ଘରୋଇ ଉପାୟରେ କରନ୍ତୁ ଦାନ୍ତ ସମସ୍ୟାର ଉପଚାର
Khabar Odisha:how-to-treatment-teeth-pain
ଭୁବନେଶ୍ୱର, ନଭେମ୍ବର ୩, (ଖବର ଓଡିଶା)

 ହସିଲେ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ । ଯଦି ଦାନ୍ତ ଭଲ ନଥାଏ ତେବେ ତେବେ ହସିବାକୁ ଇଚ୍ଛା ହୁଏ ନାହିଁ । ଦାନ୍ତ ହଲିବା, ଦାନ୍ତ ମୂଳରେ ପୂଜ ହେବା, ଦାନ୍ତ ମୂଳରୁ ରକ୍ତ  ବାହାରିବା ଭଳି ସାଧାରଣ ସମସ୍ୟାରେ ଅସ୍ତବ୍ୟସ୍ତ ହୋଇପଡୁ ଦାନ୍ତକୁ ଭଲ ଭାବେ ସଫା ନକରିବା । ଠିକ ଭାବରେ ଦାନ୍ତର ଯତ୍ନ ନ ନେବା ଦ୍ୱାରା ଏପରି ସମସ୍ୟା ଦେଖାଯାଏ । ଯାହାଫଳରୁ ମୁଖରୁ ଅସହ୍ୟ ଦୁର୍ଗନ୍ଧ ବାହାରିଥାଏ । 

ଦୈନିକ ପିତା ବା କଷା ଯୁକ୍ତ ଦାନ୍ତ କାଠିରେ ଦାନ୍ତ ସଫା କରିବା ଦାନ୍ତ ପାଇଁ ଲାଭ ଦାୟକ ହୋଇଧାଏ । 

ଶୁଦ୍ଧ ଶୋରିଷ ତେଲ ସହ ସାମାନ୍ୟ ଲୁଣ ମିଶାଇ ଦାନ୍ତ ଘସିବା ସହିତ ମାଢିରେ ଘଷିଲେ ଦାନ୍ତ ସଫା ହେବା ସହ ବହୁ ସମସ୍ୟାର ଉପଶମ ମିଳିଥାଏ । 

ଗୁଆକୁ ନିଆଁରେ ପୋଡି ତାର ଭସ୍ମକୁ କାଚ ଶିଶିରେ ରଖି ପ୍ରତିଦିନ ଶୋରିଷ େିଲ ଓ ଲୁଣ ସହ ଦାନ୍ତ ଘସିଲେ ଦାନ୍ତର ବହୁ ସମସ୍ୟା ଦୂର ହୋଇଥାଏ । 

ଫିଟିକିରି ପାଣିରେ ପ୍ରତିଦିନ କୁକୁକୁଚା କରିବା ଦ୍ୱାରା ପାଟିର ଦୁର୍ଗନ୍ଧ ଦୂର ହୋଇଥାଏ । 

ପ୍ରତିଦିନ ଶୋଇବା ସମୟରେ ବ୍ରଶ କରି ଶୋଇବା ଦ୍ୱାରା ଦାନ୍ତ ସମସ୍ୟା ଦୂର ହୋଇଥାଏ । 

Subscribe

National International State Sports Entertainment