ପ୍ରତିଦିନ ଖାଆନ୍ତୁ ଦହି ଓ ଜାଣନ୍ତୁ ଏହାର ଗୁଣ
Khabar Odisha:benefit-of-curd
ଭୁବନେଶ୍ୱର, ନଭେମ୍ବର ୮, (ଖବର ଓଡିଶା)

 କୌଣସି ଶୁଭ କାମରେ ଯିବା ପୂର୍ବରୁ ଆମେ ମିଠା ଦହି ଖାଇଥାଉ । ବହୁ ପୁରାତନ କାଳରରୁ ଏହି ପରମ୍ପରା ଚାଲି ଆସୁଛି ।  ମିଠା ଦହି ଖାଇ ଘରୁ ବାହାରିଲେ ସବୁ କାମ ସଫଳ ହୁଏ ବୋଲି ବିଶ୍ୱାସ ରହିଛି । ପ୍ରତିଦିନ ଦହି ଖାଇବା ଦ୍ୱାରା ଉଚ୍ଚ ରକ୍ତ ଚାପ ଆଶଙ୍କା ୩୧ ପ୍ରତିଶତ କମିଯାଇଥାଏ । ଏଥିରେ ଥିବା ପୋଟାସିୟମ ଏବଂ ମ୍ୟାଗନେସିୟମ ଯୋଗୁଁ ଏହା ହାର୍ଟକୁ ସୁସ୍ଥ ରଖିଥାଏ ।

 ଆମେ ବାହାରକୁ ଯିବାବେଳେ ଏନର୍ଜି ବା ଶକ୍ତିର ଆବଶ୍ୟକତା ହୋଇଥାଏ । ଦହି ଖାଇବା ଦ୍ୱାରା ଆମ ଶରୀରକୁ ତ୍ବରିତ ଶକ୍ତି ବା ଷ୍ଟାମିନା ମିଳିଥାଏ ।

ଦହିରେ ପ୍ରଚୁର ପରିମାଣର ପ୍ରୋଟିନ ରହିଛି ଯାହାକି ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ ।  ଏହା ଛଡା ଦହିରେ କ୍ୟାଲସିୟମ, ପୋଟାସିୟମ, ଭିଟାମିନ ବି-୬ ଏବଂ ବି-୧୨ ଭଳି ପୋଷଣ ତତ୍ୱ ରହିଛି । 

 ଚିନିରେ ସର୍କରା ରହିଛି ଯାହାକି ଶରୀରକୁ ଶକ୍ତି ଯୋଗାଇଥାଏ ।  ଖରାରେ ଘରୁ ବାହାରିବା ପୂର୍ବରୁ କିଛି ମାତ୍ରାରେ ଚିନି ଖାଇ ବାହାରିଲେ ଡିହାଇଡ୍ରେସନ ସମସ୍ୟା ଦେଖାଦେଇନଥାଏ । 

 ଦହି ଖାଇବା ଦ୍ୱାରା ଆମର ହାଡ ମଜବୁତ ହୋଇଥାଏ । ଦହିରେ ପାଚନ ଶକ୍ତି ରହିଥିବାରୁ ଦହି ଖାଇବା ଦ୍ୱାରା ପେଟ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଦିନକୁ ୨୦୦ ଗ୍ରାମ ଦହି ଖାଇଲେ ଶରୀରରେ ରୋଗ ପ୍ରତିଶୋଧକ କ୍ଷମତା ମଧ୍ୟ ବଢିଥାଏ ।

ତେବେ ଦହି ଚିନି ଯେ କେବଳ ଶୁଭ କାମରେ ବାହାରିଲା ବେଳେ ଖାଇବା କଥା ତାନୁହେଁ । ଦହିର ଅନ୍ୟାନ୍ୟ ବହୁ ଗୁଣ ମଧ୍ୟ ରହିଛି ।

ଦହିର ମଇଶ୍ଚରାଇଜର ଗୁଣ ରହିଛି ଯାହାକି ରୂଖା ଚର୍ମକୁ ସୁନ୍ଦର ଏବଂ ମୁଲାୟମ ରଖିଥାଏ ।  ଦହି ପାଚନ ଶକ୍ତି ବଢ଼ିଥାଏ ଯାହା ଫଳରେ ମୁହଁରେ ବ୍ରଣ ସମସ୍ୟା ଦୂର ହୋଇଥାଏ । ଦହି ଏକ ଭଲ ଫେସ ପ୍ୟାକର କାମ ମଧ୍ୟ କରିଥାଏ । ଏଥିରେ ଲାକଟିକ ଏସିଡ ଥିବାରୁ ଏହା ମୃତ କୋଷିକା ଗୁଡିକୁ ସଫା କରିଥାଏ ।

 ଦହିରେ କିଛି ମାତ୍ରାରେ ବେସନ ଏବଂ ଲେମ୍ବୁ ରସ ମିଶାଇ ମୁହଁରେ ଲଗାଇଲେ ତ୍ୱଚା ମଧ୍ୟ ଉଜ୍ଜ୍ୱଳ ଦେଖାଯାଏ ।

ଦହି ମୁଣ୍ଡରୁ ରୁପି ଦୂର କରିବାରେ ସାହାଯ୍ୟ କରିଥାଏ । ଏହା ଦ୍ୱାରା ଚୁଟି ସଫା ହେବା ସହିତ ଚକ ଚକ ମଧ୍ୟ କରିଥାଏ ।

                        

                        

Subscribe

National International State Sports Entertainment