ଧନତେରସରେ ଘରକୁ ଆଣନ୍ତୁ ଏହି ସବୁ ଜିନଷ ମିଳିବ ମା’ଲକ୍ଷ୍ମୀଙ୍କ କୃପା
Khabar Odisha:dhan-prapti-puja-on-dipawali
ଭୁବନେଶ୍ୱର, ନଭେମ୍ବର ୪, (ଖବର ଓଡିଶା)

  ଧନତେରସ ଓ ଦୀପାବଳି ଏମିତି ଏକ ପବିତ୍ର ଦିନ ଯେଉଁ ସମୟରେ ଆପଣ ଯଦି ନିମ୍ନରେ ଦିଆଯାଇଥିବା ଜିନିଷଗୁଡ଼ିକ ଘରକୁ ଆଣନ୍ତି ତାହେଲେ ଆପଣଙ୍କୁ କେବେହେଲେ ଅର୍ଥ କଷ୍ଟ ହେବନାହିଁ । ସମଗ୍ର ଜୀବନ ଆପଣ ଧନଧାନ୍ୟରେ ପ୍ରାପ୍ତି କରି ସୁଖୀ ଜୀବନ ନିର୍ବାହ କରିପାରିବେ ।

ପଦ୍ମ ଫଳ – ଦୀପାବଳି ରାତିରେ ପଦ୍ମ ଫଳକୁ ନିଜ ଟଙ୍କା ବାକ୍ସ ମଧ୍ୟରେ ରଖିଲେ ପ୍ରବଳ ଧନଲାଭ ହୋଇଥାଏ । ପଦ୍ମଫଳର ମାଳକୁ ଦୀପାବଳି ରାତିରେ ମା ଲକ୍ଷ୍ମୀଙ୍କୁ ଅର୍ପଣ କଲେ ପ୍ରବଳ ଧନାଗମ ହୋଇଥାଏ । 

 ସ୍ପଟିକ ଶ୍ରୀଯନ୍ତ୍ର – ଦୀପାବଳି ରାତିରେ ଯଦି ସିଦ୍ଧ ଏବଂ ଅଭିମନ୍ତ୍ରିତ ସ୍ପଟିକ ଶ୍ରୀଯନ୍ତ୍ର ପୂଜାଘରେ ସ୍ଥାପନ କରାଯାଏ ତାହେଲେ ମଧ୍ୟ କେବେ ଧନର ଅଭାବ ରହିବନାହିଁ 

ଏକାକ୍ଷୀ ନାରିକେଳ ବା ନଡ଼ିଆ – ଏକାକ୍ଷୀ ନାରିକେଳକୁ ଲକ୍ଷ୍ମୀଙ୍କ ସାକ୍ଷାତ ସ୍ୱରୂପ ବୋଲି ବିଚାର କରାଯାଏ । ଦୀପାବଳି ରାତିରେ ଏକାକ୍ଷୀ ନାରିକେଳକୁ ବିଧି ଅନୁସାରେ ପୂଜାକରି ଠାକୁରଘର ବା ଟ୍ରେଜେରି ମଧ୍ୟରେ ରଖାଯାଏ ତାହେଲେ ବର୍ଷସାରା ଧନଲାଭ ହୋଇଥାଏ ।

ଗୋମତିଚକ୍ର – ଦୀପାବଳି ଦିନ ପ୍ରତ୍ୟୁଷରୁ ୩ଟି ଗୋମତିଚକ୍ରର ଚୁର୍ଣ ଘରର ସମ୍ମୁଖ ଭାଗରେ ବିଛୁରିତ କଲେ ଦୁର୍ଭାଗ୍ୟର ବିନାଶ ହୋଇ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ।

୫ ଟି ଗୋମତିଚକ୍ର ବା କଳା ହଳଦୀ ରୂପ ଟଙ୍କା ସହ ଏକ ହଳଦିଆ ବସ୍ତ୍ରରେ ବାନ୍ଧି ନିଜ ଟଙ୍କା ବାକ୍ସରେ ରଖିଲେ ଧନଲାଭ ହୋଇଥାଏ ।

କଳା ହଳଦୀ – ଦୀପାବଳି ରାତିରେ କଳା ହଳଦୀକୁ ରୂପ ଟଙ୍କା ସହ ହଳଦିଆ କପଡାରେ ବାନ୍ଧି ନିଜ ଟଙ୍କା ବାକ୍ସରେ ରଖିଲେ ଧନଲାଭ ହୋଇଥାଏ ବୋଲି ଜ୍ୟୋତିର୍ବିଦ ପଣ୍ଡିତ ହେମନ୍ତ ରିଛାରିଆ କହିଛନ୍ତି ।

ନାଗକେଶର – ଦୀପାବଳି ରାତିରେ ଏକ ରୋପ୍ୟ ଡବାରେ ନାଗକେଶରକୁ ମହ୍ଵ ସହ ମିଶାଇ ରଖିବା ସହ ଏହାକୁ ଟଙ୍କା ବାକ୍ସରେ ରଖିଲେ ଧନଲାଭ ହୋଇଥାଏ ।

Subscribe

National International State Sports Entertainment