ବ୍ରେକଫାଷ୍ଟ ନ କଲେ ମେଦ ବୃଦ୍ଧି ସହ ହୋଇପାରେ ଡାଇବେଟିସ
Khabar Odisha:need-to-take-a-healthy-breakfast-at-morning
ଭୁବନେଶ୍ୱର, ସେପ୍ଟେମ୍ବର ୧୦, (ଖବର ଓଡିଶା)

ଆମ ଦିନ ସାରାର ସବୁ କାମ ସକାଳ ଉପରେ ନିର୍ଭର କରେ । ଆମେ ସକାଳ ଯେମିତି ଆରମ୍ଭ ହେବ,  ସାରା ଦିନ ଆମର ସେହି ଭଳି ଯିବ । ଯଦି ଆମେ ସକାଳେ ଖାଲି ପେଟରେ ରହିବା ତେବେ ଆମ ଦିନ କେବେବି ଭଲରେ ଯିବ ନାହିଁ । ଦିନ ସାରା ଆମ ଶରୀରକୁ ମିଳୁଥିବା ପ୍ରୋଟିନ ଆମକୁ ସକାଳ ଜଳଖିଆରୁ ମିଳିଥାଏ । ସାରା ଦିନର ଆହାର ମଧ୍ୟରୁ ସକାଳେ ଜଳଖିଆ କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ । କାରଣ ଯଦି ଆପଣ ସକାଳର ଜଳଖିଆ ଠିକ୍ ସମୟରେ କରୁ ନାହାନ୍ତି, ତେବେ ଆପଣଙ୍କ ଶରୀର ଉପରେ ଏହାର ଖରାପ ପ୍ରଭାବ ପଡିପାରେ । ସକାଳ ଜଳଖିଆ ନ ଖାଇବା ଦ୍ୱାରା ଗମ୍ଭୀର ରୋଗର ଶିକାର ହୋଇପାରନ୍ତି ।

ବ୍ରେକଫାଷ୍ଟ ନ ଖାଇବା ଦ୍ୱାରା ଶରୀରର ପାଚନ କ୍ରିୟା ଉପରେ ପ୍ରଭାବ ପଡିଥାଏ । ଦିନ ମଧ୍ୟରେ ସଠିକ୍ ସମୟରେ ଭୋଜନ ନ କଲେ, ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ବହୁ ସମୟ ବ୍ୟବଧାନ ଯାଏ ନ ଖାଇବା ଦ୍ୱାରା ଶରୀରରେ କ୍ୟାଲୋରୀ ବୃଦ୍ଧି ପାଇଥାଏ ।

ସକାଳର ଜଳଖିଆ ନ କରିବା ଦ୍ୱାରା ଡାଇବେଟିଜ ହେବାର ସମ୍ଭାବନା ଅଧିକ ହୋଇଥାଏ । ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ , ମହିଳାମାନେ ସକାଳର ଜଳଖିଆ ନ ଖାଇବା କାରଣରୁ ଡାଇବେଟିସରେ ଆକ୍ରାନ୍ତ ହେବାର ସମ୍ଭାବନା ୨୦ ପ୍ରତିଶତ ଅଧିକା ଥାଏ ।

ଯଦି ଆପଣ ଭାବୁଥାନ୍ତି, ବ୍ରେକଫାଷ୍ଟ ନ ଖାଇବା ଫଳରେ ଆପଣଙ୍କ ଓଜନ ହ୍ରାସ ପାଇବ, ତେବେ ଆପଣ ଭୂଲ ଭାବୁଛନ୍ତି, କାରଣ କେତେକ ଗବେଷଣାରୁ ଜଣାପଡିଛି ପ୍ରତିଦିନ ଠିକ୍ ସମୟରେ ବ୍ରେକଫାଷ୍ଟ କରିବା ଦ୍ୱାରା ଆପଣଙ୍କ ଓଜନ ଠିକ୍ ରହିବ । ଏହାଛଡା ଗବେଷଣାରୁ ଆହୁରି ମଧ୍ୟ ଜଣାପଡିଛି, ଯେଉଁମାନେ ବ୍ରେକଫାଷ୍ଟ ଖାଇ ନଥାନ୍ତି, ସେମାନେ ଲଞ୍ଚ ଓ ଡିନର୍ ରେ ଅଧିକ ଖାଇଥାନ୍ତି, ଯାହାଦ୍ୱାରା ଓଜନ ହ୍ରାସ ନ ପାଇ ବରଂ ବୃଦ୍ଧି ହୋଇଥାଏ ।

ଅଧିକ ସମୟ ଧରି ଭୋକରେ ରହିବା ଦ୍ୱାରା କେତେକ ଲୋକଙ୍କୁ ରାଗ ଆସିଥାଏ । ଏକ ଗବେଷଣାରୁ ଯାହା ଜଣାପଡିଛି, ଯେଉଁ ବ୍ୟକ୍ତି ପ୍ରତିଦିନ ବ୍ରେକଫାଷ୍ଟ କରନ୍ତି, ସେମାନଙ୍କ ମନ ଅନ୍ୟମାନଙ୍କ ଅପେକ୍ଷା ଭଲ ରହିଥାଏ । ଏହାଛଡା ବ୍ରେକଫାଷ୍ଟ ନ କରିବା ଦ୍ୱାରା ରକ୍ତ ସୁଗାରର ସ୍ତର କମ ହେବାରେ ଲାଗିଥାଏ । ମୁଣ୍ଡବିନ୍ଧା ସହ ମୁଣ୍ଡ ବୁଲାଇବା ଆଦି ସମସ୍ୟା ଦେଖାଦିଏ ।

ସକାଳୁ ପ୍ରତିଦିନ ବ୍ରେକଫାଷ୍ଟ ନ କଲେ ଗ୍ୟାସ ସମସ୍ୟା ମଧ୍ୟ ସୃଷ୍ଟି ହୋଇ ଥାଏ । 

  • Tags:

Subscribe

National International State Sports Entertainment