ମୋମୋ ଖାଇବା ଦ୍ୱାରା ହୋଇଥାଏ ଏହି ସବୁ କ୍ଷତି
Khabar Odisha:side-effect-of-momos
ଭୁବନେଶ୍ୱର, ନଭେମ୍ବର ୨, (ଖବର ଓଡିଶା)

 ଅଗ କାଳରେ ଜଳଖିଆରେ ଦେହକୁ ସୁସ୍ଥ ରଖୁଥିବା ଖିଆଯାଉଥିଲା କିନ୍ତୁ ଆଜିକାଲୀ ଯୁବପିଢୀ ବହାରେ ମିଳୁଥିବା ଷ୍ଟ୍ରିଟ  ଫୁଡକୁ ଜଳଖିଆ ଭାବେ ଗ୍ରହଣ କରୁଛନ୍ତି । କିନ୍ତୁ ଏହା ଯେ କେତେ କ୍ଷତିକାରକ ଆମକୁ ସହଜରେ ଜଣା ପଡିନଥାଏ । ଷ୍ଟ୍ରିଟ୍ ଫୁଡ୍‌ରେ ଲୋକମାନେ ବେଶୀ ମୋମୋ ଖାଇବାକୁ ବେଶୀ ପସନ୍ତ କରିଥାନ୍ତି । ମୋମୋ ନାଁ ଶୁଣିଲେ କାହାର କାହାର ପାଟିରେ ନିଶ୍ଚୟ ପାଣି ଆସିଯାଉଥିବ । ହେଲେ ଆପଣ ଜାଣନ୍ତି କି ମୋମୋ, ଆଦି ଭଳି ଷ୍ଟ୍ରିଟ୍ ଫୁଡ୍ ଖାଇବା ସ୍ବାସ୍ଥ୍ୟ ପକ୍ଷେ କେତେ କ୍ଷତିକାରକ ହୋଇଥାଏ । ଏକ ଏକ ରିସର୍ଚ୍ଚରୁ ଏହା ଜଣାପଡିଛି ଯେ, ମୋମୋ ଆଦି ଷ୍ଟ୍ରିଟ୍ ଫୁଡ୍ ଖାଇବା ଦ୍ବାରା ଆପଣ ଭୀଷଣ ଅସୁସ୍ଥ ମଧ୍ୟ ହୋଇପାରନ୍ତି ।

ସହ ଏଥିରେ ଦିଆଯାଉଥିବା ରାଗ ଚଟ୍‌ଣୀ ଆମକୁ ଅସୁସ୍ଥ କରିଦେଇପାରେ । ମୋମୋ ଖାଇବା ଦ୍ବାରା ଶରୀର ମଧ୍ୟକୁ ଆବଶ୍ୟକତାରୁ ଅଧିକ ଦୂଷିତ ପାଣି ଏବଂ ଦୂଷିତ ଖାଦ୍ୟ ପଦାର୍ଥ ଯାଇଥାଏ । ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । 

ମୋମୋ ପ୍ରସ୍ତୁତ କରିବା ପାଇଁ ବ୍ଲିଚିଂ ମଇଦାର ବ୍ୟବହାର କରାଯାଇଥାଏ । ଏହାସହ ଏଥିରେ ଅନ୍ୟ କେତେକ କେମିକାଲ୍ସ ମଧ୍ୟ ବ୍ୟବହାର ହୋଇଥାଏ ।

ମୋମୋରେ ମନୋସୋଡିୟମ୍ ଗ୍ଲୁଟାମେଟ ରହିଥାଏ । ଏହା ମନୁଷ୍ୟର ହାଡକୁ ଦୁର୍ବଳ କରିଦେଇଥାଏ । ଏହା ଦ୍ବାରା ସ୍ନାୟୁଗତ ସମସ୍ୟା ଓ ବୈଷମ୍ୟତା ମଧ୍ୟ ସୃଷ୍ଟି ହୋଇଥାଏ ।

ଏଥିରେ ବେସିଲସ ସେରସ, କ୍ଲୋଷ୍ଟିଡିୟମ ପରଫ୍ରିଙ୍ଗେସ, ଷ୍ଟେଫିଲୋକୋକସ ଆରିୟସ ଏବଂ ସାଲ୍ମୋନେଲ ଭଳି ଜୀବାଣୁମାନ ରହିଥାନ୍ତି।

ଏହି ସବୁ ଜୀବାଣୁ ମିଶି ମୋମୋ ଖାଉଥିବା ବ୍ୟକ୍ତିର ଶରୀରରେ ଅନେକ ପ୍ରକାରର ରୋଗ ସୃଷ୍ଟି କରିଥାନ୍ତି।

ମୋମୋ ଖାଇବା ଦ୍ୱାରା ଭୋକ ହୋଇ ନଥାଏ । ଏହାକୁ ଖାଇବା ଦ୍ୱାରା ଶରୀରର ଜଳୀୟ  ଅଂଶ କମିଯାଇଥାଏ । 

ମୋମୋ ଶରୀରରେ ଶିଘ୍ର ହଜମ ହୋଇ ନଥାଏ । ଏହା ନିୟମିତ ଖାଇଲେ ଶରୀରରେ ମେଦ ବୃଦ୍ଧି ମଧ୍ୟ ଘଟିଥାଏ । 

Subscribe

National International State Sports Entertainment