ପ୍ରାକୃତିକ ଉପାୟରେ ଦୂର କରନ୍ତୁ ଆଖିତଳର କଳା ଦାଗ
Khabar Odisha:home-remedies-to-get-rid-of-dark-circles-naturally
ଭୁବନେଶ୍ୱର, ନଭେମ୍ବର ୨, (ଖବର ଓଡିଶା)

ମୁହଁ ଭିତରେ ଆଖି ସୁନ୍ଦର । ରାତି ଅନିଦ୍ରା ହେବା, ଡେରି ରାତି ପର୍ଯ୍ୟନ୍ତ କାମ କରିବା । କମ ସମୟ ଶୋଇବା ଦ୍ୱାରା ଆଖିତଳ କଳା ପଡିଥାଏ । ମାନସିକ ବିଷାଦ କିମ୍ବା ଅଧିକ ସମୟ ଧରି କମ୍ପ୍ୟୁଟର ସାମ୍ନାରେ ବସି କାମ କରିବା ଆଦି କାରଣରୁ ଆଖି ଉପରେ ଏହାର ପ୍ରଭାବ ପଡିଥାଏ। ଆଉ ଆଖି ତଳେ କଳା ଦାଗ ପଡିଥାଏ। ମୁହଁ  ଭିତରେ ଆଖି ତଳ କଳା ପଡିଲେ ଦେଖିବା ଲୋକର ଆଖିକୁ ପ୍ରଥମେ କଳା ଦାଗ ହିଁ ଦେଖାଯାଏ ।  ଆଖି ତଳେ କଳା ଦାଗ ପଡିଥିଲେ , ଏହା ମୁହଁର ସୌନ୍ଦର‌୍ୟ୍ୟକୁ ନଷ୍ଟ କରିଦିଏ। ଆଖି ଖାଲୁଆ ଥିବା ଭଳି ମନେହୁଏ।ଆଜିକାଲି ଏହି ସମସ୍ୟା ଅନେକଙ୍କର ଥିବାର ଦେଖିବାକୁ ମିଳେ। 

କଳାଦାଗରୁ ରକ୍ଷା ପାଇବା ପାଇଁ ବାଦାମ ତେଲ ବହୁତ ଲାଭଦାୟକ। ବାଦାମ ତେଲକୁ ଆଖିର ଚାରିପାଖେ ଲଗାଇ ୧୦ ମିନିଟ ପର‌୍ୟ୍ୟନ୍ତ ମାଲିସ କରନ୍ତୁ ।

କାକୁଡି ରସ କଳାଦାଗ ପାଇଁ ବହୁତ ଉପକାରୀ । କାକୁଡିକୁ ଛୋଟ ସ୍ଲାଇସ କାଟି ଆଖି ଉପରେ ରଖନ୍ତୁ । ୧୫ ମିନିଟ ପରେ ଧୋଇଦିଅନ୍ତୁ । ଏପରି ନିୟମିତ କରିବା ଦ୍ୱାରା ଆପଣ କାକୁଡିର ଉପକାରିତା ଅନୁଭବ କରିପାରିବେ ।

ଟମାଟୋ ରସରେ କିଛି ବୁନ୍ଦା ଲେମ୍ବୁରସ, ଏକ ଚୁଟକି ବେସନ ଓ ହଳଦୀ ମିଶାଇ ନିଅନ୍ତୁ । ଏହି ମିଶ୍ରଣକୁ ଆଖିର ଚାରି ପାଖରେ ଲଗାଇ ନିଅନ୍ତୁ । ଏହି ମିଶ୍ରଣକୁ ସପ୍ତାହରେ ଅତିକମରେ ୩ ଥର ଲଗାନ୍ତୁ । ଏପରି କରିବା ଦ୍ୱାରା କଳାଦାଗ ବା ଡାର୍କସର୍କଲ ଧୀରେ ଧୀରେ କମି ଯିବ। ଆପଣଙ୍କ ଚେହେରାରା ପୁଣି ଚମକ ଆସିବ।

ଆଖି ତଳେ କଳା ଦାଗ ପାଇଁ ଗୋଲାପ ଜଳକୁ ବ୍ୟବହାର କରନ୍ତୁ। ବନ୍ଦ ଆଖିରେ ଗୋଲାପ ଜଳରେ ଭିଜା ତୁଳାକୁ ଆଖିରେ ରଖନ୍ତୁ। ଏପରି ୧୦ ମିନିଟ ହିଁ ରଖନ୍ତୁ। ଏପରି କରିବା ଦ୍ୱାରା ଆଖିର ଚାରିପାଖ ତ୍ୱଚା ଆସ୍ତେ ଆସ୍ତେ ଚମକି ଉଠିବ।

Subscribe

National International State Sports Entertainment