ଘରୋଇ ଉପାୟରେ ଦୂର କରନ୍ତୁ ତ୍ୱଚାର କଳାଦାଗ
Khabar Odisha:home-remedies-for-removing-black-spot
ଭୁବନେଶ୍ୱର, ନଭେମ୍ବର ୧, (ଖବର ଓଡିଶା)

ସମସ୍ତେ ଚାହାନ୍ତି ସୁନ୍ଦର ଓ ଚମକୁଥିବା ଚେହେରା କିନ୍ତୁ ବଢୁଥିବା ପ୍ରଦୁଷଣ ଏବଂ ସୂର‌୍ୟ୍ୟଙ୍କର ଅତିବାଇବାଇଗଣି ରଶ୍ମି ହୋଇଥାଏ ବାଧକ । କଳାଦାଗ ପାଇଁ ଚିନ୍ତିତ କି ? ଆପଣାନ୍ତୁ କିଛି ଘରୋଇ ଉପଚାର ଓ ଦୂର କରନ୍ତୁ କଳା ଦାଗ । ମହୁ ମଧ୍ୟ ଆମ ଚେହେରା ପାଇଁ ଉପଯୋଗୀ ଅଟେ । ଏହା ଚେହେରାରେ ଚମକ ଆଣିବା ସହ କୋମଳତା ମଧ୍ୟ ହୋଇଥାଏ ।

ଆଳୁକୁ ପନିିିପରିବାର ରାଜା କୁହାଯାଏ । ଖାଇବାର ଟେଷ୍ଟକୁ ବଢାଇଥାଏ ଆଳୁ ହେଲେ ଏଇ ଆଳୁ ଆମ ତ୍ୱଚା ପାଇଁ ମଧ୍ୟ ବହୁତ ଉପକାରୀ । ପ୍ରଥମେ ଆଳୁକୁ କାଟି ତାକୁ ଗ୍ରାଇଣ୍ଡିଙ୍ଗ କରନ୍ତୁ ପରେ ଏହି ଆଳୁର ରଶକୁ କଳା ପଡିଥିବା ଜାଗାରେ ଲଗାନ୍ତୁ ଓ କିଛି ସମୟ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ଏପରି କରିବା ଦ୍ୱାରା ଦାଗ ଦୂରେଇ ଯାଏ ଏବଂ ଚେହେରାରେ ଗୋରାପଣ ଆସିଥାଏ ।

ଆମେ ସାଧାରଣତଃ କମଳା ଖାଇ ତାର ଚୋପାକୁ ପକାଇଦେଇଥାନ୍ତି । ହେଲେ ଏହି ଚୋପାକୁ ଆପଣ ନିଜର ସୁନ୍ଦରତା ପାଇଁ ବ୍ୟବହାର କରିପାରିବେ। କମଳାର ଚୋପାକୁ ସୁଖାଇ ତାକୁ ଗୁଣ୍ଡ କରନ୍ତୁ ଓ ସେହି ଗୁଣ୍ଡକୁ କଳା ଦାଗ ପଡିଥିବା ସ୍ଥାନରେ ଲଗାଇ କିଛି ସମୟ ପରେ ଥଣ୍ଡା ପାଣିରେ ଧୋଇହୋଇଯାଆନ୍ତୁ  ଏପରି ସପ୍ତାହକୁ ୪ କିମ୍ବା ୫ ଥର କଲେ କଳାଦାଗ ଦୂର ହୋଇଯିବ ।

କଳା ଦାଗ ଦୂର କରିବା ପାଇଁ ଟମାଟବ୍ୟବହାର ମଧ୍ୟ କରାଯାଏ । ଏହା ଚର୍ମକୁ ଥଣ୍ଡା ରଖିବା ସହ ଚେହେରାରେ ଚମକ ଆଣିଥାଏ ।ଟମାଟ ବାଟି ସେଥିରୁ କିଛି ପେଷ୍ଟ ପ୍ରସ୍ତୁତ କରନ୍ତୁ । ସେହି ପେଷ୍ଟ ବା ଟମାଟ ରଶରେ କିଛି ମହୁ ମିଶାଇ ମୁହଁରେ ଓ କଳା ପଡିଥିବା ସ୍ଥାନରେ ଲଗାନ୍ତୁ । ପ୍ରାୟ ୧୫ ମିନିଟ ପରେ ଏହାକୁ ଧୋଇଦିଅନ୍ତୁ  ଦେଖିବେ କଳା ଦାଗ ଆପେ ଆପେ ଦୂର ହୋଇଯିବ ।

Subscribe

National International State Sports Entertainment