ଭାରତୀୟ ଦଳ ପାଇଁ ମନୋନୀତ ହୋଇଛନ୍ତି ।

 

  • Tags:

Subscribe

National International State Sports Entertainment