ଖାଆନ୍ତୁ ଅଁଳା ଦୁର ହେବ ବିଭିନ୍ନ ପ୍ରକାର ରୋଗ
Khabar Odisha:benefit-of-amla
ଭୁବନେଶ୍ୱର, ନଭେମ୍ବର ୧୦, (ଖବର ଓଡିଶା)

ବର୍ତମାନ ଶୀତ ଦିନ । ଏହି ଦିନରେ ପ୍ରଚୁର ପରିମାଣରେ ଅର୍ଳା ମିଳିଥାଏ ।  ଅଁଳାରେ  ଏପରି ଚମତ୍କାରୀ ଗୁଣ ରହିଛି ଯାହା କେବଳ ଶରୀରର ପ୍ରତିରୋଧକ ଶକ୍ତି ବଢ଼ାଇନଥାଏ ବରଂ ଅନେକ ରୋଗକୁ ସମୂଳେ ବିନାଶ କରିଥାଏ। ଏଥିରେ ପ୍ରଚୁର ପରିମାଣର ଭିଟାମିନ୍-ସି ରହିଥାଏ । ଅଁଳା ଏକମାତ୍ର ଏଭଳି ଫଳ ଯାହା ଔଷଧୀୟ ଗୁଣ ପାଇଁ ବେଶ ପ୍ରସିଦ୍ଧ। ଆର‌୍ୟୁବେଦ ଶାସ୍ତ୍ରରେ ଏହାକୁ ଅମୃତଫଳ ବୋଲି ବର୍ମ୍ଣନା କରାଯାଇଛି । 

ଅଁଳା ଦ୍ବାରା ତରଳ ଝାଡ଼ା , ଅମ୍ଳପିତ୍ତ, ରକ୍ତପିତ୍ତ, ପୁରୁଷଙ୍କ ଯୈାନ ସମ୍ବନ୍ଧୀୟ ରୋଗ, କୋଷ୍ଠକାଠିନ୍ୟ, ଅର୍ଶ ଆଦି ରୋଗରୁ ମୁକ୍ତି ମିଳିଥାଏ। ଏହା ଯୈାବନ ସୁରକ୍ଷା ଏବଂ ଆୟୁ ମଧ୍ୟ ବୃଦ୍ଧି କରିଥାଏ। ଅଁଳା ସ୍ମରଣ ଶକ୍ତି ଏବଂ ଶାରିରୀକ ଶକ୍ତି ବଢ଼ାଇଥାଏ। ଅଁଳା ପତ୍ରକୁ ସିଝାଇ ପ୍ରସ୍ତୁତ ହୋଇଥିବା ରସକୁ କୁଳି କରିବା ଦ୍ବାରା ପାଟିରେ ହୋଇଥିବା ଘା ଏବଂ ଖଣ୍ଡିଆ ଭଲ ହୋଇଥାଏ। ଏହାର ଶୁଖିଲା ଫଳକୁ ରାତିରେ ଭିଜାଇ ରଖି ସେହି ପାଣିରେ ଆଖିକୁ ଧୋଇବା ଦ୍ବାରା ଆଖିଫୁଲା ଦୂର ହୋଇଥାଏ।

ଅଁଳାର ଶୁଖିଲା ଫଳ ଲୈାହଭସ୍ମ ସହ ନେବାଦ୍ବାରା ରକ୍ତ ଓ ତରଳ ଝାଡ଼ା, ଅର୍ଶ, ନାଳଝାଡ଼ା,ରକ୍ତପିତ୍ତ ଆଦି ଭଲ ହୋଇଥାଏ। ଏହା ଦ୍ବାରା ଅଜୀର୍ଣ୍ଣ ଏବଂ କାମଳ ରୋଗରୁ ମଧ୍ୟ ଉପଶମ ମିଳିଥାଏ। ତାଜା ଅଁଳା ଫଳ ବା ଏହାର ରସ କିମ୍ବା ରସରୁ ପ୍ରସ୍ତୁତ ସର୍ବତ ପେଟକୁ ଥଣ୍ଡା ରଖିବାରେ ସହାୟକ ହୋଇଥାଏ । ମଳବର୍ଦ୍ଧକ, ମୂତ୍ରବର୍ଦ୍ଧକ ଭାବେ କାମ କରିଥାଏ। ଏହା ଅମ୍ଳପିତ୍ତକୁ ମଧ୍ୟ ଦୂର କରିଥାଏ।

Subscribe

National International State Sports Entertainment