ସୁସ୍ଥ ରହିବାକୁ ଚାହୁଁଛନ୍ତି, ଦୂରେଇ ରୁହନ୍ତୁ ଏସବୁ ଖାଦ୍ୟରୁ
Khabar Odisha:side-effect-of-fast-food
ଭୁବନେଶ୍ୱର, ନଭେମ୍ବର ୧, (ଖବର ଓଡିଶା)

 ଯୁବପିଢୀ ପ୍ରାୟତଃ ଫାଷ୍ଟ ଫୁଡ ଖାଇବାକୁ ଭଲ ପାଇଥାନ୍ତି । କିନ୍ତୁ ସେମାନେ ଜାଣିନଥାନ୍ତି ଏହା ଶରୀର ପାଇଁ କେତେ କ୍ଷତିକାରକ । ଷ୍ଟ୍ରିଟ୍ ଫୁଡ୍ ଯଥା ଫ୍ରାଏଡ୍ ମୋମୋ, ସିଙ୍ଗଡା, କଚୋଡି ପରି ଅନ୍ୟ ସବୁ ପ୍ରାଏଡ୍ ଫିଲିଙ୍ଗ ଫୁଡ୍ ଗୋଟିଏ ସମୟସୀମା ଅତିକ୍ରମ କରିବା ପରେ ଖରାପ ହେବାକୁ ଲାଗିଥାଏ । ଯାହା ଫଳରେ ଏଥିରେ ବୀଜାଣୁ ସୃଷ୍ଟି ହୋଇଥାଏ ।

ତେଲିଆ ଖାଦ୍ୟ ପଦାର୍ଥ ଅଧିକରୁ ଅଧିକ ୬ରୁ ୮ଘଣ୍ଟା ପରେ ଖରାପ ହେବାକୁ ଲାଗିଥାଏ । ଯଦି ଏହାକୁ ଫ୍ରିଜ୍ ରେ ରଖିବା ତେବେ ଏହା ୧୨ଘଣ୍ଟା ପର‌୍ୟ୍ୟନ୍ତ ଭଲ ରହିପାରିବ ।

ଏହାକୁ ଯଦି ଏହି ସମୟସୀମା ପରେ ଖାଇବା ତେବେ ପେଟ ଖରାପ ହେବା ସହ ବାନ୍ତି, ଅମ୍ଳ ରୋଗ ଆଦି ରୋଗ ହୋଇପାରେ ।

ଷ୍ଟ୍ରିଟ୍ ଫୁଡ୍ ରେ ଅନେକ ସମୟରେ ଦୂଷିତ ପାଣି ବ୍ୟବହାର କରାଯାଇଥାଏ । ଦୂଷିତ ପାଣି ଶରୀରକୁ ଯିବା ଫଳରେ ଟାଇଫଏଡ୍ ଭଳି ରୋଗ ହୋଇଥାଏ ।

ଏପରି ଖାଦ୍ୟ ଖାଇବା ଦ୍ବାରା ମଳଦ୍ବାରରୁ ରକ୍ତ ପଡିବା ଭଳି ସମସ୍ୟା ମଧ୍ୟ ଦେଖାଦେଇଥାଏ । ଏହା ବ୍ୟତୀତ ଖାଦ୍ୟ ବିଷକ୍ରିୟାଜନିତ ସମସ୍ୟାର ଶିକାର ହେବାକୁ ପଡିପାରେ ।

ଏ ସମସ୍ତ ବ୍ୟତୀତ ଫାଷ୍ଟ୍ ଫୁଡ୍ ଖାଇବା ଦ୍ବାରା ଜଣ୍ଡିସ୍, ଖାଦ୍ୟ ନଳୀରେ ସମସ୍ୟା ଭଳି କେତେକ ରୋଗ ମଧ୍ୟ ହୋଇପାରେ ।

Subscribe

National International State Sports Entertainment