ସାବଧାନ ! ନଚେତ୍ ଖାଲି ହୋଇଯିବ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ
Khabar Odisha:sim-swap-fraud-all-you-need-to-know-about-this-online-banking-scam
ନୂଆଦିଲ୍ଲୀ,ନଭେମ୍ବର୧୫(ଖବର ଓଡ଼ିଶା):

କଣ ଆପଣଙ୍କ ପାଖକୁ ଏମିତି କଲ ଆସୁଛି କି ଯେଉଁଥିରେ କୁହାଯାଉଛି ଯେ  ଯଦି ଆପଣ ଆପଣଙ୍କର ସିମ୍ ଅପଡେଟ୍ କରି ନାହାନ୍ତି ତେବେ ଶୀଘ୍ର ଏହା ଡିଆକ୍ଟିଭେଟ୍ ହୋଇଯିବ।  ଏମିତି କଲର ସୂଚନା ଦେଇ ଆପଣ ସିମ୍ ସ୍ଵାଇପ ଠକାମୀର ଶିକାର ହୋଇ ପାରନ୍ତି। ନିକଟରେ ପୁଣେରେ ଜଣେ ବ୍ୟକ୍ତି ଏମିତି ଠକାମୀର ଶିକାର ହୋଇ ୯୩,୫୦୦ ଟଙ୍କା ହରାଇଛନ୍ତି।  ଏମିତି କଲ ଦ୍ଵାରା ଆପଣ ସିମ୍ ସ୍ଵାଇପ ଫ୍ରଡର ଶିକାର ନହୁଅନ୍ତୁ, ଏଥିପାଇଁ ଆପଣଙ୍କୁ କହିବାକୁ ଯାଉଛୁ ଏଥିରୁ କେମିତି ବର୍ତ୍ତିବେ...

ସିମ ସ୍ଵାଇପର ଅର୍ଥ ସିମ୍ ଏକ୍ସଚେଞ୍ଜ, ଯେଉଁଥିରେ ଆପଣଙ୍କ ଫୋନ ନମ୍ବରରେ ନୂତନ ସିମ ପଞ୍ଜିକରଣ କରି ନିଆଯାଏ। ଏମିତି ହେବା ମାତ୍ରେ ଆପଣଙ୍କ ସିମ୍ କାର୍ଡ ବନ୍ଦ ହୋଇଯିବ ଏବଂ ଫୋନରୁ ସିଗ୍ନାଲ ଗାଏବ ହୋଇଯିବ। ଏବେ ଆପଣଙ୍କ ନମ୍ବରରେ ରେଜିଷ୍ଟର ହୋଇଥିବା ଦ୍ଵିତୀୟ ସିମରେ ଆସୁଥିବା ଓଟିପିର ବ୍ୟବହାର କରି କୌଣସି ଅନ୍ୟ ବ୍ୟକ୍ତି  ଆପଣଙ୍କର ଟଙ୍କା  ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ନେବ।

- ଏହାର ଆରମ୍ଭ ହୋଇଥାଏ ଏକ କଲରୁ। କଲ କରିଥିବା ବ୍ୟକ୍ତି ଜଣକ ନିଜକୁ  ଏୟାରଟେଲ, ଭୋଡ଼ାଫୋନ କିମ୍ବା ଅନ୍ୟ କୌଣସି କମ୍ପାନୀର ସର୍ଭିସ ପ୍ରୋଭାଇଡର ରୂପେ ପରିଚୟ ଦିଅନ୍ତି। ଏମାନେ ଆପଣଙ୍କ ସହିତ  କଲ ଡ୍ରପ ଠିକ୍ କରିବା କିମ୍ବା ଇଣ୍ଟରନେଟ୍ ସ୍ପିଡ୍ ବଢାଇବା ଉପରେ ଆପଣଙ୍କ ସହିତ କଥା ହୁଅନ୍ତି। 

- କଥାବାର୍ତ୍ତା ସମୟରେ ସେ ଆପଣଙ୍କ ସିମର ୨୦ ଡିଜିଟ୍ ବିଶିଷ୍ଟ ୟୁନିକ୍ ନମ୍ବର ମାଗିବାକୁ ଚେଷ୍ଟା କରନ୍ତି। ଏହି ନମ୍ବର ଆପଣଙ୍କ ସିମ୍ ପଛ ପଟେ ଲେଖା ହୋଇଥାଏ। 

- ଥରୁଟିଏ ଏହି ନମ୍ବର ମିଳିବା ପରେ ସେ ଆପଣଙ୍କୁ ୧ ପ୍ରେସ କରିବାକୁ କୁହନ୍ତି, ଯେଉଁଥିରେ ଅଥେନଟିକ୍ସନ ହୋଇଥାଏ ଓ ସିମ୍ ସ୍ଵାଇପର ପୂରା ପ୍ରକ୍ରିୟା ପୂରା ହୋଇଯାଏ।

- ଥରୁଟିଏ ସିମ୍ ସ୍ଵାଇପ ହେବା ପରେ ଆପଣଙ୍କ ନମ୍ବରରେ ସିଗ୍ନାଲ ଆସିବା ବନ୍ଦ ହୋଇଯାଏ।

- ଏହା ଦୁଇଟି ପ୍ରକ୍ରିୟାରେ ହୋଇଥାଏ। ଅଧିକାଂଶ ମାମଲାରେ  ସ୍କାମର ପାଖରେ ଆପଣଙ୍କ ବ୍ୟାକିଙ୍ଗ୍ ଆଇଡି ଓ ପାସଓ୍ଵାର୍ଡ ରହିଥାଏ। କେବଳ ସେମାନଙ୍କୁ ଓଟିପିର ଆବଶ୍ୟକ ପଡିଥାଏ। ଯାହା ଆପଣଙ୍କ ସିମରେ ମେସେଜ୍ ରୂପେ ଆସିଥାଏ। 

- ଯେବେ ଆପଣ ବ୍ୟାଙ୍କିଙ୍ଗ ଓ୍ଵେବସାଇଟର ଫେକ ଭର୍ସନ  ଓପନ କରି ନିଜର ତଥ୍ୟ ଦିଅନ୍ତି, ଏହି ସମୟରେ ଏହି ସବୁ ତଥ୍ୟ ସ୍ଵତଃ ପ୍ରବୃତ ଭାବେ ସ୍କାମର୍ସଙ୍କ ହାତରେ ଲାଗିଯାଏ। 

- ଅନେକ ଥର ସେମାନେ କଲ କରି ଆପଣଙ୍କର ଆଧାର ନମ୍ବର ପଚାରିବାକୁ ଚେଷ୍ଟା କରନ୍ତି। ଏଥିପାଇଁ ସର୍ବଦା ଧ୍ୟାନ ଦିଅନ୍ତୁ ଯେ କେବେ ମଧ୍ୟ କାହାକୁ କିଛି ସୂଚନା ଦେବେ ନାହିଁ।

- ଅଧିକାଂଶ ଏମିତି ହୋଇଥାଏ ଯେ  ସିମ୍ ସ୍ଵାଇପ କରିବା ପରେ ସ୍କାମର ଆପଣଙ୍କୁ କ୍ରମାଗତ ଫୋନ କରି ଆପଣଙ୍କୁ ହଇରାଣ କରିଥାନ୍ତି। ଏଥିରେ ବ୍ୟତିବ୍ୟସ୍ତ ହୋଇ ଆପଣ ଫୋନ ଅଫ ମଧ୍ୟ କରି ଦିଅନ୍ତି। ସେମାନଙ୍କର ଏହା ଏକ ଚାଲ। କାରଣ ସିମକୁ ଆକଟିଭ ହେବାରେ ପ୍ରାୟ ୪ ଘଣ୍ଟାର ସମୟ ଲାଗିଥାଏ। ଏମିତିରେ ସେମାନେ ଆପଣଙ୍କୁ ହଇରାଣ କରିବାକୁ ଚାହାନ୍ତି କାରଣ ଆପଣ ଫୋନ ବନ୍ଦ କରି ଦିଅନ୍ତୁ। ଏଥିରେ ଏହି ୪ ଘଣ୍ଟାରେ ସେମାନଙ୍କର କାମ ହୋଇଯିବ ଏବଂ ଆପଣଙ୍କୁ ଜଣା ମଧ୍ୟ ପଡ଼ିବ ନାହିଁ। 

- ଜରୁରୀ ଏହା ଯେ ଆପଣ  ନିଜର ବ୍ୟାଙ୍କ ଆକାଉଣ୍ଟ ବାଲାନ୍ସ ଉପରେ ନିଜର  ରଖନ୍ତୁ। ଯେମିତି ଆପଣ ଏହି ଧରଣର କିଛି ମୋବାଇଲରେ ଦେଖିବାକୁ ପାଆନ୍ତି ତେବେ ତୁରନ୍ତ ନିଜର ବ୍ୟାଙ୍କକୁ ଏହାର ସୂଚନା ଦିଅନ୍ତୁ।

- ଏହି ଠକାମୀର ଶିକାର ଅଧିକାଂଶ ବରିଷ୍ଠ ଲୋକଙ୍କ ସହିତ ହୋଇଥାଏ। ତେଣୁ ସେମାନଙ୍କୁ ସତର୍କ ରହିବା ସବୁଠୁ ଅଧିକ ଜରୁରୀ ଅଟେ। ସେଥିପାଇଁ ଏହି ପରି ଫୋନ କଲ ପ୍ରତି ଦୂରେଇ ରୁହନ୍ତୁ। 

Subscribe

National International State Sports Entertainment