ଚାଉଳଧୂଆ ପାଣିରୁ ପାଇ ପାରିବେ ସୁନ୍ଦର ଉଜ୍ୱଳ ତ୍ୱଚା
Khabar Odisha:rice-water-benefit-for-skin
ଭୁବନେଶ୍ୱର, ନଭେମ୍ବର ୨, (ଖବର ଓଡିଶା)

ଆମେ ସାଧାଣତଃ ଚାଉଳ ଧୋଇ ତାର ପାଣିକୁ ପୋପାଡି ଦେଉ । ହେଲେ ଏହି ଚାଉଳ ଧୁଆ ପାଣି ଆମ ତ୍ୱଚା ପାଇଁ ବହୁତ ଉପାକରୀ ।  ଏଥିରେ ପ୍ରଚୁର ପରିମାଣର କାର୍ବୋହାଇଡ୍ରେଟ୍ସ ରହିଛି ।  ଏହି ପାଣିର ବ୍ୟବହାରରେ ତ୍ୱଚାରେ ଚମକ ଆସିଥାଏ । ଏହା ଏକ ପ୍ରକାର ଏଣ୍ଟି ଏଜିଙ୍ଗ ଭଳି କାମ କରିଥାଏ ।  ଚାଉଳ ଭିଜା ପାଣି  ବ୍ୟବହାର ଦ୍ୱାରା ମୁହଁରେ ଉଠୁଥିବା ବ୍ରଣ ମଧ୍ୟ ଦୂର ହୋଇଯାଇଥାଏ । ଏହା ସହିତ ତ୍ୱଚା କୋମଳ ମଧ୍ୟ ହୋଇଥାଏ । କଟନକୁ ଏହି ପାଣିରେ ଭିଜେଇ ମୁହଁ ଲଗେଇ ପାରିବେ କିମ୍ବା କୌଣସି ଏକ ସ୍ପ୍ରେ ବୋତଲରେ ପୁରାଇ ମୁହଁରେ ସ୍ପ୍ରେ ମଧ୍ୟ କରିପାରିବେ । ଏହାର ବ୍ୟବହାର ପରେ ଆପଣଙ୍କୁ କୌଣସି ମଇଶ୍ଚରାଇଜରର ଦରକାର ପଡିବ ନାହିଁ ।

ଚାଉଳ ଧୂଆ ପାଣିରେ  ଭିଟାମିନ ଏବଂ ମିନେରାଲ୍ସ ରହିଛି । ଏହି ପାଣି ବା ପେଜକୁ ଆପଣ ମୁହଁ ସଫା କରିବା ପାଇଁ ବ୍ୟବହାର କରିପାରିବେ । ଏହା ଆପଣଙ୍କ ମୁହଁକୁ ତାଜା ଓ ସ୍ୱଚ୍ଛ କରିବାରେ ସାହାଯ୍ୟ କରିବ ।  ବୟସ ବଢିବା ସଂଗେ ସଂଗେ ଚେହେରାର ଚମକ ମଧ୍ୟ କମିଯାଇଥାଏ । ଏହି ଉପାୟ ଦ୍ୱାରା ଆପଣ ପୁରୁଣା ଚମକ ଫେରି ପାଇବେ ।

ଏହି ପାଣିରେ ମୁଣ୍ଡ ସଫା କଲେ ମଧ୍ୟ ଚୁଟି ବହୁତ ଚିକ୍କଣ ହୋଇଥାଏ । ଏହାସହ ଚୁଟି ମଜବୁତ ମଧ୍ୟ ହୋଇଥାଏ । ଏହା କଣ୍ଡିସନର ଭଳି କାମ କରିଥାଏ । ସାମ୍ପୁ କରିବା ପରେ ଏହି ପାଣିରେ ଚୁଟି ଧୋଇବେ । ଚୁଟିର ମୂଳରେ ମସାଜ କରିବେ ଏବଂ ପରେ ସଫା ପାଣିରେ ଧୋଇବେ । ଏହି ପ୍ରକ୍ରିୟା ସପ୍ତାହକୁ ଥରେ କିମ୍ବା ଦୁଇଥର କରିବା ଫଳରେ ଚୁଟି ସୁନ୍ଦର ଏବଂ ମୁଲାୟମ ହୋଇଥାଏ ।

Subscribe

National International State Sports Entertainment