ଭୁବନେଶ୍ୱର, ଡିସେମ୍ବର ୩, (ଖବର ଓଡିଶା)
ଘରେ ସମସ୍ତଙ୍କ ବାଡ଼ି ବଗିଚାରେ ଘିକୁଆଁରୀ ରହିଛି। ଆଲୋବେରା ବା ଘିକୁଆଁରୀରେ ଥିବା ଔଷଧୀୟ ଗୁଣ ବିଷୟରେ ସମସ୍ତେ ଅଳ୍ପ ବହୁତ ଜାଣିଥିବେ। ଏହା ଯେ ଖାଲି ସୌନ୍ଦର୍ଯ୍ୟ ପାଇଁ ବ୍ୟବହାର କରାଯାଏ ତାହା ନୁହେଁ । ଏହା ବିଭିନ୍ନ ରୋଗ ମଧ୍ୟ ଦୂର କରେ । ଆଲୋବେରା ଡାଇବେଟିସ ରୋଗୀଙ୍କ ପାଇଁ ବରଦାନ ସଦୃଶ କାମ କରିଥାଏ। ଏହାର ଜୁସ୍ ପିଇଲେ ରକ୍ତରେ ଶର୍କରାସ୍ତର ନିୟନ୍ତ୍ରିତ ରହିଥାଏ। ଏହା କିଡ୍ନୀ ଓ ଲିଭର ସହ ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ ସୁସ୍ଥ ରଖିଥାଏ। ଏହା କୋଲେଷ୍ଟ୍ରୋଲ ମଧ୍ୟ କମ୍ କରିଥାଏ।
ଯଦି ଆପଣଙ୍କର କେଉଁଠି ଖଣ୍ଡିଆ ହେଇଯାଇଛି ବା କୌଣସି ବିଷାକ୍ତ ପୋକ କାମୁଡ଼ି ଦେଇଛି ତାହାଲେ ଜଳା ପୋଡ଼ାରୁ ରକ୍ଷା ପାଇବା ପାଇଁ ଆଲୋବେରା ଖାଆନ୍ତୁ। ଏକ ପତ୍ରକୁ କାଟି ଏହାର ରସ କ୍ଷତ ସ୍ଥାନରେ ମଧ୍ୟ ଲଗାନ୍ତୁ। ଏହା ଦ୍ୱାରା କ୍ଷତ ସ୍ଥାନ ଶୀଘ୍ର ଶୁଖିଯିବ।
ଆପଣ ମୋଟାପଣ କମାଇବାକୁ ଅନେକ କସରତ ବା ଡାଏଟିଂ କରି ଥକି ଯାଇଛନ୍ତି କି? ତାହାଲେ ଆପଣ ଆଲୋବେରା ଖଆନ୍ତୁ। ଏଥିରେ ଥିବା ପ୍ରାକୃତିକ ଗୁଣ ଓଜନ କମାଇବାକୁ ସାହାଯ୍ୟ କରିବ ।
ଦାନ୍ତରେ ହେଉଥିବା ବିଭିନ୍ନ ସମସ୍ୟା ଯେମିତିକି ଦାନ୍ତ ମୂଳ ଦରଜ, ଦାନ୍ତ ବିନ୍ଧିବା, ପୋକ ଖାଇବା ଇତ୍ୟାଦି ସମସ୍ୟା ଦୂର କରିଥାଏ। ଏହା ସହ ଆଲୋବେରାରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଥିବାରୁ ଏହାକୁ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।
ଅନେକଙ୍କର ବ୍ରଣ ସମସ୍ୟା ରହିଥାଏ। ତେଣୁ ଆଲୋବେରା ଜୁସ୍ ପିଇବା ଦ୍ୱାରା ବ୍ରଣ ଭଲ ହେବା ସହ ତ୍ୱଚାର ଔଜଲ୍ୟ ବୃଦ୍ଧି ପାଇଥାଏ। ମୁହଁରେ ଅଲୋବେରା ଜେଲି ଲଗାଇବା ଦ୍ୱାରା ତ୍ୱଚା ଉଜ୍ୱଳ ଦିଶିଥାଏ।
ପ୍ରାୟ ସମସ୍ତଙ୍କର କମ୍ ବୟସରୁ ଚୁଟି ଝଡ଼ିବା ସମସ୍ୟା ଦେଖାଦେଇଥାଏ। ଅନେକ ଏଥିପାଇଁ ଉପଚାର କରି ବଫଳ ମଧ୍ୟ ହୋଇଥାନ୍ତି। ଆଲୋବେରା ଆମ ଚୁଟି ପାଇଁ ଅନେକ ଉପକାରୀ ହୋଇଥାଏ। ଏହାକୁ ଆପଣ ଚୁଟିର ମୁଳରେ ଲଗାଇ କିଛି ସମୟ ପରେ ଧୋଇ ଦିଅନ୍ତୁ। ଧୀରେ ଧୀରେ ଚୁଟି ଝଡ଼ିବା ବନ୍ଦ ହେବା ସହ ଉଜ୍ୱଳ ମଧ୍ୟ ଦେଖାଯିବ। ମୁଣ୍ଡରେ ରୁପି ହୋଇଥିଲେ ମଧ୍ୟ ଏହି ଉପାୟରେ ଉପକାର ମିଳିବ।
ଯଦି ଆପଣଙ୍କର ଆଣ୍ଠୁଗଣ୍ଠି ଦରଜ ହେଉଛି ବା ପୀଡ଼ା ହେଉଛି ତାହଲେ ସେହି ସ୍ଥାନରେ ଆଲୋବେରା ଲଗାନ୍ତୁ। ଏହା ଆପଣଙ୍କୁ ଆରାମ ଦେବ।