ଘରେ ଘରେ ପରିଚିତ ହେବାକୁ ଚାହୁଁଛନ୍ତି କି, ରେଡିଓ ଜକିରେ କରନ୍ତୁ କ୍ୟାରିୟର
Khabar Odisha:career-in-radio-jockey
ଭୁବନେଶ୍ୱର, ନଭେମ୍ବର ୮, (ଖବର ଓଡିଶା)

 ଟେଲିଭିଜନ ଏବଂ ଇଣ୍ଟର୍ନେଟ୍ ର ପ୍ରଭାବରେ ରେଡିଓର ଲୋକପ୍ରିୟତାରେ କିଛିଟା ହ୍ରାସ ଘଟିଛି ସତ, କିନ୍ତୁ ଏଫ୍ଏମ୍ ରେଡିଓ ଆସିବା ଫଳରେ ଏହାକୁ ନୂଆ ଜୀବନ ମିଳିଛି । ମ୍ୟୁଜିକ୍ ପ୍ରତି ଦୁର୍ବଳତା ଥିବା ଯୁବପିଢିଙ୍କ ପାଇଁ ରେଡିଓ ଜକି ଏକ ଆକର୍ଷଣୀୟ ତଥା ଚାଲେଞ୍ଜପୂର୍ଣ୍ଣ କ୍ୟାରିୟର ହୋଇପାରିବ । ଏହା ଏକମାତ୍ର ପେସା, ଯେଉଁଥିରେ ଜଣେ ନିଜ ସ୍ଵର ବା କଣ୍ଠରୁ ଅନ୍ୟମାନଙ୍କ ଦ୍ଵାରା ଚିହ୍ନିତ ହୋଇଥାନ୍ତି ।

ରେଡିଓ ଜକି ହେଉଛନ୍ତି ଜଣେ ବ୍ୟକ୍ତି, ଯିଏକି ରେଡିଓରେ ମ୍ୟୁଜିକ୍ ପ୍ରୋଗ୍ରାମ ଗୁଡିକୁ ଆଙ୍କରିଂ କରିଥାନ୍ତି । ମ୍ୟୁଜିକ୍ ଶୁଣାଇ ତଥା ମେସେଜ୍ ପାସ୍ କରି ଏମାନେ ଶ୍ରୋତାଙ୍କ ମନୋରଞ୍ଜନ କରିଥାନ୍ତି । ଶ୍ରୋତାଙ୍କ ଅନୁରୋଧ ଅନୁଯାୟୀ ସେମାନଙ୍କୁ ଗୀତ ଶୁଣାଇବା ସହ ଏମାନେ ଅତିଥିମାନଙ୍କ ଇଂଟରଭ୍ୟୁ ନିଅନ୍ତି । ବିଭିନ୍ନ ପ୍ରତିଯୋଗିତାର ପରିଚାଳନା କରିବା ସହ ମ୍ୟୁଜିକ ପାଣିପାଗ ଏବଂ ଟ୍ରଫିକ୍କୁ ନେଇ ଜରୁରୀ ସୂଚନାମାନ ମଧ୍ୟ ଦେଇଥାନ୍ତି । ଏହା ଏକ ପେସା, ଯେଉଁଥିରେ କଠିନ ପରିଶ୍ରମ ସହିତ ଉପସ୍ଥିତ ବୁଦ୍ଧିର ଆବଶ୍ୟକ ପଡିଥାଏ । ନୂଆ ନୂଆ ଆଇଡିଆ ଏବଂ କନ୍ସେପ୍ଟ ପାଇଁ ଏହି ପେସାରେ ସାଧାରଣତଃ ଯୁବପିଢିଙ୍କୁ ଅଧିକ ଗୁରୁତ୍ଵ ଦିଆଯାଇଥାଏ ।

ଏହା ଏକ ଦକ୍ଷତାଭିତ୍ତିକ କ୍ଷେତ୍ର । ଏଥିପାଇଁ କୌଣସି ଔପଚାରିକ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକନ ଥିବାବେଳେ ଅତିକମ୍ ରେ ଯୁକ୍ତ ଦୁଇ ଡିଗ୍ରୀ ରହିଥିବା ଦରକାର । ରେଡିଓ ଜକି କ୍ଷେତ୍ରରେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତା ହେଉଛି ଏକ ଭଲ ସ୍ଵର ଏବଂ ପରିସ୍ଥିତି ଅନୁସାରେ ସ୍ଵର ବଦଳାଇବାର ଦକ୍ଷତା । ଏହାସହିତ ଶବ୍ଦର ଠିକ୍ ଉଚ୍ଚାରଣ ଏବଂ ଭାଷାରେ ଫ୍ଲୁଏନ୍ସି ଆବଶ୍ୟକ। ଭଏସ୍ ପିଚ୍ କୁ ସେ ସମ୍ଭାଳିପାରୁଥିବା ଦରକାର । ଏହି ଭଏସ୍ ପିଚ୍ କୁ ଆକର୍ଷଣୀୟ ଭାବେ ଉପଯୋଗ କରିବାର ଜ୍ଞାନ ତାଙ୍କ ନିକଟରେ ଉତ୍ତର ପ୍ରସ୍ତୁତ ହୋଇ ରହିଥିବା ଦରକାର । ରଚନାତ୍ମକ ମନ ଏବଂ ସଙ୍ଗୀତ ବିଷୟରେ ପ୍ରଗାଢ ଜ୍ଞାନ ତାଙ୍କ ନିକଟରେ ଥିବା ଉଚିତ । ସଫଳ ଆର୍ଜେମାନେ ପରିସ୍ଥିତିକୁ ଦେଖି ସ୍ଵର ବଦଳାଇପାରନ୍ତି । ରେଡିଓ ଜକିଙ୍କ ପାଇଁ ସବୁଠାରୁ ଗୃରୁତ୍ଵପୂର୍ଣ୍ଣ ହେଉଛି ସେମାନଙ୍କୁ ସର୍ବଦା ଅପ୍ ଡେଟ୍ ରହିବାକୁ ପଡିବ । ସହର ମଧ୍ୟରେ ଘଟୁଥିବା ଘଟଣାବାଳୀ ବିଷୟରେ ତାଙ୍କର ଯଥେଷ୍ଟ ଜ୍ଞାନ ରହିଥିବା ଦରକାର । ଖାଲି ସେତିକି ନୁହେଁ ମିମିକ୍ରି କିମ୍ବା କମେଡି ଜଣାଥିଲେ ଜଣେ ଆରଜେ ଅନ୍ୟମାନଙ୍କଠାରୁ ସ୍ଵତନ୍ତ୍ର ଲାଗିବେ ଏବଂ ଶ୍ରୋତା ତାଙ୍କୁ ଅଧିକ ଶୁଣିବାକୁ ଚାହିଁବେ ।

ଘରୋଇ କମ୍ପାନୀଗୁଡିକୁ ଏୟାର୍ୱେଭ୍ ଦିଆଯିବା ପରେ ରେଡିଓ ଜକିଙ୍କ ଚାହିଦା ବଢିଯାଇଛି । କ୍ୟାରିୟର ଆରମ୍ଭ କରିବା ସମୟରେ ପ୍ରଫେଶନାଲମାନେ ମାସିକ ୭,୦୦୦ ରୁ ୧୫,୦୦୦ଟଙ୍କା ପର୍ଯ୍ୟନ୍ତ ଦରମା ପାଇପାରିବେ । ପ୍ରାଯୋଜିତ କାର୍ଯ୍ୟକ୍ରମ ପାଇଁ ସଫ୍ଟୱେର ପ୍ରଡ୍ୟୁସିଂ କମ୍ପାନୀଗୁଡିକ ଶୋ ପିଛା ୧୪୦୦ରୁ ୨୫୦୦ ଟଙ୍କା ଦେଇଥାନ୍ତି । କିଛି ଦ୍ଵିଗୁଣିତ ହୋଇଥାଏ । ଲୋକପ୍ରିୟତା ବଢିଲେ ଆରଜେମାନେ ମାସିକ ୧୫,୦୦୦ ଟଙ୍କାରୁ ୮୫,୦୦୦ ଟଙ୍କା ପର୍ଯ୍ୟନ୍ତ ଦରମା ପାଇପାରିବେ ।

                        

                        

Subscribe

National International State Sports Entertainment